ମାଲାମାଲ ହେବାର ସୁଯୋଗ ସୃଷ୍ଟି କରିଛି ସୁନା, ପ୍ରତି୧୦ଗ୍ରାମ ଦର ଛୁଇଁପାରେ ୫୨ ହଜାର ଟଙ୍କା

Published By : Prameya-News7 Bureau | April 26, 2020 IST

ନୂଆଦିଲ୍ଲୀ ୨୬।୪: ସରା ଦେଶ ଏବେ କରୋନା ଲକଡାଉନ୍‌ରେ। ଏଣୁ ଫିଜିକାଲ ସୁନା କିଣାବିକା ଠପ ହୋଇଯାଇଛି। ଗତବର୍ଷ ଅକ୍ଷୟ ତୃତୀୟାରେ ଦେଶରେ ପ୍ରାୟ ୩୫ ଟନ୍ ସୁନା କିଣାବିକା ହୋଇଥିଲା। ଯଦିଓ ଏଥର ସୁନାର କିଣାବିକା ନାହିଁ ତଥାପି ବୈଶ୍ୱିକ ସ୍ତରରେ ସୁନା ଦର ବଢିବଢି ଚାଲିଛି। ଡିଜିଟାଲ ଜଗତରେ ଲୋକେ ଏକ୍ସଚେଞ୍ଜ ଟ୍ରେଡେଡ ଫଣ୍ଡ, ସୋଭରେନ ଗୋଲ୍ଟବଣ୍ଡ (ଏସଜିବି) ସାଙ୍ଗକୁ ଅନଲାଇନ୍‌ରେ  ଗୋଲ୍ଡ କଏନ ଓ ବାର ଆଦି କିଣୁଥିବାରୁ ଲଗାତାର ଦରବୃଦ୍ଧି ହେଉଥିବା ଜଣାପଡିଛି।

{"id":260451,"sizeSlug":"large"}

ଅନ୍ୟ ନିବେଶରୁ ଏବେ ନିବେଶକ ଏତେଟା ଲାଭ ପାଉନଥିବା ବେଳେ ସେମାନଙ୍କ ଲାଗି ନିବେଶର ଉତ୍ତମ ପନ୍ଥା ପାଲଟିଛି ସୁନା । ଦେଶରେ କରୋନା ସଂକ୍ରମଣ ପରେ ସେୟାର ମାର୍କେଟ ଉପରତଳ ହେଉଛି। ହେଲେ ସୁନା ଦର ବଢିବଢି ଚାଲିଛି। ଗତବର୍ଷ ଅକ୍ଷୟ ତୃତୀୟାରେ ଥିବା ସୁନାଦର ବର୍ଷକରେ ୪୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଗତବର୍ଷ  ପ୍ରତି ୧୦ ଗ୍ରାମ ସୁନା ମୂଲ୍ୟ ୩୧ହଜାର ୫୦୦ରେ କିଣାବିକା ହୋଇଥିଲା। ହେଲେ  ଚଳିତବର୍ଷ ଦର ୪୬ ହଜାର ୫୦୦ରେ ପହଞ୍ଚିଲାଣି। ବଜାରର ଚାହିଦା ଦେଖିଲେ  ଏହି ଦର ଆଗକୁ ଆହୁରି ଅଧିକ ହେବ ବୋଲି ଆକଳନ କରାଯାଉଛି। ବିଶେଷଜ୍ଞଙ୍କ ଅନୁସାରେ ଆଗାମୀ କିଛି ମାସରେ ପ୍ରତି ୧୦ ଗ୍ରାମ ସୁନାଦର ୫୨ ହଜାର ଟଙ୍କା ପର୍ଯ୍ୟନ୍ତ ଚଢିପାରେ। ଏଥିରେ ଅନ୍ତର୍ଜାତୀୟ ବଜାରରେ ପ୍ରତି ଟ୍ରାଇ ଆଉନ୍ସ ଦର ୨୦୦୦ ଡଲାରକୁ ଛୁଇଁବା କିଛି ବଡ କଥା ନୁହେଁ। ଏଣୁ ସୁନାରେ ନିବେଶ ଏବେ ଆହୁରି ଲାଭଦାୟକ ହେବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।

{"id":260452,"sizeSlug":"large"}

ତେବେ ଏଥିରେ ଟେକ୍ନିକାଲ କରେକ୍ସନକୁ ବଜାର ବିଷାରଦମାନେ ଅଶ୍ୱୀକାର କରିନାହାନ୍ତି। ହେଲେ କରେକ୍ସନ ବାଦେ ମଧ୍ୟ ସୁନା ତାର ଚମକ୍ ହରାଇବ ନାହିଁ ବୋଲି ସେମାନେ ଆକଳନ କରୁଛନ୍ତି। କରେକ୍ସନ ଯୋଗୁ ହୁଏତ ସୁନାଦର ସର୍ବନିମ୍ନ ୩୮ ହଜାର ଅଥବା  ମଧ୍ୟବର୍ତ୍ତି ଦର୪୦ ହଜାରକୁ ଖସିପାରେ। ହେଲେ ତା ପୂର୍ବ ଦରକୁ ଫେରି ନପାରେ ବୋଲି ଆକଳନ ହେଉଛି। ଯଦିବି ଏପରି ହ୍ରାସହୁଏ ପୁଣି ସୁନା ତାର ଶିର୍ଷ ଦରରେ ପହଞ୍ଚିବାକୁ ବେଶି ସମୟ ନେବନି ବୋଲି ଏହି ଆକଳନରୁ ଜଣାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.