ନୂଆଦିଲ୍ଲୀ୮/୧: ଜାନୁଆରୀ ୨୨ ତାରିଖରେ ନିର୍ଭୟା ଦୋଷୀଙ୍କୁ ଦିଆଯିବ ଫାଶୀ ଦଣ୍ଡ। ଗତ ମଙ୍ଗଳବାର ଦୋଷୀଙ୍କ ବିରୋଧରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଡେଥ୍ ଓ୍ବାରେଣ୍ଟ ଜାରି କରିଛନ୍ତି। ନିର୍ଭୟା ଦୋଷୀଙ୍କ ଫାଶୀ ଦଣ୍ଡ ଦିଆଯିବ ଏହି ଘଟଣାରେ ସାରାଦେଶରେ ଆଲୋଡ଼ନା ସୃଷ୍ଟି ହୋଇଛି। ଖୁବ୍ ଶୀଘ୍ର ନିର୍ଭୟା ଅଭିଯୁକ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବ। ଦୋଷୀଙ୍କୁ ଡେଥ୍ ସେଲ୍କୁ ସିପ୍ଟ କରିଦିଆଯିବ। ଡେଥ୍ ସେଲ୍କୁ ଫାଶୀ କୋଠି ବି କୁହାଯାଏ।
{"id":208628,"sizeSlug":"large"}ଏହି ଡେଥ୍ ସେଲ୍ ବା ଫାଶୀ କୋଠି ଜେଲ୍ଠାରୁ ଏକ ନିଛାଟିଆ ସ୍ଥାନରେ ରହିଥାଏ। ଯେଉଁଠି ପ୍ରତିମୂହୁର୍ତ୍ତରେ ମୃତ୍ୟୁ ଦୋଷୀଙ୍କ ଚାରିପଟେ୍ ଘୂରି ବୁଲିଥାଏ। ତେବେ ଏହି ଡେଥ୍ ସେଲ୍ରେ ଭୟଙ୍କର ହୋଇଥାଏ। ଜେଲ୍ରେ ଥିବା କଏଦୀ ବି ଜାଣି ନାହାନ୍ତି ଡେଥ୍ ସେଲ୍ କେଉଁଠି ରହିଛି। କିନ୍ତୁ ନିର୍ଭୟା ଅଭିଯୁକ୍ତଙ୍କ ଡେଥ୍ ସେଲ୍କୁ ସିପ୍ଟ କରି ଦିଆଯିବ। ଚାରିଜଣଙ୍କୁ ୪ଟି ଡେଥ୍ ସେଲ୍ରେ ରଖାଯିବ।
{"id":208630,"sizeSlug":"large"}ତିହାର ଜେଲ୍ର ଡେଥ୍ ସେଲ୍ରେ ନିର୍ଭୟା ଦୋଷୀଙ୍କୁ ରଖାଯିବ। ଏହି ଡେଥ୍ ସେଲ୍ର ସମସ୍ତ ଦାୟିତ୍ବ ତାମିଲନାଡ଼ୁ ପୋଲିସ ନିର୍ବାହ କରିବ। ଏହି ଡେଥ୍ ସେଲ୍ର ଚାରିପାଖରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯିବ। ସେଠାରେ ଗୋଟିଏ କମ୍ବଳ ଓ ପିଇବା ପାଣି ଅଭିଯୁକ୍ତଙ୍କୁ ଦିଆଯିବ। ଜାନୁଆରୀ ୨୨ ତାରିଖରେ ନିର୍ଭୟା ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବ।