ଏଣିକି ଘରେ ବସି ଅନ୍‌ଲାଇନ୍‌ ଟ୍ୟାକ୍ସ ଭରିବେ ସହରାଞ୍ଚଳ ବାସିନ୍ଦା - ଆରମ୍ଭ ହେଲା ଅନଲାଇନ୍‌ ସମ୍ପତ୍ତି ଟିକସ ବ୍ୟବସ୍ଥା

Published By : Prameya-News7 Bureau | January 20, 2020 IST

ଭୁବନେଶ୍ୱର ୨୦।୦୧ - ଆଜି ଓଡ଼ିଶାରେ ପ୍ରଥମ ଥର ପାଇଁ ଅନଲାଇନ୍‌ ସମ୍ପତ୍ତି ଟିକସ ବ୍ୟବସ୍ଥା ଓ ଟ୍ୟାକ୍ସ କଲେକ୍ସନ ପ୍ରତିଯୋଗିତାକୁ ନେଇ ମ୍ୟୁନିସିପାଲ୍‌ ପ୍ରିମିୟର ଲିଗ୍‌ ବ୍ୟବସ୍ଥାକୁ  ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟରରେ ଏହି ଅନ୍‌ଲାଇନ୍‌ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ତେବେ କ’ଣ ରହିଛି ଏହି ବ୍ୟବସ୍ଥାରେ ଚାଲନ୍ତୁ ଦେଖିବା । ….

{"id":213892,"sizeSlug":"large"}

ଏଣିକି ଘରେ ବସି ଅନ୍‌ଲାଇନ୍‌ ଟ୍ୟାକ୍ସ ଭରିବେ ସହରାଞ୍ଚଳ ବାସିନ୍ଦା । ଆରମ୍ଭ ହେଲା ଅନଲାଇନ୍‌ ସମ୍ପତ୍ତି ଟିକସ ବ୍ୟବସ୍ଥା । ଭୁବନେଶ୍ବର ମହାନଗରରେ www.bhubaneswar.me ଏବଂ ଅନ୍ୟ ସମସ୍ତ ସହରାଞ୍ଚଳରେ www.ulbodisha.gov.in ମାଧ୍ୟମରେ ଅନଲାଇନ୍‌ ସମ୍ପତ୍ତି ଟିକସ ଭରିପାରିବେ ଲୋକେ । କ୍ରେଡିଟ୍‌ କାର୍ଡ, ଡେବିଟ୍‌ କାର୍ଡ, ନେଟ୍‌ ବ୍ୟାଙ୍କିଙ୍ଗ୍‌, ଇ-ଓ୍ବାଲେଟ୍‌ ଏବଂ ୟୁପିଆଇ ମାଧ୍ୟମରେ ଟଙ୍କା ଡିପୋଜିଟ୍‌ କରିପାରିବେ । ଏଥି ସହ ଟିକସ ଦେବା ପାଇଁ ନିକଟରେ ଥିବା ସାଧାରଣ ସୁବିଧା କେନ୍ଦ୍ର ବା CSCରେ ମଧ୍ୟ ଯୋଗାଯୋଗ କରିପାରିବେ । ଏହି ବ୍ୟବସ୍ଥା ସ୍ବେଚ୍ଛାକୃତ ଭାବେ ଟିକସ ପ୍ରଦାନ କରିବାରେ ସହାୟକ ହେବ । ଓଡ଼ିଶାରେ ପ୍ରଥମ ଥର ପାଇଁ ଅନଲାଇନ୍‌ ସମ୍ପତ୍ତି ଟିକସ ବ୍ୟବସ୍ଥା ଏବଂ ଟ୍ୟାକ୍ସ କଲେକ୍ସନ ପ୍ରତିଯୋଗିତାକୁ ନେଇ ମ୍ୟୁନିସିପାଲ୍‌ ପ୍ରିମିୟର ଲିଗ୍‌ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

{"id":213889,"sizeSlug":"large"}

ରାଜ୍ୟର ସହରାଞ୍ଚଳରେ ପ୍ରଥମ ଥର ପାଇଁ ଟ୍ୟାକ୍ସ ଆଦାୟ ଲାଗି କେବଳ ଯେ ଅନଲାଇନ୍‌ ବ୍ୟବସ୍ଥା ହୋଇଛି ତାହା ନୁହେଁ,  ପ୍ରଥମ ଥର ପାଇଁ ଟ୍ୟାକ୍ସ କଲେକ୍ସନ ପାଇଁ ଏକ ଅଭିନବ ପ୍ରତିଯୋଗିତା ମଧ୍ୟ କରାଯାଉଛି । ଯାହାକୁ ମ୍ୟୁନିସିପାଲ୍‌ ପ୍ରିମିୟର ଲିଗ୍‌ ବୋଲି କୁହାଯାଉଛି । ଏଥିରେ ରାଜ୍ୟର ବୃହତ ୯ଟି ସହରାଞ୍ଚଳରେ ପ୍ରଥମ ଥର ପାଇଁ ଟିକସ ଅଧିକାରୀଙ୍କ ଭିତରେ ପ୍ରତିଯୋଗିତା କରାଯାଉଛି । ସେମାନଙ୍କୁ ୨ମାସ ଭିତରେ ୧୭୧କୋଟି ଟଙ୍କାର ଟ୍ୟାକ୍ସ କଲେକ୍ସନ ପାଇଁ ଟାର୍ଗେଟ୍‌ ଦିଆଯାଇଛି । ଏମିତିରେ ସର୍ବାଧିକ ଟିକସ ଆଦାୟ କରିଥିବା ଅଧିକାରୀଙ୍କୃ ପୁରସ୍କୃତ କରାଯିବ ।

{"id":213891,"sizeSlug":"large"}

ସହରାଞ୍ଚଳରୁ ଟିକସ ଆଦାୟ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ୧୦ମ ସ୍ଥାନରେ ରହିଛି ଓଡ଼ିଶା । ଏହାକୁ ନଜରରେ ରଖି ସହରାଞ୍ଚଳରେ ଟିକସ ଆଦାୟ ପାଇଁ ଏଭଳି ଅଭିନବ ପ୍ରଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଯାହାଦ୍ବାରା ଆଦାୟ ଟିକସ ସହରାଞ୍ଚଳ ବିକାଶ କ୍ଷେତ୍ରରେ ବିନିଯୋଗ ହୋଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.