Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଏବେ ସରକାର ନିଜେ ଖୋଲିବେ ରାଫେଲ ଯୁଦ୍ଧବିମାନ କିଣାର ଗୁମର, କହିବେ ୧୨୬ କିପରି ହେଲା ୩୬: କଂଗ୍ରେସ

6/07/2021 at 5:11 PM

ନୂଆଦିଲ୍ଲୀ ୬।୭: ରାଫେଲ ଯୁଦ୍ଧବିମାନକୁ ନେଇ ପୁଣି ଦେଶରେ ରାଜନୀତି ଉଷ୍ମ ହେଲାଣି । ପ୍ରସଙ୍ଗରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବା ଲାଗି ପ୍ରସ୍ତୁତିରେ ଲାଗିପଡିଛନ୍ତି। ଏଥର ତାଙ୍କର ଶ୍ରମ ବେକାର ଯିବନି ବୋଲି ରାହୁଲ ବେଶ ଆଶାବାଦୀ ଥିବା ବେଳେ ୧୨୬ଟି ଜାଗାରେ ୩୬ଟି ରାଫେଲ କିପରି ଆଣିଲେ ସରକାର ଏବେ ନିଜ ମୁହଁରେ ନିଜେ ସ୍ୱୀକାର କରିବାକୁ ବାଧ୍ୟ ହେବେ କଂଗ୍ରେସ କହିଛି। ରାଫେଲର ସତ୍ୟତା ଏବେ ଧିରେ ଧିରେ ସାମ୍ନାକୁ ଆସିବାକୁ ଲାଗିଲାଣି। ଏଣୁ ସରକାର ଆଉ ପ୍ରସଙ୍ଗରେ ନିରବ ରହି ନପାରନ୍ତି ବୋଲି ସେ ଆଶାବ୍ୟକ୍ତ କରିଛି କଂଗ୍ରେସ।

ଉଲ୍ଲେଖ ଯୋଗ୍ୟଯେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ରାଫେଲ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଥିଲେ। କଂଗ୍ରେସ ରାଫେଲକୁ ତାର ନିର୍ବାଚନୀ ପ୍ରସଙ୍ଗରେ ପରିଣତ କରିଥିଲା। ତେବେ ନିର୍ବାଚନ ପୂର୍ବରୁ ତତ୍କାଳୀନ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗଇଙ୍କ ଖଣ୍ଡପୀଠ ରାଫେଲ ପୁନର୍ବିଚାର ସମ୍ପର୍କିତ ସମସ୍ତ ଆବେଦନକୁ ଖାରଜ କରିଦେଇଥିଲେ।  ପ୍ରସଙ୍ଗରେ ଏତଲା ରୁଜୁ ଲାଗି ନିର୍ଦ୍ଦେଶ ଦେବାର କୌଣସି ଆବଶ୍ୟକତା ଅନୁଭବ ହେଉ ନଥିବା ସୁପ୍ରିମକୋର୍ଟ କହିଥିଲେ। ଏହା ପରେ ରାଫେଲକୁ ନେଇ ନିର୍ବାଚନରେ  କଂଗ୍ରେସ ବିରୋଧରେ ମୋର୍ଚ୍ଚା ଖୋଲିଦେଇଥିଲା ବିଜେପି। 

ତେବେ ନିକଟରେ ଆର୍ଥିକ ଅପରାଧରେ ବିଶେଷଜ୍ଞ ଫ୍ରାନସର ଏକ ସ୍ୱେଛାସେବୀ ସଂସ୍ଥା ଶେରପା ରାଫେଲକୁ ନେଇ ଅନ୍ୟ ଅଭିଯୋଗ ସମେତ ଆର୍ଥିକ ଅନିୟମିତତା ଓ ପଦର ଦୁରୁପଯୋଗ ସମ୍ପର୍କିତ ଏକ ଅପରାଧିକ ଅଭିଯୋଗ ରୁଜୁ କରିଛି। ଏଥିରେ ଫ୍ରାନ୍ସ ପୁରା ପ୍ରକରଣର ଯାଞ୍ଚ ଲାଗି ଜଣେ ଜଜ୍‌ଙ୍କୁ ନିଯୁକ୍ତ କରିଥିବା ବେଳେ କଂଗ୍ରେସ ପାର୍ଟି ପ୍ରସଙ୍ଗରେ ପୁଣି ଥରେ ବିଜେପି ଓ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମକ ହୋଇଉଠିଛି।

