Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ଏଥର ଗାଡି କିଣିଲା ବେଳେ ପ୍ରତ୍ୟେକ ଆରସି ବୁକରେ ମାଲିକଙ୍କ ମୋବାଇଲ ନମ୍ବର

7/12/2019 at 10:22 PM

ଭୁବନେଶ୍ୱର  ୦୭।୧୨  ଏଥର ଗାଡି କିଣିଲା ବେଳେ ପ୍ରତ୍ୟେକ ଆରସି ବୁକରେ ମାଲିକଙ୍କ ମୋବାଇଲ ନମ୍ବର ରହିବ । ସେହିଭଳି ଲାଇସେନ୍ସ ବାହାର କରୁଥିବା ଲୋକମାନଙ୍କର ମୋବାଇଲ ନମ୍ବର ଲାଇସେନ୍ସରେ ଇନଷ୍ଟଲ କରାଯିବ ।ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସରକାର । କିନ୍ତୁ ପୁଣି ତିନିମାସର ମହଲତ ପାଇବା ପରେ ରାଜ୍ୟର ଅଧିକାଂଶ ଆରଟିଓ କାର୍ଯ୍ୟାଳୟ ଏବେ ଖାଁ ଖାଁ । ତିନିମାସ ସମୟ ପାଇବା ପରେ ଲୋକେ ଢିଲା ମାରିବା ଆରମ୍ଭ କରିଦେଇଛନ୍ତି ।

ଏଥର ସମସ୍ତ ଆରସି ବୁକ୍‌ରେ ରହିବ ଗାଡ଼ି ମାଲିକଙ୍କ ମୋବାଇଲ ନମ୍ବର । ଖାଲି ଆରସି ବୁକ୍‌ ନୁହେଁ ପ୍ରତି ଡ୍ରାଇଭିଙ୍ଗ ଲାଇସେନ୍ସରେ ମଧ୍ୟ ଲାଇସେନ୍ସଧାରୀଙ୍କ ମୋବାଇଲ ନମ୍ବର ଇନଷ୍ଟଲ କରାଯିବ ।ଏଥିପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସରକାର ।ଏହାଦ୍ବାରା କୌଣସି ସ୍ଥାନରେ ଦୁର୍ଘଟଣା ଘଟାଇ ଗାଡି ମାଲିକ ଆଉ ସହଜରେ ଖସିଯାଇ ପାରିବେ ନାହିଁ ।ଦୁର୍ଘଟଣା ଘଟାଇଥିବା ଲୋକହିଁ ତାର ଲାଇସେନ୍ସ ଦେବାକୁ ବାଧ୍ୟ ।ତେବେ ପୂର୍ବରୁ ଗାଡି କିଣିଥିବା ଅବା ଲାଇସେନ୍ସ ପାଇ ସାରିଥିବା ଲୋକ ମାନଙ୍କୁ ସେମାନଙ୍କ ମୋବାଇଲ ନମ୍ବର ଇନଷ୍ଟଲ କରିବାକୁ ମେସେଜ୍‌ ଦିଆଯିବ । ମାସକ ଭିତରେ ଗାଡ଼ି ମାଲିକ ଓ ଲାଇସେନ୍ସ ପ୍ରାପ୍ତ ଲୋକ ସେମାନଙ୍କର ମୋବାଇଲ ନମ୍ବର ଆରଟିଓ କାର୍ଯ୍ୟାଳୟରେ ପଞ୍ଜିକୃତ କରାଇବାକୁ ବାଧ୍ୟତାମୂଳକ କରାଯିବ ।…

ଅନ୍ୟପକ୍ଷରେ ରାଜ୍ୟ ସରକାର ଡିସେମ୍ବର ପହିଲାରୁ ଫେବ୍ରୁଆରୀ ଶେଷ ପର୍ଯ୍ୟନ୍ତ ଗାଡ଼ି କାଗଜପତ୍ର ଠିକ କରାଇବାକୁ ମହଲତ ଦେବାପରେ ଏହାର ପ୍ରଭାବ ଆର୍‌ଟିଓ ଗୁଡ଼ିକରେ ଦେଖିବାକୁ ମିଳୁଛି । ଏବେ ଅଧିକାଂଶ ଆରଟିଓ କାର୍ଯ୍ୟାଳୟ ଖାଁ ଖାଁ ।କେବଳ କିଛି କର୍ମଚାରୀଙ୍କୁ ଛାଡିଦେଲେ ସାଧାରଣ ଲୋକଙ୍କ ଗହଳି ଆଉ ଦେଖିବାକୁ ମିଳୁନାହିଁ ।ଗୋଟିଏ ପଟେ ନଭେମ୍ବର ୨୦ରୁ ୩୦ ଭିତରେ ବିଭିନ୍ନ ଆରଟିଓରେ ଲମ୍ବା ଲାଇନ ଦେଖିବାକୁ ମିଳୁଥିବା ବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସର ସହାୟତା ନେବାକୁ ପଡ଼ିଥିଲା । ଆଉ ଏ ହେଉଛି ଭୁବନେଶ୍ବର ଆରଟିଓର ଶନିବାରର ଦୃଶ୍ୟ ।ଲୋକ ଗହଳି ନଥିବାରୁ ଆର୍‌ଟିଓ କର୍ମଚାରୀ ଏବେ ନିଜ ସିଟ୍‌ରେ ଆରମରେ ବସିଛନ୍ତି ।…

ଟ୍ରାଫିକ ନିୟମ ଦିନକୁ ଦିନ କଡ଼ାକଡ଼ି କରାଯାଉଥିବା ବେଳେ ଏହା ସଡ଼କ ଦୁର୍ଘଟଣା କମାଇବାରେ କେତେ ସହାୟକ ହୋଇପାରୁଛି ତା ଉପରେ ନଜର ରହିବ ।

   Related Posts