Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏବେ ମିଳିଗଲା ୩୫ଟଙ୍କାର ରିଚାର୍ଜରୁ ମୁକ୍ତି : ମାତ୍ର ୪୯ଟଙ୍କାରେ ମିଳିବ ୧୮୦ଦିନର ଭ୍ୟାଲିଡିଟି , ଜାଣନ୍ତୁ ଏହି ସ୍କିମ୍ ବିଷୟରେ

24/08/2019 at 5:21 PM

ନୂଆଦିଲ୍ଲୀ ୨୪/୮: ଟେଲିକମ୍ ଇଣ୍ଡଷ୍ଟ୍ରିରେ ରିଲାଏନ୍ସ ଜିଓ ଆସିବା ପରେ ଅନ୍ୟ କମ୍ପାନୀଗୁଡ଼ିକୁ ଅତ୍ୟନ୍ତ କ୍ଷତି ସହିବାକୁ ପଡ଼ିଛି। ଏଥିପାଇଁ ସମସ୍ତ ଟେଲିକମ୍ କମ୍ପାନୀ ମିଶି ଜିଓକୁ ମାତ୍ ଦେବା ପାଇଁ ସର୍ବନିମ୍ନ ରିଚାର୍ଜ ସର୍ଭିସକୁ ଆରମ୍ଭ କରି ଦେଇଛନ୍ତି। ଯାହା ଦ୍ବାରା ଗ୍ରାହକଙ୍କୁ ପ୍ରତି ମାସରେ ୩୫ଟଙ୍କା ରିଚାର୍ଜ କରିବାକୁ ପଡ଼ୁଛି। ସବୁ ମାସରେ ୨୮ଦିନ ପରେ ଗ୍ରାହକଙ୍କୁ ନିଜ ନମ୍ବରରେ ରିଚାର୍ଜ କରିବାକୁ ପଡ଼ୁଛି।

ଏଥିରେ ଗ୍ରାହକଙ୍କୁ ୨୮ଦିନ ପାଇଁ ୨୬ଟଙ୍କାର ଟକଟାଇମ୍ ଏବଂ ୧୦୦ଏମବି ଇଣ୍ଟରନେଟ୍ ଡାଟା ମିଳି ଯାଉଛି। ଏପରି ସ୍ଥିତିରେ ଯେଉଁ ଗ୍ରାହକମାନେ ଅଲଗା ଅଲଗା କ୍ମପାନୀର ସିମ୍ ବ୍ୟବହାର କରୁଛନ୍ତି ସେହି ଗ୍ରାହକମାନେ ବିରକ୍ତ ହୋଇ ଯାଉଛନ୍ତି। ସେହି ଗ୍ରାହକମାନେ ଦୁଇଟି ସିମରେ ରିଚାର୍ଜ କରିବାକୁ ବାଧ୍ୟ। ଏଥିରେ ଏୟାରଟେଲ,ଆଇଡିଆ ଏବଂ ଭୋଡ଼ାଫୋନ କମ୍ପାନୀର ଗ୍ରାହକ ମଧ୍ୟ ସାମିଲ ଅଛନ୍ତି କିନ୍ତୁ ନିକଟରେ ବିଏସଏନଏଲ୍ କମ୍ପାନୀ ଏକ ନୂଆ ଅଫର ଆରମ୍ଭ କରିଛି।

ଘରୋଇ ଟେଲିକମ୍ କମ୍ପାନୀ ବିଏସଏନଏଲ ଗ୍ରାହକଙ୍କ ପାଇଁ ୪୯ଟଙ୍କାର ଅଫର ଜାରି କରିଛି ଯେଉଁଥିରେ ୧୮୦ଦିନର ଲମ୍ବା ବୈଧତା ଦିଆଯାଉଛି। ଏହି ଅଫରକୁ ପିଭି-୪୯ ନାମରେ ଉପଲବ୍ଧ କରାଯାଉଛି। ଯେଉଁ ଗ୍ରାହକମାନେ ବାରମ୍ବାର ୩୫ଟଙ୍କାର ରିଚାର୍ଜ କରି ଥକିଗଲେଣି ସେମାନେ ବିଏସଏନଏଲରେ ୪୯ଟଙ୍କାର ରିଚାର୍ଜ କରି ୧୮୦ଦିନର ଲମ୍ବା ବୈଧତା ପାଇ ପାରିବେ। କେବଳ ବୈଧତା ନୁହେଁ,ବରଂ ଏଥିରେ କଲ୍ ଏବଂ ଇଣ୍ଟରନେଟ୍ ଡାଟାର ଲାଭ ମିଳୁଛି। ଏବେ ଏହି ଅଫର ମଧ୍ୟ ପ୍ରଦେଶର ସର୍କଲରେ ଲଞ୍ଚ କରାଯାଇଛି,କିନ୍ତୁ ଖୁବ୍ ଶୀଘ୍ର ଏହାକୁ ସମସ୍ତ ସର୍କଲରେ ଉପଲବ୍ଧ କରାଯାଉଛି।


ପିଭି-୪୯ରେ ଗ୍ରାହକଙ୍କୁ ୨୫୦ ଲୋକାଲ ଏବଂ ଏସଟିଡି ମିନିଟ ପ୍ରତିଦିନ ଉପଲବ୍ଧ କରାଯିବ ଯାହା ୯ଦିନ ଯାଏଁ ରହିବ। ଏହା ବ୍ୟତୀତ ୧୫ଦିନର ଭ୍ୟାଲିଡିଟି ସହ ୧ଜିବି ଡାଟା ମଧ୍ୟ ଦିଆଯାଉଛି। ଏହି ଅଫରର ଭ୍ୟାଲିଡିଟି ୧୮୦ଦିନର ରହିବ ଯେଉଁଥିରେ ଗ୍ରାହକଙ୍କୁ ଇନକମିଙ୍ଗ ସେବାର ଲାଭ ମିଳିବ। ଏହା ବ୍ୟତୀତ ଡାଟା ଏବଂ କଲ୍ ମିନିଟ୍ ସରିଗଲେ ଗ୍ରାହକଙ୍କୁ ଡାଟା ଏବଂ ଟକଟାଇମ୍ ରିଚାର୍ଜ କରିବାକୁ ହେବ। ଯଦି ଆପଣ ବିଏସଏନଏଲରେ ପୋର୍ଟ କରି ଏହି ରିଚାର୍ଜ କରୁଛନ୍ତି ତେବେ ଆପଣଙ୍କୁ ୩୫ଟଙ୍କାର ରିଚାର୍ଜରୁ ମୁକ୍ତି ମିଳିବ।




   Related Posts