ସାବଧାନ! ଏବେ ଏସବୁ କାରବାର ପାଇଁ ପ୍ୟାନ କାର୍ଡ ବାଧ୍ୟତାମୂଳକ ହେବ
3/11/2019 at 4:10 PM

ଆୟକର ବା ଇନ୍କମ ଟ୍ୟାକ୍ସ ବିଭାଗ ଦ୍ବାରା PAN Card ଜାରି କରାଯାଏ। ପରମାନେଣ୍ଟ ଆକାଉଣ୍ଟ ନମ୍ବର ବା ପ୍ୟାନ (PAN) କାର୍ଡ ଥରେ ଜାରି ହେବା ପରେ ଜୀବନସାରା ଏହା କାମରେ ଲାଗେ। ଘରର ଠିକଣା ବଦଳିଲେ ମଧ୍ୟ ପ୍ୟାନର ଅବଧି ସରେ ନାହିଁ ।ଏବେ ଟ୍ୟାକ୍ସ୍ ଚୋରି ଓ ବ୍ଲାକ ମନି କାରବାର ରୋକିବା ପାଇଁ ଇନ୍କମ ଟ୍ୟାକ୍ସ ବିଭାଗ ଅନେକ ଆର୍ଥିକ ନେଣଦେଣ ପାଇଁ ପ୍ୟାନ କାର୍ଡ ଜରୁରୀ କରିଦେଇଛି । ତେବେ କେଉଁ କେଉଁ ଟ୍ରାନ୍ଜାକ୍ସନ ବା କାରବାର ପାଇଁ ପ୍ୟାନ କାର୍ଡ ଜରୁରୀ ଆସନ୍ତୁ ଜାଣିବା ।
୧- କୌଣସି ଯାନ ବାହାନ କିଣିବା ବା ବିକ୍ରି କରିବା ସମୟରେ ପ୍ୟାନ କାର୍ଡ ଜରୁରୀ।
୨- ବ୍ୟାଙ୍କରେ ଖାତା ବା ଆକାଉଣ୍ଟ ଖୋଲିବା ସମୟରେ ପ୍ୟାନ କାର୍ଡ ରହିବା ଜରୁରୀ।
୩- ୫୦ ହଜାର ଟଙ୍କାରୁ ଅଧିକ ନଗଦ କାରବାର କ୍ୟାସ୍ର ନେଣଦେଣ ପାଇଁ ପ୍ୟାନ କାର୍ଡ ପାଖରେ ଥିବା ଜରୁରୀ।
୪- ବ୍ୟାଙ୍କରେ ୫୦ ହଜାରରୁ ଅଧିକ ଟଙ୍କା ନଗଦ ଜମା କଲେ ପ୍ୟାନ କାର୍ଡ ରହିବା ଜରୁରୀ।
୫- ୫୦ ହଜାରରୁ ଅଧିକ ଟଙ୍କା ଫିକ୍ସ ଡିପଜିଟ ବା ସ୍ଥାୟୀ ଜମା କଲେ ପ୍ୟାନ କାର୍ଡ ରହିବା ଜରୁରୀ।
୬- ୧୦ ଲକ୍ଷରୁ ଅଧିକ ଟଙ୍କାର ଅଚଳ ସମ୍ପତ୍ତି କିଣିଲେ ପ୍ୟାନ କାର୍ଡ ଆବଶ୍ୟକ ହେବ।
ଯଦି କୌଣସି ବ୍ୟକ୍ତି ପାଖରେ ପ୍ୟାନ କାର୍ଡ ନାହିଁ ତାହେଲେ ଇନ୍କମ ଟ୍ୟାକ୍ସ ବିଭାଗର ନିୟମ ଅନୁସାରେ ନେଣଦେଣ ପାଇଁ ଫର୍ମ ୬୦ ଦେଇପାରିବେ। ଏହି ଫର୍ମରେ ଲୋଖାଯାଇଥାଏ ଯେ, ପ୍ୟାନ କାର୍ଡ ନ ଥିବାରୁ ଏହି ଫର୍ମ ଆବଶ୍ୟକ ହୋଇଛି। ପ୍ୟାନ କାର୍ଡ ନ ଥିଲେ ଆଧାର କାର୍ଡ ନମ୍ବର ଦେଇହେବ ବୋଲି ଇନ୍କମ ଟ୍ୟାକ୍ସ ବିଭାଗ ଘୋଷଣା କରିଛି। ଏଥିପାଇଁ ପ୍ୟାନ କାର୍ଡ ଆଧାର କାର୍ଡ ସହ ଲିଙ୍କ ହୋଇଥିବା ଜରୁରୀ।