କ’ଣ ମେଲେରିଆର ଚିକିତ୍ସା ଏବେ ଅସମ୍ଭବ, ଜାଣନ୍ତୁ କାରଣ

Published By : Prameya-News7 Bureau | July 31, 2019 IST

ଦୀର୍ଘ ବର୍ଷରୁ ମେଲେରିଆ ଜ୍ୱରର ଉପଚାର ନିମନ୍ତେ ଡାକ୍ତର ଦେଇ ଆସୁଥିବା ଔଷଧରେ ଏବେ ରୋଗୀ ଭଲ ହେଉନାହାନ୍ତି। ପ୍ରାୟତଃ ଦକ୍ଷିଣ-ପୂର୍ବ ଏସିୟ ଦେଶମାନଙ୍କରୁ ଏବେ ଏଭଳି ଅଭିଯୋଗ ମିଳିବାରେ ଲାଗିଛି। ଅଭିଯୋଗର ତଦନ୍ତ ବେଳେ ମେଲେରିଆ ପରଜୀବି ପ୍ରଚଳିତ ଔଷଧରେ ଇମ୍ୟୁନୋ ହୋଇଯାଇଛନ୍ତି। ଅର୍ଥାତ ରୋଗୀଙ୍କ ଉପରେ ମେଲେରିଆ ଔଷଧ ଆଉ କାମ କରୁ ନଥିବା ଜଣାପଡିଛି। ଯାହା ଏବେ  ଚିକିତ୍ସା ବିଜ୍ଞାନ ନିମନ୍ତେ ନୂଆ ଚାଲେଞ୍ଜ ସୃଷ୍ଟି କରିଛି।

{"id":139441,"width":576,"height":402}

ଅଭିଯୋଗ ପରେ ମେଲେରିଆ ପରଜୀବିଙ୍କ ଡିଏନଏ ଟେଷ୍ଟ ହୋଇଥିଲା। ଯେଉଁଥିରୁ ଏମାନଙ୍କଠାରେ ଔଷଧ ପ୍ରତିରୋଧ କ୍ଷମତା ବୃଦ୍ଧି ହୋଇଥିବା ଜଣାପଡିବା ଚିନ୍ତାର କାରଣ ପାଲଟିଛି। ଫଳରେ କମ୍ବୋଡିଆ, ଲାଓସ, ଥାଇଲ୍ୟାଣ୍ଡ ଓ ଭିଏତନାମରେ ମେଲେରିଆ ଉପଚାର କଷ୍ଟକର ହୋଇପଡିଛି। ତେବେ ଅନ୍ୟ ଏକ ଅଧ୍ୟୟନରୁ ଯେଉଁ ସବୁ ପୂର୍ବ-ଏସିୟ ଦେଶମାନଙ୍କରେ ମେଲେରିଆ ଔଷଧ ପ୍ରଭାବହୀନ ବୋଲି ଅଭିଯୋଗ ମିଳୁଛି ସେ ସବୁ ଦେଶରେ ରୋଗୀଙ୍କ ଷ୍ଟାଣ୍ଡାର୍ଡ ଟ୍ରିଟମେଣ୍ଟ ଠିକ୍ ନଥିବା ଦେଖା ୟାଇଛି। ଏଣୁ ମେଲେରିଆର ଚିକିତ୍ସା ଗୋଟିଏ ଔଷଧରେ ନ କରି ଏଥିପାଇଁ ବ୍ୟବହୃତ ହେଉଥିବା ଆର୍ଟମିସିୟମ ସହିତ ଅନ୍ୟ ଔଷଧମାନଙ୍କର ମିଶ୍ରଣରେ ଅଥବା ୩ଟି ଔଷଧ ଦ୍ୱାରା ଚିକିତ୍ସା ସମ୍ଭବ ବୋଲି କୁହାଯାଇଛି।

{"id":139442}

ମେଲେରିଆ ମାମଲାରେ ଦକ୍ଷିଣ ଏସିୟ ଦେଶ ଭାବେ ଭାରତ କିନ୍ତୁ ବେଶ ନିୟନ୍ତ୍ରିତ ଥିବା ୨୦୧୭ ବିଶ୍ୱ ମେଲେରିଆ ରିପୋର୍ଟରୁ ଜଣାପଡିଛି। ଭାରତରେ ଏବେ ମେଲେରିଆ ରୋଗୀଙ୍କ ହାର ପ୍ରାୟ ୨୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଥିବା ବେଳେ ୨୦୨୭ ସୁଦ୍ଧା ଭାରତ ନିଜକୁ ମେଲେରିଆ ମୁକ୍ତ ଓ ୨୦୩୦ ସୁଦ୍ଧା ଦେଶକୁ ଏହି ରୋଗରୁ ସମ୍ପୂର୍ଣ୍ଣ ମୁକ୍ତ କରିବାକୁ ଲକ୍ଷ ଧାର୍ଯ୍ୟ କରିଥିବା କୁହାଯାଇଛି। ପୂର୍ବରୁ ଭାରତ ମେଲେରିଆ ମାମଲରେ ବିଶ୍ୱର ୩ ପ୍ରମୁଖ ରାଷ୍ଟ୍ରଙ୍କ ମଧ୍ୟରେ ସାମିଲ ଥିଲା। ହେଲେ ଏ ନେି ସଚେତନତା ସୃଷ୍ଟି କରାଯିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.