ଏବେ ଘରେ ରଖିଥିବା ସୂନାର ଦେବାକୁ ପଡିବ ସୂଚନା, ହିସାବ ମାଗିବେ ସରକାର

Published By : Prameya-News7 Bureau | October 30, 2019 IST

ନୂଆଦିଲ୍ଲୀ: ଦେଶରେ ନୋଟ ବନ୍ଦୀ ପରେ କଳାଧନ ଉପରେ ପୁଣି ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି କେନ୍ଦ୍ରର ନେରନ୍ଦ୍ର ମୋଦି ସରକାର ।  ଏଥର କଳାଧନ ଉପରେ ଅଙ୍କୁଶ ଲଗାଇବା ଲାଗି ଲୋକଙ୍କ ପାଖରେ ମହଜୁଦ ଥିବା ସୁନାର ହିସାବ ମାଗିପାରନ୍ତି ସରକାର। ଏକ ପ୍ରତିଷ୍ଠିତ ମିଡିଆର ଖବର ମୁତାବକ କଳାଧନରେ ସୁନା କିଣିଥିବା ଲୋକଙ୍କ ଲାଗି ସରକାର ଏବେ ଖାସ ଆଇନ ପ୍ରଣୟନ ଲାଗି ବିଚାର କରୁଛନ୍ତି।

{"id":176907,"width":580,"height":434}

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆୟକର ବିଭାଗର ଏମନେଷ୍ଟି ସ୍କିମ ଅର୍ଥାତ ମାଫି ଯୋଜନା ଭଳି ସରକାର ମଧ୍ୟ ଏକ ସ୍କିମ ଆଣିପାରନ୍ତି। ଏହି ସ୍କିମ ଅନୁସାରେ ନିର୍ଦ୍ଧାରିତ ମାତ୍ରାଠାରୁ ଅଧିକ ମାତ୍ରାର ବିନା ରସିଦରେ କିଣାଯାଇଥିବା ସୁନାର ସୂଚନା ସରକାରଙ୍କୁ ଦେବାକୁ ହେବ। ଏହା ସହିତ ସରକାରଙ୍କୁ ସୁନାର ମୂଲ୍ୟ ମଧ୍ୟ ସୂଚିତ କରିବାକୁ ପଡିବ। ତେବେ ସରକାର ଏହି ସ୍କିମ ଏକ ଖାସ ସମୟସୀମା ଲାଗି ଧାର୍ଯ୍ୟ କରିବେ। ସମୟସୀମା ଶେଷ ହେବା ପରେ ଅଧିକ ସୁନା ଲାଗି ଜରିମାନା ଦେବାକୁ ପଡିବ।

{"id":176908}

ସୁନାର ମୂଲ୍ୟ ଜାଣିବା ଲାଗି ଭାଲ୍ୟୁଏସନ ସେଣ୍ଟରରୁ ସାର୍ଟିଫିକେଟ୍ ଆଣିବାକୁ ପଡିବ। ବିନା ରସିଦରେ ରଖିଥିବା ସୁନା ଲାଗି ଏକ ନିର୍ଦ୍ଧାରିତ ଶୁଳ୍କ ଦେବାକୁ ପଡିବ। ଏହା ଛଡା ମନ୍ଦିର ଓ ଧାର୍ମିକ ଅନୁଷ୍ଠାନରେ ଗଛିତ ସୁନା ଲାଗି ସରକାର ପ୍ରଡକ୍ଟିଭ ଇନଭେଷ୍ଟମେଣ୍ଟ ଭାବେ ଉପଯୋଗ କରିପାରନ୍ତି। ଏଥିଲାଗି ଅର୍ଥମନ୍ତ୍ରାଳୟ ଓ ଇକନୋମିକ ଆଫାୟର୍ସ ବିଭାଗ ମିଳିତ ଭାବେ ଚିଠାପ୍ରସ୍ତାବ ପ୍ରସ୍ତୁତ କରୁଥିବା ଏବେ କୁହାଯାଉଛି। ପ୍ରସ୍ତାବ ପ୍ରସ୍ତୁତ ହୋଇଗଲେ କ୍ୟାବିନେଟ୍ ରେ ଉପସ୍ଥାପନ କରାଯିବ।

{"id":176909,"width":579,"height":301}

ତେବେ ସରକାର ଘର ଓ ଲକରରେ ବନ୍ଦହୋଇ ରହିଥିବା ସୁନାକୁ ଅର୍ଥବ୍ୟବସ୍ଥାରେ ସାମିଲ କରିବାକୁ ଚାହୁଁଛନ୍ତି। ଏଣୁ ମୋଦି ସରକାର ସୁନାକୁ ଆସେଟ୍ କ୍ଲାସ ଭାବେ ବିକଶିତ କରିବା ଲାଗି ମଧ୍ୟ ବଡ ଘୋଷଣା କରିପାରନ୍ତି। ଏହାଛଡା ସୋଭରେନ ଗୋଲ୍ଡ ବଣ୍ଡ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ଲାଗି ମଧ୍ୟ ଏଥିରେ ମଧ୍ୟ ପରିବର୍ତ୍ତନ କରିପାରନ୍ତି। ଏହି ଗୋଲ୍ଡ ବଣ୍ଡର ସାର୍ଟିଫିକେଟ୍ କୁ ମର୍ଟଗେଜ୍ ଲାଗି ବିକଳ୍ପ ମଧ୍ୟ କରାଯାଇପାରେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.