Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଚୀନ କମ୍ପାନୀ ଉପରେ ଏବେ ମୁକେଶ ଅମ୍ବାନୀ କରିବେ ରାଜ, ଏତିକି କୋଟିରେ ହେଲା ଡିଲ୍

10/10/2021 at 9:24 PM

ନୂଆଦିଲ୍ଲୀ ୧୦।୧୦: ଏବେ ଚୀନ କମ୍ପାନୀ ଉପରେ ରାଜ କରିବେ ମୁକେଶ ଅମ୍ବାନୀ। ଦେଶର ସବୁଠୁ ବଡ ଧନୀ ତଥା ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ନୂତନ କମ୍ପାନୀ ରିଲାଏନ୍ସ ନ୍ୟୁ ଏନର୍ଜି ସୋଲାର ଲିମିଟେଡ୍(ଆରଏନଇଏସଏଲ) ଚୀନର ଏକ କମ୍ପାନୀ କିଣିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ୭୭.୧ କୋଟି ଡଲାରରେ ଚୀନର ଆରଇସି ସୋଲାର କମ୍ପାନୀକୁ କିଣିଛି। କମ୍ପାନୀ ରବିବାର ଏହି ସୂଚନା ଦେଇଛି। ମୁକେଶ ଅମ୍ବାନୀଙ୍କ କହିବା କଥା ଶୀଘ୍ର ତାଙ୍କ କମ୍ପାନୀ ଭାରତ ଓ ବିଦେଶୀ ବଜାରରେ ଗ୍ରାହକଙ୍କୁ ଶସ୍ତାରେ ବିଜୁଳି ଉପଲବ୍ଧ କରାଇବ।

କମ୍ପାନୀ ନିଜର ପ୍ରେସ୍ ବିବୃତ୍ତିରେ କହିଛି ଯେ, ଆରଏନଇଏସଏଲ ୭୭.୧ କୋଟି ଡଲାରରେ ଚାଇନା ନ୍ୟାସନାଲ ବ୍ଲୁଷ୍ଟାର(ଗ୍ରୁପ)  ଲିମିଟେଡ୍‌ରୁ ଆରଇସି ସୋଲାର ହୋର୍ଲିଂର ୧୦୦ ପ୍ରତିଶତ ଅଂଶଧନ କିଣିଛି।

ମୁକେଶ ଅମ୍ଵାନୀ କହିଛନ୍ତି, ଏହି ଅଧିଗ୍ରହଣ ଚଳିତ ଦଶନ୍ଧିର ଶେଷ ସୁଦ୍ଧା ୧୦୦ ଗୀଗାଓ୍ଵାଟ ସ୍ଵଚ୍ଛ ଓ ସବୁଜ ଉର୍ଜା ହାସଲ କରିବ। ନିକଟରେ ଆମେ ଅନ୍ୟ ନିବେଶକଙ୍କ ସହିତ ବୈଶ୍ଵିକ ସ୍ତରରେ ଫଟୋଭୋଲିଟିକ୍ ଗୀଗା ଫ୍ୟାକ୍ଟ୍ରି ସ୍ଥାପିତ କରିବା ସହିତ ବିନିର୍ମାଣ କେନ୍ଦ୍ର ସ୍ଥାପନ କରିବାକୁ ପ୍ରସ୍ତୁତ। ତାଙ୍କ କମ୍ପାନୀ ଭାରତ ଏବଂ ବିଦେଶ ବଜାରରେ ଗ୍ରାହକଙ୍କୁ ବିଶ୍ଵସନୀୟ ଏବଂ ଶସ୍ତା ବିଜୁଳି ଯୋଗାଇବ ମୁକେଶ ଅମ୍ବାନୀ କହିଛନ୍ତି।

ଉଲ୍ଲେଖନୀୟ, ଆରଇସିର ମୁଖ୍ୟାଳୟ ନରଓ୍ଵେରେ ରହିଛି। ଏହାର ସଞ୍ଚାଳନ ସିଙ୍ଗାପୁରରେ ହେଉଛି। ଏହାର ଅନ୍ୟ କେନ୍ଦ୍ର ଉତ୍ତର ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ ଓ ଏସିଆ-ପ୍ରଶାନ୍ତରେ ରହିଛି। ଆରଇସି ଗ୍ରୁପ ଏକ ଅନ୍ତର୍ଜାତୀୟ ସୌର ଉର୍ଜା କମ୍ପାନୀ। ଏହା ୨୫ ବର୍ଷର ପୁରୁଣା କମ୍ପାନୀ।

   Related Posts