ତେବେ ଏତେ କଥା ପରେ ବି ପ୍ରସଙ୍ଗରେ ମାମଲାରେ ଦୋଷୀଙ୍କ ଯାଞ୍ଚ କରିବା  ଅଥବା ଦଣ୍ଡିତ କରିବା ଲାଗି କାର୍ଯ୍ୟାନୁଷ୍ଠାନ ବଦଳେ ଏପର୍ଯ୍ୟନ୍ତ ନିରବ ରହିବା ଷଡ଼ଯନ୍ତ୍ରରେ ସରକାରଙ୍କ ସମ୍ପୃକ୍ତିକୁ ପ୍ରମାଣିତ କରୁଥିବା କଂଗ୍ରେସ କହିଛି। କେନ୍ଦ୍ରର ୟୁପିଏ ସରକାର ବାୟୁସେନା ଆଧୁନିକିକରଣ ଲାଗି ଗ୍ଲୋବାଲ ଟେଣ୍ଡର ଅନୁସରଣରେ ୧୨୬ଟି ରାଫେଲ ଯୁଦ୍ଧବିମାନ ଲାଗି କଥାବାର୍ତ୍ତା ହୋଇଥିଲା। ଏଥିରେ  ହିନ୍ଦୁସ୍ତାନ ଏରୋନେଟିକ୍ସ (ଏଚଏଏଲ) ମାଧ୍ୟମରେ ଭାରତରେ ୧୦୮ଟି ଯୁଦ୍ଧବିମାନର ନିର୍ମାଣ ସହ ୧୮ ଉଡାଣଯୋଗ୍ୟ ନୂଆ ଯୁଦ୍ଧବିମାନ ଦେଶକୁ ଆଣିବା ଲାଗି ପରିକଳ୍ପନା କରାଯାଇଥିଲା।

ଏହି ଗ୍ଲୋବାଲ ଟେଣ୍ଡରରେ ୧୨୬ ବିମାନ ଲାଗି ଭାରତକୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ଓ ବୈଷୟିକ ଜ୍ଞାନକୌଶଳ( ପ୍ରାଦ୍ୟୋଗିକି) ହସ୍ତାନ୍ତରଣ ନେଇ ମଧ୍ୟ ସର୍ତ୍ତ ଥିଲା। ତେବେ ପରିବର୍ତ୍ତିତ ସରକାର କେଉଁ ପରିସ୍ଥିତିରେ ୧୨୬ ସ୍ଥାନରେ ୩୬ ବିମାନ ଆଣିବାକୁ ନିଷ୍ପତ୍ତି ନେଲେ ଓ ବିନା ପ୍ରାଦ୍ୟୋଗିକି ହସ୍ତାନ୍ତରଣରେ ସେ ନେଇ ଏପର୍ଯ୍ୟନ୍ତ ନା ପ୍ରଧାନମନ୍ତ୍ରୀ ନା ତାଙ୍କ  ସରକାର ଦେଶକୁ କୌଣସି ସ୍ପଷ୍ଟ ଜବାବ ଦେଉ ନାହାନ୍ତି ବୋଲି  ବରିଷ୍ଠ କଂଗ୍ରେସ ନେତା ପବନ ଖେଡା କହିଛନ୍ତି।

ସେ କହିଛନ୍ତି ଯେ ଏ ବାବଦେ ‘ରକ୍ଷା ଅଧିଗ୍ରହଣ ପରିଷଦ’ ସରକାରଙ୍କୁ ସୂଚିତ ମଧ୍ୟ କରିଥିଲେ। ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଏଥିପାଇଁ ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ଥିବାର ସୂଚନା ଦେବା ପରେ ବି ପ୍ରଧାନମନ୍ତ୍ରୀ କିପରି ଏକ ତରଫା ଭାବେ ଆଉ ଏକ ବୁଝାମଣା କଲେ ସେ ନେଇ ଏବେ ପ୍ରଶ୍ନ ଉଠିଛି। ୫୭୦ କୋଟି ଟଙ୍କାର ସାମଗ୍ରୀକୁ ୧ ହଜାର ୬୭୦ କୋଟି ଟଙ୍କାରେ କାହିଁକି କିଣାଗଲା ଯେଉଁଥିରେ ଭ୍ରଷ୍ଟାଚାର ହେବାର ନଥିଲା କି ଦଲାଲି କରାଯାଇ ନଥିଲା ସେଥି ଲାଗି ଥିଲା କ୍ଲଜକୁ କିପରି ହଟାଗଲା ତାକୁ ଏବେ କଂଗ୍ରେସ ଦେଶରେ ପ୍ରସଙ୍ଗ କରିଛି।

