ପ୍ରବାସୀ ଶ୍ରମିକଙ୍କ ଲାଗି ଶ୍ମଶାନ ପାଲଟିଛି Qatar, ୧୦ ବର୍ଷରେ ମଲେଣି ୬ହଜାର ୫ଶହ ଜଣ

Published By : Prameya-News7 Bureau | February 26, 2021 IST

ଦୋହା : ଗଲ୍ଫ ଦେଶଙ୍କ ମଧ୍ୟରେ ଅନ୍ୟତମ କାତାରକୁ ୨୦୨୨ ଫିଫା ୱର୍ଲଡକପ ଆୟୋଜକ ଚୟନ କରାଯାଇଛି। ଏଥିଲାଗି ଏଠାରେ ବିଶ୍ୱସ୍ତରୀୟ ଷ୍ଟାଡିୟମ, ହୋଟେଲ, ଏୟାରପୋର୍ଟ ଆଦିର ନିର୍ମାଣ ହେଉଛି। ଭାରତ, ପାକିସ୍ତାନ, ନେପାଳ, ବାଂଲାଦେଶ ଓ ଶ୍ରୀଲଙ୍କାର ଶ୍ରମିକ ଏଠାକୁ ମୋଟା ଅଙ୍କର ପାରିଶ୍ରମିକ ଲାଗି ମୁହାଁଇଥିବା ବେଳେ ସେଠାରେ ମୃତ୍ୟୁ ଜାଲରେ ଫଶୁଥିବାର ଚାଞ୍ଚଲ୍ୟକର ରିପୋର୍ଟ ମିଳିଛି। ଯାହା ଏବେ ବିଶ୍ୱ ମାନବାଧିକାର ସଂସ୍ଥାଙ୍କ ନିଦ ହଜେଇ ଦେଇଛି।

{"id":415238,"sizeSlug":"large","linkDestination":"none"}

ନିକଟରେ ପ୍ରକାଶିତ ଏକ ରିପୋର୍ଟକୁ ଯଦି ବିଶ୍ୱାସକୁ ନିଆଯାଏ ତେବେ ଗତ ବର୍ଷରେ ଏଠାକୁ ଭାରତ, ପାକିସ୍ତାନ, ବାଂଲାଦେଶ, ନେପାଲ ଓ ଶ୍ରୀଲଙ୍କାରୁ ଆସିଥିବା ଶ୍ରମିକଙ୍କ ମଧ୍ୟରୁ ୬ ହଜାର ୫ଶହ ଜଣଙ୍କ ମୃତ୍ୟୁ ହେଲାଣି। ଡିସେମ୍ବର ୨୦୧୦ରେ କାତାରକୁ ଫିଫା ଆୟୋଜକ ମନୋନୀତ କରାଯାଇଥିଲା। ସେବେଠାରୁ ଏଠାରେ ଶ୍ରମିକଙ୍କ ଆବଶ୍ୟକତା ବଢିଚାଲିଥିବା ବେଳେ ଏଠାକୁ କାମଧନ୍ଦା ଅନ୍ୱେଷଣରେ ଆସୁଥିବା ଏସିୟ ଦେଶମାନଙ୍କ ଶ୍ରମିକମାନେ ନିୟମିତ ପ୍ରାଣ ହରାଉଛନ୍ତି। ଏକ ହିସାବରୁ ସପ୍ତାହକୁ ଅନୁନ୍ୟ ୧୨ ଜଣ ଶ୍ରମିକ ପ୍ରାଣ ହରାଉଥିବା ଜଣାପଡିଛି।

{"id":415239,"sizeSlug":"large","linkDestination":"none"}

ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ସମ୍ପର୍କିତ ଭାରତ, ବାଂଲାଦେଶ, ନେପାଲ ଓ ଶ୍ରୀଲଙ୍କାର ତଥ୍ୟ ଅନୁଯାୟୀ ୨୦୧୧ରୁ ୨୦୨୦ ମଧ୍ୟରେ ମୋଟ ୫ ହଜାର ୯୨୭ ଶ୍ରମିକ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ଦୂତାବାସ ପକ୍ଷରୁ ଜାରି ତଥ୍ୟରେ ଏହି ସମୟରେ ପାକିସ୍ତାନର ୮୨୪ ଜଣ ଶ୍ରମିକ ଏଠାରେ ମୃତ୍ୟୁମୁଖରେ ପଡିଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଲା କାତାର ସରକାର ଏହି ଶ୍ରମିକଙ୍କ ମୃତ୍ୟୁର କାରଣ ଯାଞ୍ଚରେ ବି ଅସଫଳ ହୋଇଛନ୍ତି।

{"id":415240,"sizeSlug":"large","linkDestination":"none"}

ଉପସାଗରୀୟ ଦେଶମାନଙ୍କରେ ଶ୍ରମିକ ଅଧିକାରର ଓକିଲାତି କରୁଥିବା ‘ଫେୟାର ସ୍କୋୟାର ପ୍ରୋଜେକ୍ଟସ’ ର ଡାଇରେକ୍ଟର ନିକ୍‌ ମ୍ୟାକ୍‌ଙ୍କ କହିବା ଅନୁସାରେ ଏଠାରେ ଶ୍ରମିକଙ୍କ ମୃତ୍ୟୁକୁ ସେମାନଙ୍କ ପେଷା ଅନୁସାରେ ବର୍ଗିକୃତ କରାଯାଇ ନାହିଁ। ତେବେ ସବୁଠୁ ବଡ଼ କଥା ହେଲା ଅଧିକାଂଶ ଶ୍ରମିକ ଫୁଟବଲ ୱାର୍ଲଡ କପ ପ୍ରକଳ୍ପରେ କାମ କରିବା ଯୋଗୁ ପ୍ରାଣ ହରାଇଛନ୍ତି ବୋଲି ସେ କହିଛନ୍ତି।  

{"id":415241,"sizeSlug":"large","linkDestination":"none"}

ସୂଚନାଯୋଗ୍ୟଯେ କାତାରର ମୋଟ ଜନସଂଖ୍ୟା ୩୦ଲକ୍ଷ । ତେବେ ଏଠାକୁ କାମ କରିବାକୁ ଆସିଥିବା ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ୨୦ ଲକ୍ଷ। ଏଠାରେ ପ୍ରାୟ ସାଢେ ୬ଲକ୍ଷ ଭାରତୀୟ ପ୍ରଫେସନାଲ ମଧ୍ୟ କାମ କରୁଛନ୍ତି। ଏଠାକାର ଶ୍ରମ ଆଇନ ଅନୁସାରେ ଶ୍ରମିକ ମାଲିକଙ୍କ ନିୟନ୍ତ୍ରଣରେ କାମ କରିଥାନ୍ତି। ଏଣୁ କେହି ଦୁର୍ଘଟଣାରେ ପ୍ରାଣ ହରାଇଲେ ଏଠାରେ ଆବଶ୍ୟକ କ୍ଷତିପୂରଣ ମଧ୍ୟ ମିଳିନଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.