Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ବିରାଟଙ୍କ ଘୋଷଣା, କହିଲେ ଏବେ ଅଷ୍ଟ୍ରେଲିଆରେ ବି ଟିମ୍ ଇଣ୍ଡିଆ ଖେଳିପାରିବ ଡେ-ନାଇଟ୍ ପିଙ୍କବଲ ଟେଷ୍ଟ

24/11/2019 at 6:46 PM

କୋଲକାତା :  ଇଡେନଗାର୍ଡନରେ ଅନୁଷ୍ଠିତ ଐତିହାସିକ ପିଙ୍କବଲ ଟେଷ୍ଟ ମ୍ୟାଚ୍ କୁ ଭାରତ ୪୬ ରନରେ ଜିତିନେଇଛି। ତେବେ ଦେଶରେ ପ୍ରଥମ ଥର ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚ୍ ପରେ ଟିମ୍ ଇଣ୍ଡିଆ ଏବେ ଅଷ୍ଟ୍ରେଲିଆରେ ବି ଏଭଳି ଡେ-ନାଇଟ୍ ଟେଷ୍ଟ ମ୍ୟାଚ୍ ଖେଳିପାରିବ ବୋଲି ଦୃଢୋକ୍ତି କରିଛନ୍ତି ଅଧିନାୟକ ବିରାଟ କୋହଲୀ। ମ୍ୟାଚ୍ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଥିବା ବେଳେ ଏଥିଲାଗି ଟିମକୁ ପ୍ରପର ପ୍ଲାନିଂ କରିବାକୁ ପଡିବ ବୋଲି କହିଛନ୍ତି ।

ଗତବର୍ଷ ଆଡିଲେଡରେ ଟିମ୍ ଇଣ୍ଡିଆ ଡେ ନାଇଟ୍ ପିଙ୍କବଲ ଟେଷ୍ଟ ଖେଳିବାକୁ ମନା କରିଦେଇଥିଲା। ତେବେ ବିସିସିଆଇଙ୍କ ଲାଗି ଭାରତୀୟ ଖେଳାଳିମାନେ ମ୍ୟାଚ୍ ନିମନ୍ତେ ରାଜି ହୋଇଥିବା ବେଳେ ଭ୍ରମଣକାରୀ ବାଂଲାଦେଶକୁ ବି ମ୍ୟାଚ୍ ଲାଗି ରାଜି କରାଯାଇଥିଲା। ସାଧାରଣ ବଲ ଓ ପିଙ୍କ ବଲ ମ୍ୟାଚ୍ ରେ ଥିବା ଫରକ ଖେଳାଳିମାନେ ଅଭିଜ୍ଞତା କରିଛନ୍ତି। ଏଣୁ ଆଗକୁ ଅନ୍ତର୍ଜାତୀୟ ପିଙ୍କବଲ ମ୍ୟାଚ୍ ଲାଗି ଟିମ୍ ଇଣ୍ଡିଆ ଆଉ ଅରାଜି ହେବନି ବୋଲି କହିଛନ୍ତି ବିରାଟ।

ପ୍ରଥମ ପିଙ୍କବଲ ଟେଷ୍ଟରେ ବିରାଟ ଶତକ ହାସଲ କରିଛନ୍ତି।  ତେବ ପିଙ୍କ ବଲ ଟେଷ୍ଟ ଲାଗି ସମ୍ପୂର୍ଣ୍ଣ ଯୋଜନା କରିବାକୁ ପଡିବ। ଏହି ମ୍ୟାଚ୍ ରେ ଅନଭିଜ୍ଞ ଲାଗୁଥିବା ବାଂଲାଦେଶ ଟିମ ସମ୍ପର୍କରେ ବିରାଟ କହିଛନ୍ତି ଯେ ସେମାନଙ୍କ ଖେଳାଳିଙ୍କୁ ପଚାରନ୍ତୁ ସିରିଜର ଏହି ଟେଷ୍ଟ ମ୍ୟାଚ୍ ଟି ସେମାନଙ୍କୁ ପ୍ରାକ୍ଟିସ୍ ମ୍ୟାଚ୍ ଭଳି ହିଁ ଲାଗିଛି କି ନା। ତେବେ ଏଭଳି ମ୍ୟାଚ୍ ଆୟୋଜନ ପୂର୍ବରୁ ଏକ ପ୍ରାକ୍ଟିସ ମ୍ୟାଚ୍ କରାଯିବା ଜରୁରି ଥିଲା ବୋଲି ବିରାଟ କହିଛନ୍ତି। ଏହା ଦ୍ୱାରା ଖେଳାଳି ନିଜକୁ  ଟେଷ୍ଟ ମ୍ୟାଚ୍ ଲାଗି ପ୍ରସ୍ତୁତ କରିପାରିଥାନ୍ତେ । ତେବେ ସର୍ଟ ନୋଟିସ୍ ରେ ଏଭଳି ମ୍ୟାଚ୍ ଆୟୋଜନ କରାଯାଇ ପାରିବନି ବୋଲି ସେ କହିଛନ୍ତି ।  

   Related Posts