ନୂଆଦିଲ୍ଲୀ ୨୦।୦୫: ଭାରତ ସରକାଙ୍କ ବିରୋଧ ସତ୍ଵେ ବି ନେପାଳ ସରକାର ନିଜ ଦେଶର ନୂତନ ରାଜନୈତିକ ଓ ପ୍ରଶାସନିକ ମାନଚ୍ଚିତ୍ର ଜାରି କରିଛି। ଏହି ନୂତନ ନକ୍ସାରେ ନେପାଳ ଲିପୁଲେଖ, କାଲାପାନି ଓ ଲିମ୍ପିୟାଧୁରାର ମୋଟ୍ ୩୩୫ ବର୍ଗ କିଲୋମିଟର ଇଲାକାକୁ ନିଜର ଦର୍ଶାଇଛି। ନେପାଳର ଭୂପ୍ରବନ୍ଧନ ଓ ସୁଧାର ମନ୍ତ୍ରଣାଳୟ ପକ୍ଷରୁ ମନ୍ତ୍ରୀ ପଦ୍ମା ଅରୟାଲ ନେପାଳର ଏହି ନୂତନ ନକ୍ସା ଜାରି କରିଛନ୍ତି।
ଏହା ପୂର୍ବରୁ ନେପାଳ ସରକାର ଘୋଷଣା କରିଥିଲେ ଯେ, ସେ ନୂତନ ନକ୍ସା ଜାରି କରି ଲିପୁଲେଖ, କାଲାପାନି ଓ ଲିମ୍ପିୟାଧୁରାକୁ ନିଜ କ୍ଷେତ୍ରରେ ସାମିଲ କରିବେ। ଏହି ନକ୍ସାକୁ ଏବେ ସ୍କୁଲ ଓ ସମସ୍ତ ସରକାରୀ କାର୍ଯ୍ୟାଳୟରେ ବ୍ୟବହାର କରାଯିବ। ପଦ୍ମା କହିଛନ୍ତି, ନୂତନ ନକ୍ସାକୁ ସଂସଦରେ ଉପସ୍ଥାପିତ କରାଯିବ ଏବଂ ଏଥିରେ ହୋଇଥିବା ସଂଶୋଧନକୁ ମଞ୍ଜୁରୀ ଦିଆଯିବ।
{"id":273049,"sizeSlug":"large"}ନେପାଳ ନିଜର ନୂତନ ନକ୍ସାରେ ମୋଟ୍ ୩୯୫ ବର୍ଗ କିଲୋମିଟର ଅଞ୍ଚଳକୁ ସାମିଲ
ନେପାଳ ନିଜର ନୂତନ ନକ୍ସାରେ ମୋଟ୍ ୩୯୫ ବର୍ଗ କିଲୋମିଟର ଅଞ୍ଚଳକୁ ସାମିଲ କରିଛି। ଲିପୁଲେଖ, କାଲାପାନି ଓ ଲିମ୍ପିୟାଧୁରା ବ୍ୟତୀତ ଗୁଞ୍ଜି, ନାଭି ଓ କୁଟି ଗାଁକୁ ମଧ୍ୟ ସାମିଲ କରିଛି। ନେପାଳ ନିଜର ନୂତନ ନକ୍ସାରେ କାଲାପାନିର ମୋଟ୍ ୬୦ ବର୍ଗ କିଲୋମିଟର ଅଞ୍ଚଳକୁ ନିଜର ଦର୍ଶାଇଛି। ଏଥିରେ ଲିମ୍ପିୟାଧୁରାର ୩୩୫ ବର୍ଗ କିଲୋମିଟର ଅଞ୍ଚଳକୁ ଯୋଡି ଦେଲେ ମୋଟ୍ ୩୯୫ ବର୍ଗ କିଲୋମିଟରକୁ ନେପାଳ ନକ୍ସାରେ ସ୍ଥାନିତ କରାଯାଇଛି। ଏହି ପରି ଭାବେ ନେପାଳ ଭାରତର ୩୯୫ ବର୍ଗ କିଲୋମିଟର ଅଞ୍ଚଳ ଉପରେ ନିଜର ଦାବି ଦୋହରାଇଛି। ଏହା ପୂର୍ବରୁ ସୋମବାର ପ୍ରଧାନମନ୍ତ୍ରୀ କେପି ଶର୍ମା ଅଲିଙ୍କ ନେତୃତ୍ଵାଧୀନ କ୍ୟାବିନେଟ୍ର ବୈଠକ ସମୟରେ ଏହି ମ୍ୟାପ୍କୁ ମଞ୍ଜୁରୀ ଦିଆଯାଇଥିଲା।