Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ନିଜର ଏଲପିଜି ସିଲିଣ୍ଡର ପାଇଁ ଏହି ପରି କରନ୍ତୁ ଅନଲାଇନ୍ ବୁକିଂ, ପାଆନ୍ତୁ ୫୦ ଟଙ୍କା ଶସ୍ତାରେ ଗ୍ୟାସ୍

29/10/2020 at 3:23 PM

ନୂଆଦିଲ୍ଲୀ ୨୯।୧୦: ଯଦି ଆପଣ ଗ୍ୟାସ୍ ସିଲିଣ୍ଡରର ଅନଲାଇନ୍ ବୁକିଂ କରୁଛନ୍ତି ତେବେ ଆପଣଙ୍କ ପାଖରେ ଭଲ ସୁଯୋଗ ରହିଛି। ଏବେ ଆପଣ ଘରେ ବସି ଶସ୍ତାରେ ଗ୍ୟାସ୍ ସିଲିଣ୍ଡର ବୁକିଂ କରି ପାରିବେ। ଆପଣ ଆମାଜନ ପେ ଜରିଆରେ ଗ୍ୟାସ୍ ସିଲିଣ୍ଡର ବୁକିଂ କଲେ ଆପଣଙ୍କୁ ୫୦ ଟଙ୍କାର କ୍ୟାସ୍ ବ୍ୟାକ୍‌ ମିଳିବ। ଉଲ୍ଲେଖନୀୟ କ୍ୟାସବ୍ୟାକ୍‌ ଆପଣଙ୍କର ପ୍ରଥମ ବୁକିଂରେ ହିଁ ମିଳିବ। ଆସନ୍ତୁ ଜାଣିବା ଆପଣ କେମିତି ଶସ୍ତାରେ ଗ୍ୟାସ୍ ସିଲିଣ୍ଡର ବୁକ୍ କରି ପାରିବେ।

ଟ୍ଵିଟ୍ କରି ସୂଚନା ଦେଲା ଇଣ୍ଡେନ୍

ସରକାରୀ ତୈଳ କମ୍ପାନୀ(ଇଣ୍ଡେନ) ଟ୍ଵିଟ୍ କରି ଏହି ବିଷୟରେ ଗ୍ରାହକଙ୍କ ସୂଚନା ଦେଇଛି। କମ୍ପାନୀ କହିଛି ରୋଷେଇ ଗ୍ୟାସ୍‌ ଉପଭୋକ୍ତା ଏବେ ଆମାଜନ ପେ ଜରିଆରେ ଏଲପିଜି ସିଲିଣ୍ଡର ବୁକିଂ କରି ପାରିବେ ଏ ଏବଂ ଇଣ୍ଡେଲ ରିଫଲ ପାଇଁ ଅନଲାଇନ୍‌ ପେମେଣ୍ଟ ମଧ୍ୟ କରି ପାରିବେ। କମ୍ପାନୀ ଆମାଜନ ପେ ଜରିଆରେ ପ୍ରଥମ ଥର ସିଲିଣ୍ଡର ବୁକିଂ କରିବା ଏବଂ ଅନଲାଇନ୍‌ରେ ପେମେଣ୍ଟ କଲେ ୫୦ ଟଙ୍କାର କ୍ୟାସବ୍ୟାକ୍ ମିଳିବ। କମ୍ପାନୀ କହିଛି ଏହି କ୍ୟାସବ୍ୟାକ୍ କେବଳ ଥରେ ମିଳିବ।

ଏମିତି କରନ୍ତୁ ବୁକିଂ

ଏଥିପାଇଁ ଆପଣଙ୍କୁ ଆମାଜନ ଆପ୍‌ର ପେମେଣ୍ଡ ବିକଳ୍ପକୁ ଯିବାକୁ ହେବ। ଏହା ପରେ ନିଜର ସର୍ଭିସ ପ୍ରୋଭାଇଡରକୁ ଚୟନ କରନ୍ତୁ ଏବଂ ନିଜର ପଞ୍ଜିକୃତ ମୋବାଇଲ ନମ୍ବର କିମ୍ବା ଏଲପିଜି ନମ୍ବର ଦେବେ। ଆପଣଙ୍କୁ ଆମାଜନ ପେ ଜରିଆରେ ପେମେଣ୍ଟ କରିବାକୁ ହେବ।

ଇଣ୍ଡେନ ରିଫିଲ୍ ପାଇଁ ଜାରି କଲା ନୂତନ ନମ୍ବର

ଇଣ୍ଡେନ ରୋଷେଇ ଗ୍ୟାସ୍ ଉପଭୋକ୍ତାଙ୍କ ପାଇଁ ଗ୍ୟାସ୍ ସିଲିଣ୍ଡର ବୁକିଂ ଲାଗି ନୂତନ ନମ୍ବର ଜାରି କରିଛି।  ଏଲପିଜି ଗ୍ରାହକଙ୍କୁ ସେମାନଙ୍କର ପଞ୍ଜିକୃତ ମୋବାଇଲ ନମ୍ବରରେ ଗ୍ୟାସ୍ ବୁକିଂ ଲାଗି ନୂତନ ନମ୍ବର ଜାରି କରିଛି। ଏହା ଜରିଆରେ ଆପଣ ଗ୍ୟାସ୍ ସିଲିଣ୍ଡର ବୁକ୍ କରି ପାରିବେ।  ଇଣ୍ଡେନ ଗ୍ୟାସ ଉପଭୋକ୍ତା ହୋଇଥିଲେ ୭୭୧୮୯୫୫୫୫୫ରେ କଲ୍‌ କରି ଗ୍ୟାସ୍ ସିଲିଣ୍ଡର ବୁକ୍ କରିବାକୁ ହେବ।

ଯଦି ଫୋନ ନ କରିପାରୁଛନ୍ତି ତେବେ ୭୫୮୮୮୮୮୮୨୪ରେ ହ୍ବାଟସଆପ୍ କରି ଗ୍ୟାସ ସିଲିଣ୍ଡର ବୁକିଂ କରିପାରିବେ। ରେଜିଷ୍ଟର ମୋବାଇଲ ନମ୍ବରରେ ଆପଣଙ୍କୁ REFILL ଟାଇପ କରି ୭୫୮୮୮୮୮୮୮୨୪ରେ ପଠାଇବାକୁ ହେବ। ଏହା ବାଦ୍ ଡିଷ୍ଟିବ୍ୟୁଟରଙ୍କ ପାଖକୁ ଯାଇ ମଧ୍ୟ ସିଲିଣ୍ଡର ବୁକ୍ କରିପାରିବେ। ଚାହିଁଲେ ଗ୍ୟାସ କମ୍ପାନିର ଓ୍ବେବସାଇଟରେ ବି ଅନଲାଇନ ମାଧ୍ୟମରେ ଗ୍ୟାସ ସିଲିଣ୍ଡର ବୁକ୍ କରିପାରିବେ।

   Related Posts