Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ଇରାନର ପରମାଣୁ ବୋମା ଓ କ୍ଷେପଣାସ୍ତ୍ରକୁ ଆମେରିକା-ଇସ୍ରାଇଲର ଭୟ !

25/01/2020 at 4:02 PM

ନୂଆଦିଲ୍ଲା ୨୫।୧: ଇରାନ ଓ ଆମେରିକା ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଏବେ ସାରା ବିଶ୍ୱ ଲାଗି ଏକ ପ୍ରଶ୍ନବାଚୀ ପାଲଟିଛି। ଇରାନ ସେନାମୁଖ୍ୟ କାସିମ ସୁଲେମାନୀଙ୍କ ମୃତ୍ୟୁ ଦୁଇ ଦେଶଙ୍କ ବିବାଦକୁ ତୀବ୍ର କରିଥିଲା। ତେବେ ଆମେରିକାର ସହଯୋଗୀ ଦେଶ ଇସ୍ରାଏଲ ଏବେ ଇରାନର ପରମାଣୁ ବୋମା କାର୍ଯ୍ୟକ୍ରମକୁ ନେଇ ଚିନ୍ତା ପ୍ରକାଶ କରିବା ନୂଆ ଆଶଙ୍କା ସୃଷ୍ଟି କରିଛି।

ଇରାନର ପରମାଣୁ କାର୍ଯ୍ୟକ୍ରମ ଇହୁଦୀ ଦେଶ ଲାଗି ଏବେ ବିପଦଜନକ ବୋଲି ଆଶଙ୍କା କରାଯାଉଛି । ଇରାନ ବିପକ୍ଷରେ ଆମେରିକା ଓ ଇଜ୍ରାଏଲ ଯେପରି ଏକଜୁଟ ଅଛନ୍ତି ଓ ବିଶ୍ୱ ନେତାଙ୍କୁ ଇରାନ୍ ବିପକ୍ଷରେ କାର୍ଯ୍ୟନୁଷ୍ଠାନ ଲାଗି ଆହ୍ୱାନ କରୁଛନ୍ତି ଏଥିରୁ ଶୀତ ଯୁଦ୍ଧର ସମାପ୍ତି ପରେ ଉପୁଜିଥିବା ସ୍ଥିତି ଭଳି ଏବେ ଅନୁଭବ ହେଉଛି। ସଦ୍ଧାମ ହୁସେନଙ୍କୁ ଆମେରିକା ହତ୍ୟା କରିବା ପରେ ଏବେ ଇରାକ୍ ଓ ଇରାନ ପରସ୍ପରକୁ ଆଉ ଶତ୍ରୁ ଭାବୁ ନାହାନ୍ତି। ଏଥିରେ ଇରାନ ସିଧା ଇସ୍ରାଏଲ ମୁହାଁ ହେବା ଏବେ ବେଞ୍ଜାମିନ ନେତାନ୍ୟହୁଙ୍କ ଲାଗି ମୁଣ୍ଡବିନ୍ଧାର କାରଣ ପାଲଟିଛି।

ଶୀତଳ ଯୁଦ୍ଧ ଓ ମଧ୍ୟ ପ୍ରାଚ୍ୟ ବିବାଦ ପରେ ମଧ୍ୟଏସିଆର ସାମରିକ ରଣନୀତିରେ ପରିବର୍ତ୍ତନ ଆସିଥିଲା । ଏହି ସମୟରେ ଇରାନ୍ ଓ ଇରାକ ମଧ୍ୟରେ ବିବାଦ ଲାଗିରହିଥିଲା । କିନ୍ତୁ ଶୀତଳ ଯୁଦ୍ଧ ଓ ସଦ୍ଧାମ ହୁସେନଙ୍କ ମୃତ୍ୟୁ ସମସ୍ତ ବିବାଦର ଅନ୍ତ ମଧ୍ୟ କରିଥିଲା। ସଦ୍ଧାମଙ୍କ ମୃତ୍ୟୁ ପରେ ଇରାକ୍ ଦୁର୍ବଳ ହୋଇପଡିଛି। ତେବେ ସିଆ, ସୁନ୍ନି ଓ କୁର୍ଦ ମଧ୍ୟରେ ଦେଶ ବାଣ୍ଟି ହୋଇଯାଇଛି। ଏଥିରେ ଏବେ ଇରାନ୍‌ର ଘୋର ବିରୋଧୀ ହୋଇଯାଇଛି ଇସ୍ରାଏଲ । ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଆମେରିକା ଓ ଇସ୍ରାଏଲକୁ ଚିନ୍ତା ଘାରିଛି।

ଇସ୍ରାଇଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତେହେରାନକୁ ସ୍ୱାର୍ଥପର ବୋଲି କହିଛନ୍ତି। ଏଣୁ ଇରାନ ବିପକ୍ଷରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ସାରା ବିଶ୍ୱକୁ ଆହ୍ୱାନ ଦେବାସହ ଅନ୍ୟଥା ଇରାନ ଇହୁଦୀ ଦେଶକୁ ନିଶେଷ କରିଦେବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ତେବେ ନେତାନ୍ୟହୁଙ୍କ ଏଭଳି ପ୍ରଳାପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଟିପ୍ପଣୀ କରିଛନ୍ତି। ଇରାନର ପରମାଣୁ ବୋମାରୁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ହିଁ ରକ୍ଷା କରିପାରିବ ବୋଲି କହିଛନ୍ତି।

ପୁଟିନ୍‌ ଏହା ମଧ୍ୟ କହିଛନ୍ତି ଯେ, ଜାତିସଂଘ ସୁରକ୍ଷା ପରିଷଦର ୫ଜଣ ସ୍ଥାୟୀ ସଦସ୍ୟଙ୍କ ପାଇଁ ଏହା ଏକ କଠିନ ବିଷୟ ।୨ୟ ବିଶ୍ୱଯୁଦ୍ଧର ବିଜେତା ରାଷ୍ଟ୍ର ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ଭାବେ ନିଜକୁ ଅବସ୍ଥାପିତ କରିଛନ୍ତି।ଏଣୁ ଅସ୍ଥିରତାରେ ବିକସିତ ରାଷ୍ଟ୍ରମାନଙ୍କୁ ନେଇ ଶିଖର ସମ୍ମିଳନୀର ଆୟୋଜନ ଏବେ ଜରୁରି ବୋଲି କହିଛନ୍ତି ପୁତିନ।

   Related Posts