ସେହିପରି ପୂର୍ବତନ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ଏ.କେ.ଆଣ୍ଟୋନୀ  କହିଛନ୍ତି ଯେ ସରକାର ଇଣ୍ଟର ଗର୍ଭର୍ଣ୍ଣମେଣ୍ଟ ଅଣ୍ଡରଷ୍ଟାଣ୍ଡିଂରେ ୩୬ଟି ରାଫେଲ ଆଣିଥିବା କଥା କହୁଛନ୍ତି। ତାଙ୍କରି କଥା ହିଁ ହେଉ ଏଥିରେ ଭ୍ରଷ୍ଟାଚାର, ଲାଞ୍ଚକାରବାର ଓ ଦଲାଲି ହୋଇଥିବାର ଅଭିଯୋଗ ପରେ ଫ୍ରାନ୍ସ ସରକାର ଯାଞ୍ଚ ଲାଗି ଏକକ ଜଜ କମିଟି ଗଠନ କରିଥିବା ବେଳେ ଭାରତର ସରକାର ମଧ୍ୟ ସମାନ ନୀତି ଅନୁସରଣ କରିବା କଥା କି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି। ହଉ ଯାଞ୍ଚ କମିଟି ନ ହେଉ ଯୁଗ୍ମ ସଂସଦୀୟ ସମିତି (ଜେପିସି) ଯାଞ୍ଚ ଲାଗି ଲାଗି କଂଗ୍ରେସ କରୁଥିବା ଦାବିର ମଧ୍ୟ ସରକାର ଜବାବ କାହିଁକି ରଖୁ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ସରକାରଙ୍କ କାରବାରରେ ଦେଶର ୨୧ରୁ ୨୨ ହଜାର କୋଟି ଟଙ୍କା ହଡପ ହୋଇଥିବା ଜଣାପଡିଲାଣି। ତେବେ ଏତେ ଟଙ୍କା କୁଆଡେ ଗଲା ବୋଲି ସରକାର କାହିଁକି ଯାଞ୍ଚ ଆଦେଶ ଦେଉ ନାହାନ୍ତି  ଆଣ୍ଟୋନୀ ପ୍ରଶ୍ନ କରିଛନ୍ତି।

ସରକାର ଏହି କାରବାର ଲାଗି ମଝିରୁ ଏଚଏଏଲକୁ ବାହାର କରି ଏକ ଘରୋଇ କମ୍ପାନୀକୁ ରଖିଥିଲେ। ଯାହାର ଏପରି ସାମଗ୍ରୀ ଅଥବା କିଣାବିକାରେ ଅଭିଜ୍ଞତା ମଧ୍ୟ ନଥିଲା। ସର୍ବୋଚ୍ଚ ନ୍ୟାୟାଳୟ ଜନତାଙ୍କୁ ଏ ସବୁର ବିବରଣୀ ଦେବାକୁ ପୂର୍ବରୁ ମନା କରିଦେଇଛନ୍ତି। ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ କାରବାର ପୂର୍ବ କାରବାର ଅପେକ୍ଷା ୯ ପ୍ରତିଶତ ଶସ୍ତା ବୋଲି ସଂସଦକୁ କହିଥିଲେ। ସେହିପରି ସିଏଜି ତାଙ୍କ ରିପୋର୍ଟରେ ଏହି କାରବାର ୨.୯ ପ୍ରତିଶତ ଶସ୍ତା ବୋଲି ଉଲ୍ଲେଖ କରିଥିଲେ। ଏହା ପରେ ବି ୫୭୦ କୋଟି ଟଙ୍କାର ଜିନିଷ କିପିରି୧ହଜାର ୬୭୦ କୋଟିରେ କିଣା ଗଲା ଓ ମଝିରେ ମଧ୍ୟସ୍ଥି କିଏ ଥିଲେ ସରକାରଙ୍କୁ ତାହା ସ୍ପଷ୍ଟ କରିବାକୁ ହେବ ବୋଲି ପବନ ଖେଡା ଦାବି କରିଛନ୍ତି।

   Related Posts