ଡ୍ରାଗନ ଯୋଗୁ ନେପାଳରେ ଶାସନ ଲାଗି ଓଲିଙ୍କୁ ମିଳିଲା ଆଉ ସପ୍ତାହେ ସମୟ

Published By : Prameya-News7 Bureau | July 11, 2020 IST

କାଠମାଣ୍ଡୁ : ଚୀନ୍ ଯୋଗୁ ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କ ରାଜନୈତିକ ଭବିଷ୍ୟତ ନେଇ ଅନୁଷ୍ଠିତ ହେବାକୁ ଥିବା ଏନସିପି ବୈଠକ ଏବେ ପଞ୍ଚମଥର ଟଳିଛି। ବୈଠକକୁ ଦେଶରେ ବନ୍ୟା ଜନିତ ପରିସ୍ଥିତି ଦର୍ଶାଇ ସପ୍ତାହକ ଲାଗି ସ୍ଥଗିତ କରାଯାଇଛି। ସେପଟେ ଚୀନ୍‌ ରାଜଦୂତ ହୋଓ ୟାଙ୍ଗକୀଙ୍କ ନେପାଳୀ ନେତାଙ୍କ ସହ ବୈଠକ ପରେ ବୈଠକ  କରୁଛନ୍ତି।  ଗତ ଗୁରୁବାର ଚୀନ୍‌ ରାଜଦୂତ ଏନସିପି ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ସହ ବୈଠକ କରିଥିଲେ।  ଏଥିରୁ ଓଲିଙ୍କୁ କିଛିଟା ଆଶ୍ୱସ୍ତି ମିଳିପାରେ ବୋଲି ଏବେ ଆଶା କରାଯାଉଛି।

{"id":299154,"sizeSlug":"large"}

ଲଗାତାର ଭାରତ ବିରୋଧୀ ମନ୍ତବ୍ୟ ଓ କାର୍ଯ୍ୟ ଶୈଳୀକୁ ନେଇ ଓଲିଙ୍କ ଇସ୍ତଫା ଦାବି ଉଠିଥିଲା। ଏଥିରେ ନେପାଳ କମ୍ୟୁନିଷ୍ଟ ପାର୍ଟିର ସ୍ଥାୟି କମିଟି ବୈଠକ ଶୁକ୍ରବାରକୁ ସ୍ଥିର କରାଯାଇଥିବା ବେଳେ ତାକୁ ମଧ୍ୟ ଟାଳି ଦିଆଯାଇଛି। ସେପଟେ ମୌସୁମୀ ବର୍ଷା ଯୋଗୁ ଦେଶରେ ବନ୍ୟା ଓ ଭୂ-ସ୍ଖଳନ ଲାଗି ରହିଛି। ଏଣୁ ରିଲିଫ ଓ ଉଦ୍ଧାର ପରିଚାଳନା ନିମନ୍ତେ ପାର୍ଟି ବ୍ୟସ୍ତ ଥିବାରୁ ବୈଠକକୁ ଘୁଞ୍ଚାଯାଇଥିବାର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ତଥା ଏନସିପି ମୁଖପାତ୍ର ନାରାୟଣ କାଜୀ ଶ୍ରେଷ୍ଠ କହିଛନ୍ତି।

{"id":299155,"sizeSlug":"large"}

ତେବେ ଏଥିରୁ ନେପାଳ ଶାସନରେ ଚୀନ୍‌ର ପ୍ରଭୁତାକୁ ପ୍ରମାଣିତ  କରିଛି। ନେପାଳ କ୍ଷମତାର ଚାବି ଦେଶର ନେପାଳ କମ୍ୟୁନିଷ୍ଟ ପାର୍ଟି ହାତରେ ବି ନଥିବା ଏଥିରୁ ଜଣାପଡିଯାଇଥିବା ବେଳେ ଉପୁଜିଥିବା ପରିସ୍ଥିତିର ସମାଧାନ ଲାଗି  ଚୀନ୍‌ ଏବେ ପୁରା ଦମରେ ଲାଗି ପଡିଛି। ଏଣୁ ଚୀନ୍‌ ଯୋଗୁ ନେପାଳ ପ୍ରଧାନମନ୍ତ୍ରୀଙ୍କ ଭବିଷ୍ୟତ ନିଷ୍ପତ୍ତ ନେଇ ହେବାକୁ ଥିବା ବୈଠକ ବାରମ୍ବାର ଟଳୁଥିବା ବେଳେ ଚୀନ୍‌ ଦୂତାବାସ ନେତା ଓ ସାଂସଦଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.