Brexit ସହ ବ୍ରିଟେନରୁ ବାହାରିଯିବ ୧.୬ଟ୍ରିଲିୟନ ଡଲାରର asset ସମେତ ୭,୫୦୦ ଚାକିରୀ

Published By : Prameya-News7 Bureau | October 01, 2020 IST

ବ୍ରେଗଜିଟ୍‌କୁ ଦୃଷ୍ଟିରେ ରଖି ବ୍ରିଟେନରେ କାର୍ଯ୍ୟ କରୁଥିବା ଆର୍ଥିକ ସେବାପ୍ରଦାନକାରୀ ସଂସ୍ଥାମାନେ ଏବେ ସ୍ଥାନାନ୍ତରଣରେ ବ୍ୟସ୍ତ। ଏଥିରେ ସଂସ୍ଥାମାନେ ଏପର୍ଯ୍ୟନ୍ତ ଅନୁନ୍ୟ ୭ ହଜାର ୫ଶହ କର୍ମଚାରୀଙ୍କ ସମେତ ୧.୨ ଟ୍ରିଲିୟନ ପାଉଣ୍ଡ (୧.୬ଟ୍ରିଲିୟନ ଡଲାର)ର ପରିସମ୍ପତ୍ତି ଇୟୁରୋପୀୟ ୟୁନିୟନ(ଇୟୁ)କୁ ସ୍ଥାନାନ୍ତରଣ କରିସାରିଲେଣି। ହୁଏତ ଆଗାମୀ ସପ୍ତାହମାନଙ୍କରେ ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ଆହୁରି ତ୍ୱରାନ୍ୱୀତ ହେବ ସହ ଇୟୁରୁ ଏପରି ଅନେକ ସଂସ୍ଥା ଏବେ ବ୍ରିଟେନରୁ ହଟିଯାଇପାରନ୍ତି ବୋଲି ଏର୍ଣ୍ଣଷ୍ଟ ଏଣ୍ଡ ୟଙ୍ଗ (ଇୱାଇ) ଆକଳନ କରୁଛନ୍ତି।

ବ୍ଲକ ପରିତ୍ୟାଗ ଲାଗି ବ୍ରିଟେନ ୨୦୧୬ ମସିହାରେ ଭୋଟ ଦେଇଥିଲା। ଏଥିରୁ ଆର୍ଥିକ ଉଦ୍ୟୋଗମାନେ ବଡଧରଣର ମୁନାଫା ଆଶାରେ ଇୟୁ ସମେତ ଡବଲିନ, ଲକ୍ସେମବର୍ଗ ଓ ଫ୍ରାଙ୍କଫର୍ଟରେ ଅନୁନ୍ୟ ୨ହଜାର ୮୦୦ ପଦବୀ ସୃଷ୍ଟି କରିଥିଲେ। ଏଥିରେ ୨୨୨ଟି ବୃହତ୍ତ ଆର୍ଥିକ ସଂସ୍ଥାଙ୍କ ପରିଚାଳନା ଟ୍ରାକ୍‌ କରୁଥିବା କନସଲଟିଂ ଫାର୍ମଙ୍କ ରିପୋର୍ଟ ଅନୁସାରେ ଏହି ସବୁ ସଂସ୍ଥାମାନେ କେବଳ ଗତମାସରେ ୪୦୦ସ୍ଥାନାନ୍ତରଣ ଘୋଷଣା କରିଛନ୍ତି। 

ଆର୍ଥିକ ରାଜଧାନୀରୁ ସମଗ୍ର ଇୟୁରେ ସେବା ପ୍ରଦାନ ଏବେ ଏପରି ସଂସ୍ଥାଙ୍କ ଲାଗି ପୂର୍ବପରି ସୁଗମ ହୋଇନପାରେ। ଏଥିଲାଗି ଆଗାମୀ ବର୍ଷରୁ ସେମାନେ ପାସପୋର୍ଟ ହରାଇପାରନ୍ତି। ଏଣୁ ଏହି କ୍ଷେତ୍ରର ଉପଭୋକ୍ତାଙ୍କ ସହ କାରବାର କରିବା ଲାଗି ଏବେ ଏଭଳି ସଂସ୍ଥା ବ୍ରିଟେନକୁ ଏପର୍ଯ୍ୟନ୍ତ ମଞ୍ଜୁରି ପ୍ରଦାନ କରୁଥିବା ବ୍ଲକ୍‌ ଉପରେ ନିର୍ଭର କରିବାକୁ ପଡିବ।  ଏଣୁ ଏବେ ଏହି ସଂସ୍ଥାମାନେ ସେମାନଙ୍କ କଣ୍ଚିନେଣ୍ଟାଲ ଉପସ୍ଥିତି ଲାଗି ୟୁରୋପୀୟ ସଂଘ ସହ  ସମ୍ପର୍କମଜଭୁତ କରିବାକୁ ବାଧ୍ୟ ହେବେ। 

