Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଦୁଃସମ୍ବାଦ ! ଜାନୁୟାରୀ ପରେ ବଜାର ସବୁଠୁ ମହଙ୍ଗା, RBIଙ୍କ ସୀମା ସେପଟେ ମୁଦ୍ରାସ୍ପିତି

12/10/2020 at 7:56 PM

ମୁମ୍ବାଇ ୧୨।୧୦: ସେପ୍ଟେମ୍ବର ମାସରେଉ ପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ପୁଣି ବଢିଛି। ସୋମବାର ମିଳିଥିବା ସରକାରୀ ତଥ୍ୟ ମୁତାବକ ଅଗଷ୍ଟରେ ୬.୬୯ ପ୍ରତିଶତ ମୁକାବିଲାରେ ଖୁଚୁରା ମୁଦ୍ରାସ୍ପିତି ସେପ୍ଟେମ୍ବରରେ ବଢି ୭.୩୪ ପ୍ରତିଶତରେ ପହଞ୍ଚିଛି। ମୁଦ୍ରାସ୍ପିତିକୁ ନେଇ ବିଭିନ୍ନ ଏଜେନ୍ସିଙ୍କ ଆକଳନ ଭୁଲ ପ୍ରମାଣିତ ହୋଇଥିବା ବେଳେ ଏବେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ଧାର୍ଯ୍ୟ ସୀମା ମଧ୍ୟ ପାର କରିଯାଇଛି।  ଯାହାକି ବର୍ତ୍ତମାନ ସମୟର ସବୁଠୁ ବଡ ଦୁଃସମ୍ବାଦ ବୋଲି କୁହାଯାଇପାରେ।

ମୁଦ୍ରାସ୍ପିତି ସ୍ଥିତିରୁ ସାଧାରଣ ଜନତାଙ୍କ ପକେଟ ଉପରେ କିପରି ମାଡ ପଡିଛି ତାହା ସହଜରେ ଅନୁମାନ କରାଯାଇପାରେ। ଜାନୁୟାରୀ ମାସ ପରେ ବଜାରରେ ଲୋକେ ସବୁଠୁ ବଡ଼ ଦୁଃସ୍ଥିତିରେ ସମ୍ମୁଖୀନ ହେଉଛନ୍ତି। ଏବେ ଦେଶରେ ଖାଦ୍ୟ ଶଶ୍ୟ ମୁଦ୍ରାସ୍ପିତି ହାର ୧୦.୬୮ ପ୍ରତିଶତରେ ପହଞ୍ଚିଥିବା ବେଳେ ପନିପରିବା ମହଙ୍ଗା ହାର ୨୦ ପ୍ରତିଶତରେ ପହଞ୍ଚିଛି। ସେହି ଅନୁସାରେ ଡାଲି ୧୫ ପ୍ରତିଶତ ମହଙ୍ଗା ହେବା ଲୋକଙ୍କ ଦୈନିକ ଖାଦ୍ୟ ସୂଚୀକୁ ବଦଳାଇ ଦେଇଛି।

କେବଳ ସିପିଆଇ ନୁହେଁ ସୋମବାର ଔଦ୍ୟୋଗିକ ଉତ୍ପାଦନ (ଆଇଆଇପି) ତଥ୍ୟ ମଧ୍ୟ ଜାରି ହୋଇଛି। ଏଥିରେ ସାମାନ୍ୟ ସୁଧାର ଦେଖାଯାଇଛି। ଜୁଲାଇରେ ବିଯୁକ୍ତ ୧୦.୪ ପ୍ରତିଶତ ଥିବା ଆଇଆଇପି ବିଯୁକ୍ତ ୮ ପ୍ରତିଶକୁ ଯାଇଛି। ତେବେ ଅନଲକରେ ପୁରା ଅର୍ଥନୀତି ଖୋଲିସାରିଥିବା ବେଳେ ଆଇଆଇପି ପଜିଟିଭ ହୋଇ ନ ପାରିବା ଏବେ ଚିନ୍ତାର କାରଣ ପାଲଟିଛି। ଏଥିରୁ ଆଗାମୀ ଦିନରେ ବି ସୁଧାର ଆଶା ଦେଖାଯାଉନି। 

ଆରବିଆଇଙ୍କ ମୁଦ୍ରାସ୍ପିତି ସ୍ତର ୪%(+ -୨%) ନିର୍ଦ୍ଧାରିତ। ଏଥିରେ ହୁଏତ ମୁଦ୍ରାସ୍ପିତି ହାର ୨ ପ୍ରତିଶତ ଅର୍ଥାତ ୬ ପ୍ରତିଶତକୁ ବଢିପାରେ ନଚେତ ୨ ପ୍ରତିଶତ ହ୍ରାସ ହୋଇପାରେ। ହେଲେ ଏଥିରୁ ଆଗକୁ ଚାଲିଯିବା ଅର୍ଥାତ ବିପଦ ସଙ୍କେତ ପାର ହେବା ସହ ସମାନ। ଏବେ ଦେଶର ମୁଦ୍ରାସ୍ପିତି ହାର ୭ ପ୍ରତିଶତରୁ ଆଗକୁ ଯାଇସାରିଲାଣି। ଯାହା ଆରବିଆଇଙ୍କ ଲାଗି ନିଶ୍ଚିତ ରୂପେ ଚିନ୍ତାର କାରଣ ବୋଲି କୁହାଯାଇପାରେ।

   Related Posts