Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ସହଜ ହେବ ପାଠପଢା – ପାଠ ବୁଝି ନପାରିଲେ ‘ମଧୁ ଆପ୍’ ଦେବ ଉତ୍ତର

3/12/2019 at 5:37 PM

ଭୁବନେଶ୍ୱର ୦୩।୧୨-  ଶିକ୍ଷା ବ୍ୟବସ୍ଥାରେ ଦକ୍ଷତା ଅଭିବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କର ଅଭିନବ ପ୍ରୟାସ ‘ମଧୁ’ ଆପ୍ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମରେ ‘ମଧୁ’ ଆପ୍ ର ଶୁଭାରମ୍ଭ କରିଛନ୍ତି | ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନାମରେ ନାମିତ ଏହି ଆପକୁ ପରେ ଅନ୍ୟ ଜିଲ୍ଲାରେ ମଧ୍ୟ ଉପଲବ୍ଧ କରିବାର ଯୋଜନା ଅଛି ବୋଲି ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ବୁଝି ନପାରିଲେ ମଧୁ ଆପ୍‌ ଦେବ ଉତ୍ତର । ସହଜ ହେବ ପାଠପଢା । ପାଠ ସମ୍ପର୍କରେ ମନରେ କୌଣସି ସନ୍ଦେହ ଥିଲେ ଛାତ୍ରଛାତ୍ରୀମାନେ ଏଣିକି ବିନା  ଶିକ୍ଷକ ଏବଂ ବହିର ସହାୟତାରେ, ସନ୍ଦେହ ଦୂର କରିପାରିବେ । ସେମାନଙ୍କୁ ଫୋନରେ ମଧୁ ଆପ୍‌କୁ ଇନଷ୍ଟାଲ କରିବାକୁ ପଡ଼ିବ। ଏଥିରେ ସ୍କୁଲର ନାମ, ଛାତ୍ର ବା ଛାତ୍ରୀଙ୍କ ନାମ, କେଉଁ କ୍ଳାସ୍ ତାହା ଉଲ୍ଲେଖ କରିବା ପରେ, କୌଣସି ବିଷୟକୁ ସିଲେକ୍ଟ କରି ସନ୍ଦେହ ଦୂର ପାଇଁ ପ୍ରଶ୍ନ କରିପାରିବେ । ରାଜଧାନୀର ଲୋକସେବା ଭବନରୁ ଆଜି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଗଞ୍ଜାମ ଜିଲ୍ଲାରେ ଏହି ସ୍ବତନ୍ତ୍ର  ଆପର ଉନ୍ମୋଚନ କରିଛନ୍ତି ।

ଏହି  ଆପରେ ପଞ୍ଚମଠାରୁ ଅଷ୍ଟମ ପର୍ଯ୍ୟନ୍ତ ପାଠ୍ୟକ୍ରମର ସମସ୍ତ ବିଷୟ  ସହ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ସମସ୍ତ ପ୍ରଶ୍ନ ଏବଂ ଉତ୍ତର ରହିବ । ବିଦ୍ୟାର୍ଥୀମାନେ ଏକ କିମ୍ବା ଏକାଧିକ କ୍ଲାସରେ ନାମ ପଞ୍ଜିକରଣ କରି ବହି ପାଠକୁ ଡିଜିଟାଲ ପଦ୍ଧତିରେ ଏହି ଆପ୍ ମାଧ୍ୟମରେ ପଢ଼ିପାରିବେ । ନିୟମିତ ପାଠ୍ୟକ୍ରମ ବ୍ୟତୀତ, ମଧୁ ଆପ୍ ଜରିଆରେ  ପ୍ରଶ୍ନୋତ୍ତର ଅଭ୍ୟାସ କରିବାର ମଧ୍ୟ ସୁବିଧା ରହିଛି । ନିଜେ ପ୍ରଶ୍ନ ପଢ଼ି ତାର ଉତ୍ତର ଲେଖି ତାହା ଠିକ୍ କି ଭୁଲ ଏବଂ କେତେ ମାର୍କ ପାଇବେ ତାହା ଛାତ୍ରଛାତ୍ରୀ ଜାଣିପାରିବେ ।

 ସ୍କୁଲ ସମୟରେ ପିଲାଙ୍କୁ ପାଣି ପିଇବା ପାଇଁ ନିକଟ ଅତୀତରେ ଗଞ୍ଜାମ ଜିଲ୍ଲାରେ ହିଁ  ପ୍ରଥମେ ୱାଟର ବେଲ୍ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଏବେ, ପୁଣି ଏହି ଜିଲ୍ଲାରୁ ମଧୁ ଆପ୍ କୁ ପ୍ରଥମେ ଆରମ୍ଭ କରାଯାଇଛି। ଏହି ଆପ ଖୁବଶୀଘ୍ର ଅନ୍ୟ ଜିଲ୍ଲାରେ ଉପଲବ୍ଧ ହେବ।

   Related Posts