Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ଏବେ କାନପୁରରେ ହେବ ହରିଦ୍ୱାର ଓ କାଶୀ ଭଳି ଗଙ୍ଗା ଆରତୀ, ପ୍ରସ୍ତୁତ ହେଉଛି ଘାଟ

26/11/2020 at 5:31 PM

କାନପୁର ୨୬।୧୧: ହରିଦ୍ୱାର ଓ କାଶୀ ଭଳି ଏବେ କାନପୁରରେ ମଧ୍ୟ ଗଙ୍ଗା ଆରତୀ ହେବ। ଏଥିଲାଗି ଏବେ ରୂପରେଖ ପ୍ରସ୍ତୁତ ହେଉଛି। ନଭେମ୍ବର ୨୭ ତାରିଖ ଶୁକ୍ରବାର ଦିନ ପରୀକ୍ଷାମୂଳକ ଭାବେ ଗଙ୍ଗା ଆରତୀ କରାଯିବ। ଅଟଳ ଘାଟରେ ପ୍ରଥମ ପରୀକ୍ଷାମୂଳକ ଗଙ୍ଗା ଆରତୀ ହେବାକୁ ଥିବା ବେଳେ କୋଭିଡ-୧୯ ନୀତି ନିୟମ ପୂର୍ବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଗଙ୍ଗାଆରତୀ ଲାଗି ଏବେ କାନପୁରରେ ଲୋକେ ବେଶ ଉତ୍ସାହିତ। ହରିଦ୍ୱାର ଓ କାଶୀ ଭଳି ଏଠାରେ ନିୟମିତ ଗଙ୍ଗା ଆରତୀ ହେବ। ଏଣୁ ଆରତୀ ଲାଗି ଘାଟକୁ ସଜା ଯାଉଛି। ଶୁକ୍ରବାର କାନପୁରରେ ହେବାକୁ ଯାଉଥିବା ପ୍ରଥମ ଗଙ୍ଗା ଆରତୀ ନେଇ ପଣ୍ଡିତ ଶିବକାନ୍ତ ଶାସ୍ତ୍ରୀ ବେଶ୍ ଆଗ୍ରହୀ ଥିବା କହିଛନ୍ତି। କାନପୁରରେ ମଧ୍ୟ କାଶୀ ଭଳି ସବୁଦିନ ଗଙ୍ଗା ଆରତୀ ହେଉ ସେଥି ଲାଗି ଘାଟକୁ ପ୍ରସ୍ତୁତ କରାଯାଉଛି।

ଶୁକ୍ରବାର ପରୀକ୍ଷାମୂଳକ ଗଙ୍ଗା ଆରତୀ ଲାଗି ପ୍ରଶାସନ ସହାୟତା କରୁଛି। ଏହି ଅବସରରେ ଅଟଳ ଘାଟକୁ ୨୧ ହଜାର ଦୀପ ଆଲୋକରେ ଆଲୋକିତ କରାଯିବ। ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ଠାରୁ ସମୟ ନିଆଯାଇ ଏଠାରେ ସବୁଦିନିଆ ଗଙ୍ଗା ଆରତୀକୁ ଶୁଭାରମ୍ଭ  କରାଯିବ ବୋଲି ଜଣାପଡିଛି।

   Related Posts