Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ରାଶି ବଦଳାଇଲେ ବୁଧ, ୩୧ ଅକ୍ଟୋବରରୁ ହେବେ ବକ୍ରି, ଜାଣନ୍ତୁ ଆପଣଙ୍କ ଲାଗି କିପରି ରହିବ ସମୟ

30/10/2019 at 10:25 PM

ଗତ ୨୩ ତାରିଖରେ ବୁଧ ମଙ୍ଗଳଙ୍କ ସ୍ବାମିତ୍ବ ଥିବା ବୃଶ୍ଚିକ ରାଶିରେ ପ୍ରବେଶ କରିଥିଲେ। ସେଠାରେ ତାଙ୍କ ସହ ଏବେ ଶୁକ୍ର ଓ ବୃହସ୍ପତି ମଧ୍ୟ ଯୁତି କରୁଛନ୍ତି। ତେବେ ୩୧ ଅକ୍ଟୋବରରୁ ବୃଶ୍ଚିକ ରାଶିରେ ବୁଧ ବକ୍ରି ହେଉଛନ୍ତି। ଏହାର ପ୍ରଭାବ ସମସ୍ତ ୧୨ଟିଜାକ ରାଶିଙ୍କ ଉପରେ ପଡିବ। ତେବେ ଆସନ୍ତୁ ଜାଣିବା ବୁଧଙ୍କ ଏହି ପରିବର୍ତ୍ତନରେ କିପରି ରହିବ ଆପଣଙ୍କ ସମୟ।

ମେଷରାଶିର ଅଷ୍ଟମ ଭାବରେ ବୁଧ ବକ୍ରି ହେବା ସାମାନ୍ୟ ସମସ୍ୟା ପ୍ରଦ ହୋଇପାରେ। ପ୍ରତ୍ୟେକ କାର୍ଯ୍ୟରେ ବିଳମ୍ବ ହେବା ସହ ଆପଣଙ୍କ ଠାରୁ କମ ବୟସ୍କ କେହି ଆପଣଙ୍କୁ ଅପମାନିତ କରିବାକୁ ଉଦ୍ୟମ କରିପାରନ୍ତି। ସେହିପରି ବୃଷ ରାଶିର ସପ୍ତମ ଭାବରେ ବୁଧଙ୍କ ବକ୍ରି ହେବା ଏତେଟା ପ୍ରଭାବ ନ ପଡିଲେ ମଧ୍ୟ ଯେତିକି ପରିଶ୍ରମ କରିବେ ସେତିକି ଲାଭ ପାଇବେ। ଅନ୍ୟଥା ହାନିରେ ରହିବେ। ମିଥୁନ ରାଶିଙ୍କ ଷଷ୍ଠ ଅର୍ଥାତ ଶତ୍ରୁ ଭାବରେ ବୁଧଙ୍କ ବକ୍ରି ହେବା ଶତ୍ରୁଙ୍କ ବିନାଶରେ ସହାୟକ ହେବେ। ଏଣୁ ପାରିବାରିକ ବାତାବରଣ ଅନୁକୁଳ ରହିବା ସହ ଖୁସି ପ୍ରାପ୍ତ କରିବେ।

କର୍କଟ ରାଶିର ୫ମ ଭାବରେ ବୁଧଙ୍କ ବକ୍ରି ହେବା ବିଶେଷ ଫଳଦାୟୀ ହେବ। କାର୍ଯ୍ୟସ୍ଥିତି ପୂର୍ବାପେକ୍ଷା ଅନୁକୂଳ ରହିବା ସହ ପ୍ରଭାବ ବୃଦ୍ଧିକାରକ ହେବେ। ସେହିପରି ସିଂହ ରାଶିଙ୍କ ଚତୁର୍ଥ ଭାବରେ ବୁଧଙ୍କ ବକ୍ର ଗତି ଯୋଗୁ ଅନାବଶ୍ୟକ ଚିନ୍ତାବୃଦ୍ଧିର କାରଣ ହେବ। ଯେଉଁଠାରୁ ଆପଣ ଲାଭ ଆଶା କରୁଥିବେ ସେଠାରେ କ୍ଷତି ଓ କ୍ଷତି ସ୍ଥାନରୁ ଲାଭ ପାଇବେ। ତେବେ ବିବାଦୀୟ ପରିସ୍ଥିତିକୁ ଆୟତ୍ତ କରିବାରେ ସଫଳ ହେବେ।

କନ୍ୟାରାଶିର ତୃତୀୟରେ ବୁଧ ବକ୍ରି ହେବା ଜାତକଙ୍କୁ ବିସ୍ମକାରୀ ଫଳ ପ୍ରଦାନ କରିବେ। ନୂଆ ଯୋଗ ସୃଷ୍ଟି ହେଉଥିବାରୁ ସମସ୍ତ ବାଧବିପଦକୁ ପାର କରିବାରେ ସଫଳ ହେବେ। ତୁଳାରାଶିର ଦ୍ବିତୀୟ ଧନଭାବରେ ବୁଧଙ୍କ ବକ୍ରଗତି ଯୋଗୁ ଉପୁଜିବାକୁ ଥିବା ସମସ୍ୟା ଚପି ରହିବ। ଆର୍ଥିକସ୍ଥିତି ମଜଭୁତ ହେବ। ସେହିପରି ବୃଶ୍ଚିକ ସ୍ବରାଶିରେ ବୁଧଙ୍କ ବକ୍ରଗତି ବର୍ଚସ୍ବବୃଦ୍ଧିକାରକ ହେବ। ତେବେ ଧନୁରାଶିର ଦ୍ବାଦଶ ଭାବରେ ବୁଧଙ୍କ ବକ୍ରି ହେବା ଆର୍ଥିକ ସମସ୍ୟାର କାରଣ ହୋଇପାରେ। ଏଣୁ କୌଣସି ନିବେଶରୁ ଦୂରେଇ ରହିବା ସହ ବିପଦପୂର୍ଣ୍ଣ କାମ ହାତକୁ ନ ନେବା ଭଲ।

ମକର ରାଶିର ଏକାଦଶ ଭାବରେ ବୁଧଙ୍କ ବକ୍ରତ୍ବ ଲାଭଦାୟୀ ହେବ। ଇଛା କରୁଥିବା କାର୍ଯ୍ୟ ହାସଲ ସହ କାର୍ଯ୍ୟରେ ବିସ୍ତାରର ଯୋଗ ସୃଷ୍ଟି ହେବ। କୁମ୍ଭ ରାଶିର ଦଶମ ଭାବରେ ବୁଧ ବକ୍ରି ହେବା ଯୋଗୁ ଅଟକି ରହିଥିବା କାମ ଆଗକୁ ବଢିବ। କାର୍ଯ୍ୟକ୍ଷେତ୍ରରେ ନୂଆ ଦିର ସନ୍ଧାନ ପାଇବେ। ମୀନ ରାଶିର ନବମ ଭାବରେ ବୁଧ ବକ୍ରି ହେବା ଯୋଗୁ ଆର୍ଥିକସ୍ଥିତି ସୁଦୃଢ ହେବା ସହ ପରିବାରରେ ମାଙ୍ଗଳିକ କାର୍ଯ୍ୟର ସୂଚନା ମିଳୁଛି।  

   Related Posts