କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର

Published By : Prameya-News7 Bureau | May 13, 2021 IST

ନୂଆଦିଲ୍ଲୀ ୧୩।୦୫: ଦେଶରେ କରୋନାର ଦ୍ଵିତୀୟ ଲହରର ପ୍ରକୋପ ସହ ଟିକାକରଣ ଅଭିଯାନ ଉପରେ ସରକାର ଗୁରୁତ୍ଵାରୋପ କରିଛନ୍ତି। ୧୮ରୁ ୪୪ ବର୍ଷ ବର୍ଗ ଲୋକଙ୍କ ଟିକାକରଣ ଚାଲିଛି। କରୋନା ମୁକାବିଲା ପାଇଁ ବର୍ତ୍ତମାନ ଲୋକଙ୍କୁ  କୋଭିସିଲ୍ଡ ଓ କୋଭାକ୍ସିନର ଦୁଇ ଡୋଜ୍‌ ଟିକା ଦିଆଯାଉଛି। ତେବେ କୋଭିସିଲ୍ଡ ଟିକାର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନକୁ ବଢାଯାଇ ୧୨ ରୁ ୧୬ ସପ୍ତାହ କରାଯାଇଛି।

କେନ୍ଦ୍ର ସରକାର ଗୁରୁବାର ସରକାରୀ ସମୂହ ଏନଟିଏଜିଆଇର ଏହି ସୁପାରିଶକୁ ସ୍ଵୀକାର କରିଛନ୍ତି। ଏ ପର୍ଯ୍ୟନ୍ତ କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ୬ ରୁ ୮ ସପ୍ତାହ ରହିଥିଲା। ବର୍ତ୍ତମାନ ତଥ୍ୟର ସମୀକ୍ଷା, ବିଶେଷ କରି ବ୍ରିଟେନ୍‌ରୁ ମିଳିଥିବା ତଥ୍ୟ ଆଧାରରେ କୋଭିଡ୍-୧୯ କାର୍ଯ୍ୟକାରୀ କମିଟି କୋଭିସିଲ୍ଡ ଟିକାର ଦୁଇ ଡୋଜ୍ ମଧ୍ୟରେ ଥିବା ବ୍ୟବଧାନକୁ ବଢାଇ ୧୨ ରୁ ୧୬ ସପ୍ତାହ କରିବାକୁ ପ୍ରସ୍ତାବ ଦେଇଥିଲେ।

ସୂଚନାଯୋଗ୍ୟ, ଭାରତରେ ବର୍ତ୍ତମାନ ଦୁଇଟି ଭ୍ୟାକ୍ସିନ କୋଭାକ୍ସିନ ଓ କୋଭିସିଲ୍ଡ ଜରିଆରେ ଟିକାକରଣ ଚାଲିଛି। ଏହା ମଧ୍ୟରେ ସରକାର ରୁଷ ଭ୍ୟାକ୍ସିନ ସ୍ପୁଟନିକ ଭି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛନ୍ତି। ସ୍ପୁଟନିକ ଆଗାମୀ ସପ୍ତାହରେ ଭାରତୀୟ ବଜାରରେ ମିଳିବାକୁ ଯାଉଛି। ଏହା ଫଳରେ ଦେଶରେ ଟିକାକରଣ ଅଭିଯାନକୁ ଆହୁରି ଗତି ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.