ମାରୁତି ସୁଜୁକୀ ଲଞ୍ଚ କଲା ସବୁଠୁ ଶସ୍ତା କାର ବ୍ରେଜା : ଜାଣନ୍ତୁ ଏହାର ମୂଲ୍ୟ ଏବଂ ବିଶେଷତ୍ବ

Published By : Prameya-News7 Bureau | May 29, 2019 IST

ନୂଆଦିଲ୍ଲୀ ୨୯/୫: ମାରୁତି ସୁଜୁକି କାରଗୁଡ଼ିକୁ ଭାରତରେ ସବୁଠୁ ଅଧିକ ପସନ୍ଦ କରାଯାଉଛି ଏବଂ ଏହି କଥାକୁ ଧ୍ୟାନରେ ରଖି କମ୍ପାନୀ ଗ୍ରାହକଙ୍କ ବଜେଟ୍ ହିସାବରେ ନୂଆ କାର ଲଞ୍ଚ କରିଛି। ସୁଜୁକି ଭାରତୀୟ ବଜାରରେ ନିଜର ସବୁଠୁ ଦମଦାର ଭିତାରା ବ୍ରେଜା କମ୍ପାକ୍ଟ ଏସୟୁଭିର ସ୍ପୋର୍ଟସ ଏଡିସନ ବଜାରକୁ ଛାଡ଼ିଛି। କମ୍ପାନୀ ନିଜର ନୂଆ ମାରୁତି ଭିତାରା ବ୍ରେଜା ସ୍ପୋର୍ଟସ ଏଡିସନର ମୂଲ୍ୟ ୮ଲକ୍ଷ ଟଙ୍କା ସ୍ଥିର କରିଛି।

{"id":117263,"width":595,"height":399}

ମାରୁତିର ଭିତାରା ବ୍ରେଜାକୁ ସବୁଠୁ ଅଧିକ ପସନ୍ଦ କରାଯାଉଛି ଏବଂ କମ୍ପାକ୍ଟ ଏସୟୁଭି ସେଗମେଣ୍ଟର ସବୁଠୁ ସଫଳ କାରଗୁଡ଼ିକ ମଧ୍ୟରେ ଏହାର ନାଁ ଆଗରେ ରହିଛି। କମ୍ପାନୀ କହିଛି ବଜାରରେ ପ୍ରତିଯୋଗିତା ବଢ଼ିବା ଯୋଗୁଁ ଭିତାରା ବ୍ରେଜାର ପ୍ରିମିୟମ୍ ଏଡିସନ ଲଞ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଛି।

{"id":117264,"width":596,"height":335}

ମାରୁତି ଭିତାରା ବ୍ରେଜା ସ୍ପୋର୍ଟସ ଏଡିସନରେ ୧.୩ଲିଟର ଡିଜେଲ୍ ଅପସନ ଦିଆଯାଇଛି। ୮୯ବିଏଚପି ପାଓ୍ବାର ଏବଂ ୨୦୦ଏନଏମର ଟର୍କ ଜେନେରେଟ କରିବାର କ୍ଷମତା ରଖିଥାଏ। ଏଥିରେ ୫ସ୍ପିଡ ମ୍ୟାନୁଏଲ କିମ୍ବା ଏଏମଟି ଗିୟରବକ୍ସ ଅପ୍ସନର ସୁବିଧା ମଧ୍ୟ ଦିଆଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.