Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ଏବେ ବାର୍ଷିକ ମାଗଣା ମିଳିବ ୫୦ ