Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

୧୫୦ଟି ଟ୍ରେନ ଓ ୫୦ ଷ୍ଟେସନକୁ ପ୍ରାଇଭେଟ ସଂସ୍ଥାକୁ କରାଯିବ ହସ୍ତାନ୍ତର,ସରକାର ଗଠନ କଲେ କମିଟି

11/10/2019 at 1:47 PM

ନୂଆଦିଲ୍ଲୀ୧୧|୧୦: ଦେଶର ପ୍ରଥମ ଘରୋଇ ଟ୍ରେନ ତେଜସ ଏକ୍ସପ୍ରେସ ପରେ ଏବେ ସରକାରୀ ଟେନ ଓ ଷ୍ଟେସନ ଗୁଡିକୁ ଘରୋଇ ସଂସ୍ଥାଗୁଡିକୁ  ହସ୍ତାନ୍ତର କରିବା ଲାଗି ପ୍ରକ୍ରିୟ ଚାଲିଛି। ତେବେ ୧୫୦ ଟ୍ରେନ ଓ ୫୦ ଷ୍ଟେସନକୁ ପ୍ରାଇଭେଟ ସଂସ୍ଥାକୁ ହସ୍ତାନ୍ତର କରିବା ପାଇଁ ରେଳ ବିଭାଗ ପ୍ରସ୍ତୁତି ଆରମ୍ଭ କରି ଦେଇଛି।

ରେଳ ମନ୍ତ୍ରୀ ଓ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ରେଳ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀମାନେ ଦ୍ରୁତ ଗତିରେ ଏହି ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ଏନେଇ ନୀତି ଆୟୋଗର ସିଇଓ ଅମିତାଭ କାନ୍ତଙ୍କ ଦ୍ବାରା ରେଳ ବୋର୍ଡର ଅଧ୍ୟକ୍ଷ(ଚେୟାରମ୍ୟାନ) ବିକେ ଯାଦବଙ୍କୁ ଏକ ଚିଠି ଲେଖାଯାଇଛି। ଏହି ପ୍ରକ୍ରିୟା ଆଗକୁ ବଢ଼ାଇବା ଲାଗି ଏକ ଅଧିକାରପ୍ରାପ୍ତ କମିଟି ଗଠନ କରାଯିବା କଥା ଚିଠିରେ ଉଲ୍ଲେଖ କରାଯାଇଛି।

ଏହି କମିଟିରେ ନୀତି ଆୟୋଗର ସିଇଓ, ରେଳ ବୋର୍ଡର ଚେୟାରମ୍ୟାନ, ଡିପାର୍ଟମେଣ୍ଟ ଅଫ୍‌ ଇକୋନୋମିକ୍ ଆଫେୟାର୍ସର ସେକ୍ରେଟାରୀ, ମିନିଷ୍ଟ୍ରୀ ଅଫ୍‌ ହାଉସିଂ ଆଣ୍ଡ୍‌ ଅର୍ବାନ ଆଫେୟାର୍ସର ସେକ୍ରେଟାରୀ ଓ ରେଳ ବିଭାଗର ଫାଇନ୍ସସିଆଲ କମିଶନର ଆଦି ସାମିଲ ରହିଛନ୍ତି।

ଏ ସଂପର୍କରେ ରେଳ ମନ୍ତ୍ରୀଙ୍କ ସହ ବିସ୍ତୃତ ଆଲୋଚନା ହେବା ପରେ ଟ୍ରେନ ପରିଚାଳନା ଦାୟିତ୍ବ କେଉଁ ପ୍ରାଇଭେଟ ସଂସ୍ଥାକୁ ଦିଆଯିବ ତାହା ନିଷ୍ପତ୍ତି କରାଯିବ ବୋଲି ନୀତି ଆୟୋଗର ସିଇଓଙ୍କ ଦ୍ବାରା ପଠାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି।

ରେଳ ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାଜେଶ ଦତ୍ତ କହିଛନ୍ତି ଯେ, ସମଗ୍ର ଯାତ୍ରୀଙ୍କୁ ବିଶ୍ବସ୍ତରୀୟ ସୁବିଧା ଯୋଗାଇ ଦିଆଯିବ। ଏନେଇ ଆଜି ସଚିବ(EGOS)ଙ୍କୁ ନେଇ ଏକ ସଂଯୁକ୍ତ କମିଟି ଗଠନ ହୋଇଛି।

ଦେଶର ୪୦୦ ଷ୍ଟେସନକୁ ବିଶ୍ବସ୍ତରୀୟ ସୁବିଧା ଯୋଗାଇ ଦିଆଯିବ କଥା ରେଳ ବିଭାଗର ଚେୟାରମ୍ୟାନଙ୍କୁ ପଠାଯାଇଥିବା ଚିଠି ଲେଖାଯାଇଛି। ଏହାସହ ୫୦ ରେଳ ଷ୍ଟେସନର ଦାୟିତ୍ବ ମଧ୍ୟ ପ୍ରାଇଭେଟ ସଂସ୍ଥାକୁ ଦିଆଯିବ ବୋଲି ପ୍ରକ୍ରିୟା ଜାରି ରହିଛି।

   Related Posts