ରୋମାନିଆ ଏବଂ ଆମେରିକା ପରେ ଏବେ ଇଂଲଣ୍ଡର ଏକ ଦ୍ବୀପରେ ଦେଖାଗଲା ରହସ୍ୟମୟ ଖୁମ୍ବ

Published By : Prameya-News7 Bureau | December 07, 2020 IST

ନୂଆଦିଲ୍ଲୀ ୦୭/୧୨ : ଇଂଲଣ୍ଡର ଏକ ଦ୍ବୀପରେ ପୁଣି ଏକ ମୋନୋଲିଥକୁ ଦେଖିବାକୁ ମିଳିଛି । ପୂର୍ବରୁ ଆମେରିକା ଏବଂ ରୋମାନିଆରେ ମଧ୍ୟ ସେହିଭଳି ଖୁମ୍ବ ଦେଖାଯାଇଥିଲା । ଟମ୍ ଡନଫୋର୍ଡ୍ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଏବଂ ଭଉଣୀଙ୍କ ସହିତ କମ୍ପଟନ୍ ବିଚରେ ପ୍ରାତଃଭ୍ରମଣ କରୁଥିବା ବେଳେ ଏହି ବିରଳ ଖୁମ୍ବକୁ ଦେଖିବାକୁ ପାଇଥିଲେ ।

ସେ କହିଛନ୍ତି, ପ୍ରାତଃଭ୍ରମଣ କରୁଥିବା ବେଳେ ଆମ ସାମ୍ନାରେ ଏକ ବିରଳ ବସ୍ତୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲୁ । ଯାହକି ଆମେମାନେ ପୂର୍ବରୁ କେବେ ଦେଖିନଥିଲୁ । ତେବେ କିଛି ଦିନ ତଳେ ଏହି ବିରଳ ଖୁମ୍ବ ବିଷୟରେ ଖବର ଜାଣିଥିଲି ସେଥିପାଇଁ ଏହାକୁ ହଠାତ ଚିହ୍ନି ଦେଇଥିଲି ବୋଲି ଟମ୍ ଡନଫୋର୍ଡ୍ କହିଛନ୍ତି ।

ଗତ ସପ୍ତାହରେ ରୋମାନିଆର ଉତାହ ମରୁଭୂମିରେ ସେହିଭଳି ବିରଳ ଖୁମ୍ବ ଦେଖାଯାଇଥିଲା । ଟମ୍ ଡନଫୋର୍ଡ୍ କହିଛନ୍ତି ସେ ଦେଖିଥିବା ଖୁମ୍ବଟି ପ୍ରାୟ ୧୦ ଫୁଟ୍ ଲମ୍ବା ଏବଂ ଏହା ପ୍ରତିଫଳିତ ହେଉଥିଲା । ତେବେ ଏହି ଖବର ପ୍ରଚାରିତ ହେବା ପରେ ସେଠାରେ ଅନେକାଂଶରେ ଭିଡ ଜମିଥିଲା । ଆଜି ମଧ୍ୟ ତାହାକୁ ଦେଖିବା ପାଇଁ ଭିଡ ହୋଇଥିବା ଦେଖିବାକୁ ମିଳିଛି । ପ୍ରଥମେ ରୋମାନିଆ ପରେ ଆମେରିକା ଏବଂ ଏବେ ଇଂଲଣ୍ଡରେ ଦେଖାଯାଇଥିଲେ ମଧ୍ୟ ଏହି ଖୁମ୍ବ ବିଷୟରେ ଏଯାଏଁ କିଛି ସ୍ପଷ୍ଟ ହୋଇପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.