Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ଏଣିକି ମିଳିବ କଲେଜ, ବିଶ୍ବବିଦ୍ୟାଳୟର ଡିଜିଟାଲ ସାର୍ଟିଫିକେଟ, ଅନଲାଇନରେ ଯେକୌଣସି ସମୟରେ ଜଣେ ଚାହିଁଲେ ନିଜ ସାର୍ଟିଫିକେଟ୍ ଓ ମାର୍କସିଟ୍ ଦେଖିପାରିବ

5/07/2019 at 5:42 PM

ଭୁବନେଶ୍ବର ୫|୭: ଏଣିକି  ଡିଜିଟାଲ ଭର୍ସନ​‌ରେ ମିଳିବ କଲେଜ, ବିଶ୍ବବିଦ୍ୟାଳୟ ସାର୍ଟିଫିକେଟ । ଅନଲାଇନରେ ଯେକୌଣସି ସମୟରେ ଜଣେ ଚାହିଁଲେ ନିଜ ସାର୍ଟିଫିକେଟ୍ ଓ ମାର୍କସିଟ୍ ଦେଖିପାରିବ । ଏମିତିକି ଇଣ୍ଟରଭ୍ୟୁ ସମୟରେ ବି ଆଉ ସାଙ୍ଗରେ ସାର୍ଟିଫିକେଟ୍ ନେଇଯିବାର ଆବଶ୍ୟକତା ପଡିବନି । କାରଣ ୨୦୧୭ରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଆରମ୍ଭ କରିଥିବା ଏହି ଯୋଜନା ଖୁବ ଶୀଘ୍ର ରାଜ୍ୟରେ କାର୍ଯ୍ୟକାରୀ ହେବ ।

ଆଉ ସାର୍ଟିଫିକେଟ୍ ହଜିବନି କି ନଷ୍ଟ ହେବନି । କିମ୍ବା ସାର୍ଟିଫିକେଟ୍ ପାଇଁ ବାରମ୍ବାର ବିଶ୍ବବିଦ୍ୟାଳୟ କିମ୍ବା କଲେଜକୁ ଦୌଡିବାକୁ ପଡିବନି । କାରଣ ଏଣିକି ଡିଜିଟାଲ୍ ଭର୍ସନରେ ମିଳିବ କଲେଜ ସାର୍ଟିଫିକେଟ୍ । ଅନଲାଇନରେ ସମସ୍ତ କଲେଜ ଏବଂ ବିଶ୍ବ ବିଦ୍ୟାଳୟ ସାର୍ଟିଫିକେଟ୍ ଉପଲବ୍ଧ ହେବ । କେବଳ ସାର୍ଟିଫିକେଟ୍ ନୁହେଁ ମାର୍କସିଟ୍ ବି ମିଳିବ । ଏଥିପାଇଁ ନ୍ୟାସନାଲ୍ ଏକାଡେମିକ୍ସ ଡିପୋଜିଟାରି ବା ନାଡରେ ସମସ୍ତ ଘରୋଇ ଏବଂ ସରକାରୀ କଲେଜ, ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କର ଡାଟା ରହିବ ।

ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ନାଡ ଆଇଡି ପ୍ରଦାନ କରାଯିବ । ସେହି ଆଇଡି ମାଧ୍ୟମରେ ଛାତ୍ରଛାତ୍ରୀ ସେମାନଙ୍କର ଡକ୍ୟୁମେଣ୍ଟସ ପାଇପାରିବେ । କୌଣସି ଇଣ୍ଟରଭ୍ୟୁ କିମ୍ବା ଡକ୍ୟୁମେଣ୍ଟ ଯାଞ୍ଚ ବେଳେ ସାଙ୍ଗରେ ଆଉ ସାର୍ଟିଫିକେଟ୍ ନେବାର ଟେନସନ୍ ବି ରହିବନି ।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ରମାଦେବୀ ବିଶ୍ବବିଦ୍ୟାଳୟରେ ହୋଇଥିଲା ଅନଲାଇନ୍ ସାର୍ଟିଫିକେଟ୍ ସମୀକ୍ଷା ବୈଠକ । ବୈଠକରେ ରାଜ୍ୟର ସମସ୍ତ ସରକାରୀ ବେସରକାରୀ କଲେଜ ଏବଂ ବିଶ୍ବବିଦ୍ୟାଳୟର ଅଧ୍ୟକ୍ଷ ଓ କୁଳପତିମାନେ ଯୋଗ ଦେଇଥିଲେ । ତେବେ ଏଭଳି ବ୍ୟବସ୍ଥାକୁ ସମସ୍ତେ ସ୍ବାଗତ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ଡିଜିଟାଲ  ଇଣ୍ଡିଆ ଯୋଜନା ମାଧ୍ୟମରେ ୨୦୧୭ରେ  କେନ୍ଦ୍ର ମାନବ  ସମ୍ବଳ ବିକାଶ ମନ୍ତଣାଳୟ  ଏହି ଯୋଜନାର ଶୁଭାରମ୍ଭ  କରିଥିଲେ । ୩୦ ସେପଟେମ୍ବର ୨୦୧୯ ସୁଦ୍ଧା    ମାଗଣାରେ  ସମସ୍ତ  କଲେଜ ଓ ବିଶ୍ବ ବିଦ୍ୟାଳୟ ନାଡରେ ପଂଜିକରଣ କରିବାକୁ ପରାମର୍ଶ ଦିଆଯାଇଛି ।

   Related Posts