Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ହ୍ଵାଟ୍ସଆପ୍‌ରେ ଜାଣନ୍ତୁ ନିଜ ଏରିଆରେ ଭ୍ୟାକ୍ସିନ ଅଛି କି ନାହିଁ, ନମ୍ବର ଜାରି କଲେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ

20/05/2021 at 4:19 PM

ନୂଆଦିଲ୍ଲୀ ୨୦ ।୦୫: କରୋନାର ଦ୍ୱିତୀୟ ଲହରର ପ୍ରକୋପ ମଧ୍ୟରେ ଅଧିକ ଟିକାକରଣକୁ ଅଧିକ ବ୍ୟାପକ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି । ଲୋକଙ୍କ ପର୍ଯ୍ୟନ୍ତ ସହଜରେ କେମିତି ଭ୍ୟାକ୍ସିନ ପହଞ୍ଚାଯାଇ ପାରିବ ଏନେଇ ସରକାର ବିଭିନ୍ନ ଉପାୟ କରୁଛଛନ୍ତି। ଏହି କ୍ରମରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ହ୍ୱାଟ୍ସଆପ୍ ନମ୍ବର ଜାରି କରିଛନ୍ତି। ଏହି ନମ୍ବର ଜରିଆରେ ଆପଣ ନିଜ ଅଞ୍ଚଳରେ ଭ୍ୟାକ୍ସିନ ଉପଲବ୍ଧ ଅଛି କି ନାହିଁ ଜାଣି ପାରିବେ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁବାର ୯୦୧୩୧୫୧୫୧୫ ନମ୍ବର ଜାରି କରିଛନ୍ତି। ଘରେ ବସି ଆପଣ ଏହି ନମ୍ବର ମାଧ୍ୟମରେ ନିଜ ଅଞ୍ଚଳରେ ଭ୍ୟାକ୍ସିନ ଉପଲବ୍ଧ ଅଛି କି ନାହିଁ ଜାଣି ପାରିବେ। ଏଥିପାଇଁ ଆପଣଙ୍କୁ କେବଳ ଏକ ମେସେଜ କରିବାକୁ ପଡିବ। ହ୍ୱାଟ୍ସଆପ ନମ୍ବରକୁ ଯାଇ ନିଜ ଏରିଆର ପିନ କୋଡ୍ ଟାଇପ୍ କରି ପଠାଇ ଦେବେ। ସେପଟୁ ଆପଣଙ୍କ ଏରିଆରେ ଭ୍ୟାକ୍ସିନ ଉପଲବ୍ଧ ଅଛି କି ନାହିଁ ଆପଣଙ୍କୁ ସବିଶେଷ ତଥ୍ୟ ମିଳିଯିବ।

ଅଧିକାରୀଙ୍କ ଅନୁଯାୟୀ, ଏହି ବ୍ୟବସ୍ଥାରେ ଲୋକଙ୍କୁ ଟିକାକରଣ ପାଇଁ ହଇରାଣ ହେବାକୁ ପଡିବ ନାହିଁ ଏବଂ ବିନା ସୂଚନାରେ ଅଯଥାରେ ଟିକା କେନ୍ଦ୍ର ଯିବାକୁ ପଡିବ ନାହିଁ।  ଯେବେ ଆପଣଙ୍କ ପାଳି ପଡିବ କେନ୍ଦ୍ରକୁ ଯାଇ ଆପଣ ଟିକା ଲଗାଇ ପାରିବେ। ଅନ୍ୟପଟେ କରୋନା ଯାଞ୍ଚ ପାଇଁ ଦେଶର ଅଗ୍ରଣୀ ମେଡିକାଲ ରିସର୍ଚ୍ଚ ସଂସ୍ଥା ଆଇସିଏମଆର ନୂତନ ଗାଇଡ୍‌ଲାଇନ୍ ଜାରି କରିଛି। ରାପିଡ ଆଣ୍ଟିଜେନ୍ ଟେଷ୍ଟ ପାଇଁ ଏକ କିଟ୍‌କୁ ଆଇସିଏମଆର ପକ୍ଷରୁ ମଞ୍ଜୁରୀ ମିଳି ଯାଇଛି। ଏହି କିଟ୍‌ ସାହାଯ୍ୟରେ ଆପଣ ଘରେ ରହି ନାକରୁ ନମୂନା ସଂଗ୍ରହ କରି ପାରିବେ।

   Related Posts