Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ପାସପୋର୍ଟଧାରୀ ପ୍ରବାସୀ ଭାରତୀୟଙ୍କୁ ପ୍ରଦାନ କରାଯିବ ଆଧାର କାର୍ଡ

5/07/2019 at 7:03 PM

ନୂଆଦିଲ୍ଲୀ ୫/୭ : ପାସପୋର୍ଟଧାରୀ ପ୍ରବାସୀ ଭାରତୀୟମାନଙ୍କୁ ଆଧାର କାର୍ଡ ପ୍ରଦାନ କରାଯିବା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ସେ ମଧ୍ୟ ଏକ ମିଶନର ପ୍ରସ୍ତାବ ଦେଇଛନ୍ତି ଯାହା ଦ୍ୱାରା ଭାରତର ପାରମ୍ପରିକ କଳାକାର ଏବଂ ସେମାନଙ୍କର ସୃଜନାତ୍ମକ ଉତ୍ପାଦଗୁଡିକୁ ସମନ୍ୱିତ କରାଯାଇ ଏଥିପାଇଁ ଏକ ବିଶ୍ୱବଜାର ସୃଷ୍ଟିକରାଯାଇପାରିବ । ଯେଉଁଠାରେ ଏହି ଉତ୍ପାଦଗୁଡିକ ପାଇଁ ପ୍ୟାଟେଂଟ ଓ ଭୌଗୋଳିକ ସୂଚକାଙ୍କ ହାସଲ କରାଯିବ ।

ଭାରତୀୟ ସୂକ୍ଷ୍ମ ଶକ୍ତିକୁ ସର୍ବଦା ପ୍ରଶଂସା କରାଯାଇଥାଏ । ଗତ ୩ ବର୍ଷ ମଧ୍ୟରେ ବିଶ୍ୱର ୧୯୨ଟି ଦେଶରେ ଆନ୍ତର୍ଜାତିକ ଯୋଗ ଦିବସକୁ ବହୁ ସଂଖ୍ୟାରେ ଜନ ସାଧାରଣ ପାଳନ କରୁଛନ୍ତି । ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ “ବୈଷ୍ଣବ ଜନ ତୋ ତେନେ କହିୟେ” ୪୦ଟି ଦେଶରେ ଏହାର ପ୍ରମୁଖ କଳାକାରଙ୍କ ଦ୍ୱାରା ଗାନ କରାଯାଇଥିଲା । ବାର୍ଷିକ “ଭାରତ କୋ ଜାନୋ” କୁଇଜ ପ୍ରତିଯୋଗିତା କେବଳ ପ୍ରଭାସୀ ଭାରତୀୟ ମାନଙ୍କ ମଧ୍ୟରେ ନୁହେଁ ବରଂ ବିଦେଶୀମାନଙ୍କ ମଧ୍ୟରେ ବି ଅତି ଲୋକପ୍ରିୟ ହୋଇଛି । ଆଜି ସଂସଦରେ ସାଧାରଣ ବଜେଟ ୨୦୧୯-୨୦ ଉପସ୍ଥାପିତ କରିବା ସମୟରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ପ୍ରକାଶ କରିଛନ୍ତି ।

   Related Posts