PNR ଷ୍ଟାଟସ୍ ପାଇଁ ଆଉ ହେବନି ଅସୁବିଧା: ଭାରତୀୟ ରେଳବାଇ ଆରମ୍ଭ କରିଛି ନୂଆ ସୁବିଧା, ହ୍ୱାଟ୍ସଆପରେ ମିଳିବ ଟ୍ରେନ୍ ଷ୍ଟାଟସ୍

Published By : Prameya-News7 Bureau | January 07, 2021 IST

ନୂଆଦିଲ୍ଲୀ ୦୭/୦୧ : ଆଜିକା ସମୟରେ ସବୁଠାରୁ ଅଧିକ ବ୍ୟବହାର ହୋଇଥାଏ ହ୍ୱାଟ୍ସଆପ୍। ଲୋକଙ୍କ ସହ ଯୋଡିହେବାକୁ ଏହା ସବୁଠାରୁ ସରଳ ମାଧ୍ୟମ। ହ୍ୱାଟ୍ସଆପ୍ ନିଜ ୟୁଜର୍ସଙ୍କ ପାଇଁ ସବୁବେଳେ ନୂଆ ନୂଆ ଫିଚର୍ସ ନେଇ ଆସିଥାଏ। ଏହା ଲୋକଙ୍କ ଅନେକ ଆବଶ୍ୟକତା ପୁରା କରିଥାଏ। ହ୍ୱାଟ୍ସଆପର ଚାହିଦା ସାରା ଦୁନିଆରେ ରହିଛି। ହ୍ୱାଟ୍ସଆପକୁ ନେଇ ଭାରତୀୟ ରେଲୱେ ନୂଆ ସୁବିଧା ଆରମ୍ଭ କରିଛି।

ଭାରତରେ ପ୍ରତିଦିନ ହଜାର ହଜାର ଯାତ୍ରୀ ରେଳରେ ଯାତ୍ରା କରନ୍ତି। ଯାତ୍ରୀ ଯୁଆଡେ ଯାତ୍ରା କରୁଥିବେ ସେଥିପାଇଁ ବୁକ୍ କରିଥିବା ଟିକେଟର ଷ୍ଟାଟସ ଚେକ୍ କରିବା ଏକ ବଡ ଚ୍ୟାଲେଞ୍ଜ। ବର୍ତ୍ତମାନ ଭାରତୀୟ ରେଲୱେ ଆପଣଙ୍କ ହ୍ୱାଟ୍ସଆପକୁ PNR ଷ୍ଟେଟସ୍ ପଠାଇବ। ରେଳର ଷ୍ଟାଟସ୍ ଚେକ୍ କରିବାକୁ ଯାତ୍ରୀଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଯାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ରେଳ ବିଭାଗ ଯାତ୍ରୀଙ୍କ ପାଇଁ ସୁବିଧାଜନକ ପରିବର୍ତ୍ତନ କରିଛି। ରେଳ ବିଭାଗ ଦ୍ୱାରା ଟ୍ରେନ୍ ସମୟ ପରିବର୍ତ୍ତନ କିମ୍ବା ଟ୍ରେନ୍ କ୍ୟାନସେଲ୍ ସୂଚନା ସଠିକ ସମୟରେ ମିଳିପାରିବ।

ଏଥିପାଇଁ ଟ୍ରେନ୍ ଟିକେଟ୍ ବୁକ୍ କରିବା ସମୟରେ ନିଜର କଣ୍ଟାକ୍ଟ ଭାବେ ନିଜର ମୋବାଇଲ୍ ନମ୍ବର୍ ରେଜିଷ୍ଟର୍ କରିବାକୁ ହେବ। ଆପଣ ରେଜିଷ୍ଟର୍ କରିଥିବା ମୋବାଇଲ୍ ନମ୍ବରରେ ଆପଣଙ୍କୁ ଟ୍ରେନର ଷ୍ଟାଟସ୍ ପଠାଇବ ରେଳ ବିଭାଗ।

ନିକଟରେ ହିଁ ଏ ସମ୍ପର୍କରେ ରେଲୱେ ସୂଚନା ଦେଇଛି। ରେଳ ଯାତ୍ରୀ ବର୍ତ୍ତମାନ ହ୍ୱାଟ୍ସଆପ୍ ମାଧ୍ୟମରେ ରିୟଲ୍ ଟାଇମ୍ ପିଏନଆର ଷ୍ଟାଟସ୍ ସହ ଯାତ୍ରା ସମ୍ବନ୍ଧୀୟ ଅନ୍ୟାୟ ସୂଚନା ପାଇପାରିବେ। ସୂଚନା ଅନୁଯାୟୀ, ଆପଣଙ୍କୁ ନିଜ ମୋବାଇଲରେ ଏହି ନମ୍ବର୍ (9881193322) ସେଭ୍ କରିବାକୁ ହେବ। ତାପରେ ଏହି ନମ୍ବରରେ ଆପଣଙ୍କୁ ପିଏନଆର୍ ନମ୍ବର ପଠାଇବାକୁ ହେବ। ଏହାପରେ ଆପଣଙ୍କ ଭେରିଫିକେସନ୍ ପାଇଁ କିଛି ପ୍ରଶ୍ନ ପଚରାଯିବ। ଏହି ସବୁ ପ୍ରଶ୍ନର ଉତ୍ତର ଦେବାକୁ ପଡିବ। ଏହାପରେ ଆପଣଙ୍କୁ ନିଜ ଯାତ୍ରା ସମ୍ବନ୍ଧୀୟ ସମସ୍ତ ଅପଡେଟ୍ ସମୟ ସମୟରେ ହ୍ୱାଟ୍ସଆପରେ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.