ସମଗ୍ର ଇୟୁରୋପରେ ଏବେ କରୋନାଭାଇରସ ମହାମାରୀ ବ୍ୟାପିବାରେ ଲାଗିଛି। ଏହା ସତ୍ତ୍ୱେ ଅନେକ ସଂସ୍ଥା ଏବେ ବ୍ରେଗଜିଟ ପ୍ଲାନିଂର ଚୂଡାନ୍ତପର୍ଯ୍ୟାୟରେ କାର୍ଯ୍ୟ କରୁଥିବା ଦେଖାଯାଇଛି। ଯେଉଁଥିରେ ସେମାନଙ୍କ ସ୍ଥାନାନ୍ତରଣ ମଧ୍ୟ ସାମିଲ। ଫାଇନାନସିଆଲ ସର୍ଭିସ ଇୱାଇଙ୍କ ମ୍ୟାନେଜିଂ ପାର୍ଟନର ଉମର ଅଲ୍ଲୀଙ୍କ ଅନୁସାରେ ଏବେବି ଅନେକ କମ୍ପାନୀ ‘ୱେଟ୍ ଆଣ୍ଡ ସି ’ନୀତି  ଅବଲମ୍ବନ କରୁଛନ୍ତି।  ହୁଏତ ଏପରି ସଂସ୍ଥାଙ୍କୁ ଆଗକୁ ତରବରିଆ ଭାବେ ନିଷ୍ପତ୍ତି ନେବା ସହ ସ୍ଥାନାନ୍ତରଣର ସମ୍ମୁଖୀନ ହେବାକୁ ପଡିପାରେ ବୋଲି ଅଲ୍ଲି କହିଛନ୍ତି। 

ଜେ.ପି.ମୋର୍ଗାନ ଚେଜ୍‌ ଏଣ୍ଡ କୋ ଗତ ସପ୍ତାହ ସୁଧା ବ୍ରିଟେନରୁ ଉଭୟ କର୍ମଚାରୀ ଓ ଆସେଟ୍‌ ସ୍ଥାନାନ୍ତରଣ କରିଦେଇଛନ୍ତି। ସେହିପରି ଗୋଲ୍ଡମ୍ୟାନ ସାକ୍ସ ଗ୍ରୁପ ଇଂକ୍ ଅତିରିକ୍ତ ଶହେ କର୍ମଚାରୀଙ୍କୁ ଇୟୁରୋପ ପଠାଇବାକୁ ଯୋଜନା କରୁଛନ୍ତି। ତେବେ ବ୍ରେଗଜିଟ୍‌ ଭୋଟପରେ ଏପରି ହେବ ବୋଲି ହୁଏତ କେହି ଆକଳନ ମଧ୍ୟ କରିନଥିଲେ। ତେବେ ଥିଙ୍କ ଟ୍ୟାଙ୍କ ବ୍ରିଗେଲ ୨୦୧୮ ମସିହାରେ ଏହାର ସଠିକ ଆକଳନ କରିଥିଲେ। ବ୍ରେଗଜିଟ୍‌ ସପକ୍ଷରେ ଭୋଟ୍ ଯୋଗୁ ଲଣ୍ଡନ ହୁଏତ ଆର୍ଥିକ ସେବା ଉଦ୍ୟୋଗରେ ୧୦ ହଜାର ବ୍ୟାଙ୍କିଙ୍ଗ ଚାକିରୀ ଓ ୨୦ ହଜାର ପଦବୀ ହରାଇପାରେ ବୋଲି ବ୍ରିଗେଲ ସତର୍କ କରିଥିଲେ। ଏବେ ଲଣ୍ଡନ ଷ୍ଟକ୍ ଏକ୍ସଚେଞ୍ଜ ଗ୍ରୁପ ପିଏଲସି ମୁଖ୍ୟ ଜାଭିୟର ରୋଲେଟ୍  ଦେଶ ଅନୁନ୍ୟ ୨ଲକ୍ଷ ୩୨ ହଜାର ଚାକିରୀ ହରାଇବ ବୋଲି କହେଲେଣି। 

ଲଣ୍ଡନରୁ ବ୍ଲକ୍‌କୁ ଯେପରି ବ୍ୟବହାର କରାଯାଉଥିଲା ହୁଏତ ଏହା ଏବେ ଆଉ ସମ୍ଭବ ନୁହେଁ । ଏଣୁ ୨୪ଟି କମ୍ପାନୀ ଏବେ ବ୍ରିଟେନରୁ ଅନିଶ୍ଚିତତା ମଧ୍ୟରେ ସେମାନଙ୍କ ଆସେଟସ୍‌କୁ ସ୍ଥାନାନ୍ତରିତ କରିବାକୁ ଯାଉଥିବା ଇୱାଇଙ୍କ ରିପୋର୍ଟରେ କୁହାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.