ଏବେ ବିନା ପେଟ୍ରୋଲ୍-ଡିଜେଲରେ ଚାଲିବ ବସ୍ : ଟାଟାର ନୂଆ ଆବିଷ୍କାର

Published By : Prameya-News7 Bureau | December 22, 2018 IST

ପାଟଣା ୨୨/୧୨: ଭାରତରେ ବଢ଼ୁଥିବା ପ୍ରଦୂଷଣକୁ ରୋକିବା ପାଇଁ ଟାଟା ମୋଟରର୍ସ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ସହ ମିଶି ପ୍ରଥମ ଉଦଜାନ ବସ୍ ନିର୍ମାଣ କଲା। ଏହି ବସ୍ ଉଦଜାନ ଇନ୍ଧନ ଦ୍ବାରା ଚାଲିବ ଯାହାର ପରୀକ୍ଷଣ ପାଖାପାଖି ସରିଗଲାଣି। ଏହା ସହିତ ଏହି ବସ୍ ଭାରତରେ ପବ୍ଲିକ୍ ଟ୍ରାନ୍ସପୋର୍ଟ ଭାବରେ ବିଶେଷ ସହାୟକ ହେବ।

ସିଏନଜି, ହାଇବ୍ରିଡ,ଇଲେକ୍ଟ୍ରି ଗାଡ଼ି ପରେ ଏବେ ବହୁତ ଶୀଘ୍ର ଉଦଜାନ ଇନ୍ଧନରେ ବସ୍ ଚାଲିବ। ଏଥିରେ ଇନ୍ଧନ ଭାବରେ ପାଣି ଏବଂ ତାପର ପ୍ରୟୋଗ ହେବ। ଏହା ଭାରତରେ ବଢ଼ୁଥିବା ବାୟୁ ଏବଂ ଧ୍ବନି ପ୍ରଦୂଷଣର ସ୍ତରକୁ କମ୍ କରିବାରେ ସହାୟକ ହେବ। ଏହାର ଫ୍ୟୁଏଲ୍ ସେଲ୍ ଟେକ୍ନୋଲୋଜି ଫ୍ୟୁଏଲ୍ କନଜପସନକୁ ୫୦% କମ୍ କରିଦେଇଥାଏ।  ଏଥିରେ ୩୦ଜଣ ଯାତ୍ରୀ ବସିପାରିବେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.