Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏଣିକି ପୁରୁଣା ସୁନା ଗହଣା ବିକ୍ରି କଲେ ଦେବାକୁ ପଡିପାରେ ଜିଏସ୍‌ଟି, କମ୍ ହେବ ଲାଭ

17/08/2020 at 11:23 AM

ନୂଆଦିଲ୍ଲୀ ୧୭।୮: ଏବେ ପୁରୁଣା ସୁନା ଗହଣା ବିକ୍ରି କରିବା ବେଳେ ୩ ପ୍ରତିଶତ ଜିଏସଟି ଦେବାକୁ ପଡିପାରେ । ଜିଏସଟିର ଆଗାମୀ କାଉନସିଲରେ ଏ ନେଇ ନିଷ୍ପତ୍ତି ହୋଇପାରେ ବୋଲି ଆଲୋଚନା ହେଉଛି । କେରଳର ଅର୍ଥମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ଫଳରେ ପୁରୁଣା ସୁନା ଗହଣା ବିକ୍ରି କରିବା ପରେ ପୂର୍ବରୁ ଯେଉଁ ଲାଭ ମିଳୁଥିଲା ତାହା କମ୍ ହୋଇଯିବ ।

କେରଳର ଅର୍ଥମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟଗୁଡିକର ଅର୍ଥମନ୍ତ୍ରୀ ସମୂହ ବୈଠକରେ ପୁରୁଣା ସୁନା ଏବଂ ଗହଣା ବିକ୍ରି କରିବା ଉପରେ ୩ ପ୍ରତିଶତ ଜିଏସଟି ଲଗାଇବା ପାଇଁ ସହମତି ପ୍ରକାଶ ପାଇଛି ।

ନ୍ୟୁଜ୍ ଏଜେନ୍ସୀ ପିଟିଆଇ ଅନୁସାରେ ଏହି ମନ୍ତ୍ରୀ ସମୂହରେ କେରଳ, ଗୁଜୁରାଟ, ପଞ୍ଜାବ, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗର ଅର୍ଥମନ୍ତ୍ରୀ ସାମିଲ ଅଛନ୍ତି । ସୁନା ଏବଂ ବହୁମୂଲ୍ୟ ରତ୍ନ ପରିବହନ ପାଇଁ ଇ-ଓ୍ବେ ବିଲ୍ ର କାର୍ଯ୍ୟକାରିତା ସମୀକ୍ଷା ପାଇଁ ଏହି ମନ୍ତ୍ରୀ ସମୂହ ଗଠନ କରାଯାଇଥିଲା । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମନ୍ତ୍ରୀ ସମୂହ ବୈଠକ କରାଯାଇଥିଲା ।

କେରଳ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ପୁରୁଣା ସୁନା ବିକ୍ରି ଉପରେ ୩ ପ୍ରତିଶତ ଜିଏସଟି ଆରସିଏମ ଦ୍ବାରା ଲଗାଯିବା ବୋଲି ନିର୍ଣ୍ଣୟ କରାଯାଇଛି । ଏବେ କମିଟିର ଅଧିକାରୀ ଏହାର ଉପାୟ ଉପରେ ବିଚାର କରିବେ । ଅର୍ଥାତ୍ ନୂଆ ବ୍ୟବସ୍ଥା ଲାଗୁ ହେବା ପରେ ଯଦି କୌଣସି ଦୋକାନୀ ଆପଣଙ୍କଠାରୁ ପୁରୁଣା ସୁନା ଗହଣା କିଣିଥାଏ ତେବେ ସେ ରିଭର୍ସ ଶୁଳ୍କ ଆକାରରେ ୩ ପ୍ରତିଶତ ଜିଏସଟି ଆପଣଙ୍କଠାରୁ ନେବ । ଯଦି ଆପଣ ୧ ଲକ୍ଷ ଟଙ୍କାର ପୁରୁଣା ଗହଣା ବିକ୍ରି କରୁଛନ୍ତି ତେବେ ଜିଏସଟି ବାବଦକୁ ୩୦୦୦ ଟଙ୍କା ଆପଣଙ୍କଠାରୁ ରଖାଯିବ ।

   Related Posts