Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଏବେ ଦିଲ୍ଲୀରେ ଧ୍ୱନୀପ୍ରଦୂଷଣ ଧର୍ତ୍ତବ୍ୟ ଅପରାଧ, ଲାଉଡସ୍ପିକର, ବ୍ୟାଣ୍ଡବାଜା, ଅତସବାଜୀ ପାଇଁ ଲାଗିବ ଜରିମନା

10/07/2021 at 8:15 PM

ନୂଆଦିଲ୍ଲୀ ୧୦।୭: ଲାଉଡସ୍ପିକର, ଜେନେରେଟର ସେଟ୍‌ ଅଥବା ଆତସବାଜୀ ଲାଗି ଏବେ ରାଜଧାନୀ ଦିଲ୍ଲୀରେ  ଲାଗିଛି କଟକଣା। ଶବ୍ଦପ୍ରଦୂଷଣ କରୁଥିବା ଏପରି ଲୋକଙ୍କ ବିରୋଧରେ ୧୦ ହଜାରରୁ ଆରମ୍ଭ କରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମନା ପ୍ରାବଧାନ କରାଯାଇଛି। ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି(ଡିପିସିସି) ଧ୍ୱନୀ ନିୟମ ଉଲ୍ଲଂଘନ ନେଇ ଥିବା ଜରିମନାରେ ସଂଶୋଧନ କରିଛନ୍ତି। ଏଥିରେ ଲାଉଡ ସ୍ପିକର ହେଉ ଅଥବା ସାର୍ବଜନିକ ଘୋଷଣା (ପିଏ) ବ୍ୟବସ୍ଥା ଜରିଆରେ ଧ୍ୱନିପ୍ରଦୂଷଣ କଲେ ସର୍ବାଧିକ ୧୦ ହଜାର ଟଙ୍କା ଜରିମନା ଧାର୍ଯ୍ୟ ହୋଇଛି।

ଏ ନେଇ ଡିପିସିସି ଜାରି କରିଥିବା ଆଦେଶ ଅନୁସାରେ ୧ହଜାର କିଲୋଭୋଲ୍ଟ ଆମ୍ପିୟର (କେବିଏ)ରୁ ଅଧିକ ଡିଜେଲ ଜେନେରେଟର ସେଟ୍‌ ଲାଗି ୧ ଲକ୍ଷ ଟଙ୍କା ଜରିମନା ଆଦାୟ କରାଯିବ। ସେହିପରି ପୂର୍ବ ଅନୁମତି ବିନା ଅଧିକ ଶବ୍ଦ ସୃଷ୍ଟି କରୁଥିବା ନିର୍ମାଣ ସାମଗ୍ରୀ ଲାଗି ୫୦ ହଜାର ଟଙ୍କା ଜରିମନା ଧାର୍ଯ୍ୟ ହୋଇଛି। ନୂଆ ସଂଶୋଧନ ଅନୁସାରେ ଧ୍ୱନୀ ପ୍ରଦୂଷଣ ସୃଷ୍ଟି କରୁଥିବା ଯେ କୌଣସି ମାଧ୍ୟମ ଉପରେ ଜରିମନାର ବ୍ୟବସ୍ଥା କରାଯାଇଛି।

ଡିସିସିଙ୍କ ଏହି ସଂଶୋଧନ ପ୍ରସ୍ତାବକୁ ଏନଜିଟି ମଧ୍ୟ ସ୍ୱୀକୃତି ଦେଇଛନ୍ତି। ଏଥିରେ ଆବାସିକ ଅଞ୍ଚଳରେ ଆତସବାଜୀ କରୁଥିବା ଲୋକେ ଧରାପଡିଲେ ୧ ହଜାର ଟଙ୍କା ଜରିମନା ଆଦାୟ କରାଯିବ। ଏଥିରେ ଯଦି କେହି ସାଇଲେଣ୍ଟ ଜୋନରେ ଆତସବାଜୀ କରନ୍ତି ତେବେ ତାଙ୍କଠାରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମନା ଧାର୍ଯ୍ୟ ହେବ। ସେହିପରି ସାର୍ବଜନିକ ଶୋଭାଯାତ୍ରା, ବିବାହ ଉତ୍ସବ ଅଥବା ଅନ୍ୟ ଧାର୍ମିକ ଆୟୋଜନରେ ଆତସବାଜୀ ଆବାସିକ ଅଥବା ବାଣିଜ୍ୟିକ କ୍ଷେତ୍ରରେ ପ୍ରୟୋଗ ହେଉଥିଲେ ସର୍ବାଧିକ ୧୦ ହଜାର ଓ ସାଇଲେଣ୍ଟ ଜୋନରେ ହୋଇଥିଲେ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମନା କରାଯିବ।

   Related Posts