ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ନୂଆ ଟ୍ବିଷ୍ଟ୍ : ରିୟା ଚକ୍ରବର୍ତ୍ତୀ ଏବଂ ବନ୍ଧୁ ସିଦ୍ଧାର୍ଥଙ୍କୁ ଏକାଠି ପଚରାଉଚୁରା କରିବ ପୋଲିସ୍

Published By : Prameya-News7 Bureau | June 23, 2020 IST

ମୁମ୍ବାଇ ୨୩/୬: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ୍ ୧୬ଜଣଙ୍କୁ ପଚରାଉଚୁରା କରୁଛି। ପୋଲିସ୍ ଏବେ ଏପରି ଲୋକଙ୍କୁ ପଚରାଉଚୁରା କରୁଛି,ଯେଉଁମାନେ ମୃତ୍ୟୁର ୧୦ଦିନ ଯାଏଁ ସୁଶାନ୍ତଙ୍କ ସମ୍ପର୍କରେ ଆସିଥିଲେ। ପୋଲିସ୍ ଜାଣିବାକୁ ଚାହୁଁଛି ଯେ ସୁଶାନ୍ତ ଫିଲ୍ମ ନ ମିଳିବା ଯୋଗୁଁ ମାନସିକ ଚିନ୍ତାରେ ଥିଲେ ନା ବ୍ୟକ୍ତିଗତ ଜୀବନକୁ ନେଇ ଏପରି ନିଷ୍ପତ୍ତି ନେଇଥିଲେ।

{"id":290278,"width":589,"height":442,"sizeSlug":"large"}

ସୋମବାର ବାନ୍ଦ୍ରା ପୋଲିସ ସୁଶାନ୍ତଙ୍କ ବାନ୍ଧବୀ ରୋହିଣୀ ଅୟରଙ୍କୁ ପଚରାଉଚୁରା କରିଥିଲା। ରୋହିଣୀ ବଲିଉଡ ଷ୍ଟାରଙ୍କ ପବ୍ଲିସିଟି କାମ କରନ୍ତି। ରବିବାର ସନ୍ଧ୍ୟାରେ ପୋଲିସ୍ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପଟାନିଙ୍କୁ ପଚରାଉଚୁରା କରିଥିଲେ। ସିଦ୍ଧାର୍ଥ ଏବଂ ସୁଶାନ୍ତ ଗୋଟିଏ ଫ୍ଲାଟରେ ଏକାଠି ରହୁଥିଲେ ଏବଂ ସେ ତାଙ୍କ ଭଲ ବନ୍ଧୁ ଥିଲେ।

{"id":290279,"sizeSlug":"large"}

ସିଦ୍ଧାର୍ଥ ଏବଂ ରିୟା ହିଁ ସୁଶାନ୍ତଙ୍କ ସବୁଠୁ ଘନିଷ୍ଠ ଥିଲେ। ପୋଲିସ୍ ପୂର୍ବରୁ ରିୟାଙ୍କ ସହ ୧୧ଘଣ୍ଟା ପଚରାଉଚୁରା କରିସାରିଛି। ରବିବାର ସିଦ୍ଧାର୍ଥଙ୍କ ସହ ପଚରାଉଚୁରା କରାଯାଇଛି।

{"id":290280,"width":588,"height":330,"sizeSlug":"large"}

ଉଭୟଙ୍କ ବୟାନ୍ ନେବା ପରେ ଏବେ ପୋଲିସ୍ ସିଦ୍ଧାର୍ଥ ଏବଂ ରିୟାଙ୍କୁ ବସାଇ ପଚରାଉଚୁରା କରିବାର ପ୍ରସ୍ତୁତି ଚଳାଇଛି। ରିୟା ଏବଂ ସୁଶାନ୍ତଙ୍କ ରିଲେସନଶିପ୍ ସହ ଫାଇନାନ୍ସିଆଲ୍ ପାର୍ଟନରଶିପ କଥା ମଧ୍ୟ ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି।

{"id":290281,"sizeSlug":"large"}

ସୁଶାନ୍ତ ଖୁବ୍ ଶୀଘ୍ର ପ୍ରଡ୍ୟୁସର ହୋଇଥାନ୍ତେ। ସୁଶାନ୍ତ ନିଜର ପ୍ରିୟ ବନ୍ଧୁ ସନ୍ଦୀପ ସିଂହଙ୍କ ସହ ବନ୍ଦେ ଭାରତମ୍ ଫିଲ୍ମ କରିଥାନ୍ତେ। ସନ୍ଦୀପ ନିଜ ଇନଷ୍ଟାଗ୍ରାମରେ ସୁଶାନ୍ତଙ୍କ ସ୍ମୃତିରେ ପୋଷ୍ଟ କରି ଏହି ଫିଲ୍ମର ଏକ ପୋଷ୍ଟର ସେୟାର କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.