ଏବେ ଆଧାର କାର୍ଡ ଜରିଆରେ ବୁଲିପାରିବେ ବିଦେଶ: ଜାଣନ୍ତୁ କେଉଁ କେଉଁ ଦେଶକୁ ଯାଇପାରିବେ

Published By : Prameya-News7 Bureau | January 21, 2019 IST

ନୂଆଦିଲ୍ଲୀ ୨୧|୧:  ଭାରତର ୧୫ରୁ କମ୍ ଏବଂ ୬୫ବର୍ଷରୁ ଅଧିକ ବୟସ୍କ ନାଗରିକମାନେ ଆଧାରକାର୍ଡ ଜରିଆରେ ବିଦେଶକୁ ଯାଇପାରିବେ । ଆଧାରକାର୍ଡକୁ ଆଇନଗତ ପରିଚୟ ପତ୍ର ଭାବେ ବ୍ୟବହାର କରି ବୁଲିବାକୁ ଯାଇପାରିବେ । ମାତ୍ର କେବଳ ପଡୋଶୀ ଦେଶ ନେପାଳ ଓ ଭୁଟାନକୁ ଯାଇପାରିବେ ବୋଲି ଗୃହ ମନ୍ତ୍ରାଳୟ ଦ୍ବାରା ଜାରି କରାଯାଇଥିବା ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଏହି ଦୁଇ ଦେଶ ବ୍ୟତୀତ ଅନ୍ୟ ଦେଶକୁ ଆଧାରକାର୍ଡ ନେଇ ଯାଇପାରିବେନାହିଁ ଭାରତୀୟ ନାଗରିକ । ଏହି ଦୁଇ ଦେଶକୁ ଯିବାପାଇଁ ହେଲେ ଭାରତୀୟମାନଙ୍କୁ ଭିସାର ଆବଶ୍ୟକତା ପଡିବନାହିଁ । ନେପାଳ ଏବଂ ଭୁଟାନ ଯିବାକୁ ଥିବା ଭାରତୀୟ ନାଗରିକଙ୍କ ପାଖରେ ଯଦି ବୈଧ ପାସପୋର୍ଟ, ଭାରତ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଫଟୋ ପରିଚୟପତ୍ର, ଅଥବା ନିର୍ବାଚନ ଆୟୋଗଙ୍କ ଦ୍ବାରା ଜାରି କରାଯାଇଥିବା ପରିଚୟ ପତ୍ର ଅଛି ତେବେ ସେମାନଙ୍କୁ ଭିସାର ଆବଶ୍ୟକତା ପଡିବନାହିଁ ।

{"id":76380,"width":577,"height":506}

 ଏହାପୂର୍ବରୁ ୬୫ବର୍ଷରୁ ଅଧିକ ଓ ୧୫ ବର୍ଷରୁ କମ୍‌ ବୟସର ନାଗରିକମାନଙ୍କୁ ନେପାଳ ଓ ଭୁଟାନ୍‌ ଯାତ୍ରା କରିବା ପାଇଁ ନିଜର ପରିଚୟ ଦେବା ପାଇଁ ନିଜର ପାନ୍‌ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, କେନ୍ଦ୍ର ସରକାର ସ୍ବାସ୍ଥ୍ୟ ସେବା କାର୍ଡ ତଥା ରାସନ୍‌ କାର୍ଡ ଦେଖାଇବାକୁ ପଡୁଥିଲା। ମାତ୍ର ଆଧାର କାର୍ଡର ବ୍ୟବହାର ଭାରତୀୟ ନାଗରିକ ଭାବେ କରିପାରୁ ନଥିଲେ। ଏବେ କିନ୍ତୁ ତାହା କରିପାରିବେ ।

{"id":76381}

ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏବେ ଆଧାର କାର୍ଡକୁ ବୈଧ ଦସ୍ତାବିଜ ତାଲିକାରେ ଅନ୍ତର୍ଭୁକ୍ତ କରିଦିଆଯାଇଛି। ଅଧିକାରୀଙ୍କ ସୂଚନା ଅନୁସାରେ ଏବେ ୬୫ବର୍ଷରୁ ଅଧକ ଏବଂ ୧୫ବର୍ଷରୁ କମ୍ ବର୍ଷ ବୟସ୍କ ଲୋକଙ୍କ ପାଇଁ ବୈଧ ଯାତ୍ରା ବସ୍ତାବିଜ୍ ଭାବେ ଆଧାର କାର୍ଡ ବ୍ୟବହାର କରିବାର ଅନୁମତି ମିଳିଛି । ଭାରତୀୟ ନାଗରିକମାନଙ୍କ ପାଇଁ ଭାରତୀୟ ଦୂତାବାସ, କାଠମାଣ୍ଡୁ ଦ୍ବାରା ଜାରି କରାଯାଇଥିବା ପ୍ରମାଣପତ୍ର ଭାରତ ଏବଂ ନେପାଳ ମଧ୍ୟରେ ଯାତ୍ରା ପାଇଁ ସ୍ବୀକାର୍ଯ୍ୟ ଯାତ୍ରା ଦସ୍ତାବିଜ୍ ନୁହେଁ । ନେପାଳରେ ଭାରତୀୟ ଦୂତାବାସ ଦ୍ବାରା ଜାରି କରାଯାଇଥିବା ଜରୁରୀକାଳୀନ ପ୍ରମାଣପତ୍ର ଏବଂ ପରିଚୟ ପତ୍ର ଫେରିବା ସମୟରେ କେବଳ ଗୋଟିଏ ଥର ପାଇଁ ମାନ୍ୟ ହେବ । ୧୫ରୁ ୧୮ ବର୍ଷର ଯୁବକ ଯୁବତୀମାନେ ସେମାନଙ୍କ ସ୍କୁଲର ପ୍ରଧାନଶିକ୍ଷକଙ୍କ ଦ୍ବାରା ଜାରି କରାଯାଇଥିବା ପ୍ରମାଣପତ୍ର ଆଧାରରେ ଭାରତ ଏବଂ ନେପାଳ ମଧ୍ୟରେ ଯାତ୍ରା କରିବାର ଅନୁମତି ଦିଆଯିବ ।

ଭୁଟାନ୍ ଯାତ୍ରା କରୁଥିବା ଭାରତୀୟ ନାଗରିକମାନଙ୍କ ପାଖରେ ୬ମାସର ସର୍ବନିମ୍ନ ବୈଧତା ସହ ଭାରତୀୟ ପାସପୋର୍ଟ ଅଥବା ଭାରତୀୟ ନିର୍ବାଚନ ଆୟୋଗ ଦ୍ବାରା ଜାରି କରାଯାଇଥିବା ପରିଚୟ ପତ୍ର ଥିବା ଜରୁରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.