ଅଫିସର, ପୋଲିସ୍, ପଲିଟିସିଆନଙ୍କ ସହ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ଘନିଷ୍ଠ ସଂପର୍କ: ଏସଟିଏଫ୍‌ର ତଥ୍ୟକୁ ଧରି IB ତଦନ୍ତ

Published By : Prameya-News7 Bureau | July 05, 2020 IST

କାନପୁର ୦୫।୦୭: ଦେଶର ଗୁଇନ୍ଦା ଏଜେନ୍ସି ବା ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି)କୁ କାନପୁରରେ ଆଠ ପୋଲିସ କର୍ମୀଙ୍କ ହତ୍ୟା ଘଟଣାରେ ମୋଷ୍ଟ ଓ୍ଵାଟେଣ୍ଟ ଅପରାଧୀ ତଥା ମୁଖ୍ୟ ଅଭିଯୁକ୍ତ  ବିକାଶ ଦୁବେକୁ  ଧରିବା ଲାଗି ଅଭିଯାନରେ ସାମିଲ କରାଯାଇଛି। ଦୁବେକୁ ଧରିବା ପାଇଁ ଆଇବିର ଅଧିକାରୀ ଉତ୍ତର ପ୍ରଦେଶ ପୋଲିସ୍‌ର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ)ର ସାହାଯ୍ୟ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଏହି ଗ୍ୟାଙ୍ଗଷ୍ଟାର ଉପରେ ପ୍ରାୟ ୬୦ ମାମଲା ରହିଛି। ଏହା ବ୍ୟତୀତ ତାକୁ ରାଜନୈତିକ ସଂରକ୍ଷଣ ମଧ୍ୟ ମିଳୁଛି। ସବୁଠୁ ବଡ କଥା ବିକାଶର ଅନେକ ପୋଲିସ୍‌ ଅଧିକାରୀ ସହିତ ନିବିଡ ସଂପର୍କ ଥିଲା।

ଏସଟିଏଫକୁ ସାହାଯ୍ୟ କରିବେ ଆଇବି ଅଧିକାରୀ

ସୂତ୍ର ମୁତାବକ ଇଣ୍ଟେଲିଜେନ୍ସ ବ୍ୟୁରୋ ଓ ସ୍ପେଶାଲ ଟାସ୍କ ଫୋର୍ସ ବିକାଶ ଦୁବେ ଚମ୍ବଲର ବିହଡରେ ଲୁଚି ଥାଇପାରେ। ଦୁବେରସନ୍ଧାନ ପାଇଁ ମଧ୍ୟ ପ୍ରଦେଶ ପୋଲିସର ମଧ୍ୟ ସହାୟତା ମଗାଯାଇଛି। ପୋଲିସ୍ ସବୁ ଠିକଣାରେ ଚଢାଉ ଜାରି ରଖିଛି, ଯଦି ୨୪ ଘଣ୍ଟାରେ ଦୁବେ ଧରା ନପଡେ ତେବେ ତାର ସୂଚନା ଦେଲେ ମୋଟା ଅଙ୍କର ପୁରସ୍କାର ଘୋଷଣା କରାଯାଇପାରେ। ଯାଞ୍ଚରୁ ଜଣା ପଡିଛି ଯେ ଦୁବେର ଅନେକ ରାଜ୍ୟର ରାଜନେତା ଏବଂ ଆଇନ ପ୍ରବର୍ତ୍ତନ ଏଜେନ୍ସି ଓ ୟୁପି ପୋଲିସ୍‌ ସହିତ ନିବିଡ ସଂପର୍କ ଥିଲା। ଜଣେ ବରିଷ୍ଠ ଆଇପିଏସ ଅଧିକାରୀ କହିଛନ୍ତି, ୟୁପିରେ ଅପରାଧୀ, ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଥିବା ସଂପର୍କର ଖୁଲାସା ହେବ।

wp:html /wp:html

ଏହା ମଧ୍ୟରେ ଆଇଜି ସ୍ପଷ୍ଟ କରିଛନ୍ତି ଯେ, ପୋଲିସ୍ ବିଭାଗରୁ କେହି ଜଣେ ଫୋନ୍‌ କରି ଦୁବେକୁ ପୋଲିସର ଗତିବିଧି ବିଷୟରେ ସୂଚନା ଦେଇଛି। ସ୍ଥାନୀୟ ଥାନାର ପୋଲିସକର୍ମୀଙ୍କୁ ଯାଞ୍ଚ କରାଯାଉଛି ଯେ, ବିକାଶକୁ ଧରିବା ପାଇଁ ଯାଉଥିବା ଟିମ୍‌ର ସୂଚନା କେମିତି ମିଳିଲା। ଏହି ଘଟଣାରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବ ତା ଉପରେ ହତ୍ୟା ମାମଲା ରୁଜୁ ହେବ।

ଦୁବେ ଅନେକ ପାର୍ଟି ତରଫରୁ ବର୍ଷ ବର୍ଷ ଧରି ରାଜନୈତିକ ଫାଇଦା ଉଠାଇ ଚାଲିଥିଲା। ପୋଲିସ୍ ଅଧିକାରୀ, ସରକାରର ବହ ବଡ ହାକିମଙ୍କ ସହ ତାର ନିବିଡ ସଂପର୍କ ଥିଲା। ଯାହାର ପରିଣାମ ଏବେ ସରକାରଙ୍କୁ ଭାରି ପଡିଛି। ୧୯୯୩ରେ ତା ବିରୋଧରେ ହତ୍ୟା, ଲୁଟ୍, ଅପହରଣ ଏବଂ ଜମ ହଡପ ପରି ୬୦ ମାମଲା ରୁଜୁ ହୋଇଥିଲା। ୨୦୦୧ ମସିହାରେ ଶିବଲି ପୋଲିସ୍ ଷ୍ଟେସନ୍ ଭିତରେ ବିଜେପି ନେତା ଓ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ ଶୁକ୍ଳାଙ୍କ ହତ୍ୟା ଆରୋପ ମଧ୍ୟ ଲାଗିଥିଲା। ମାତ୍ର ପ୍ରମାଣ ଅଭାବରୁ ଦୁବେକୁ ଗିରଫ କରାଯାଇ ପାରିନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.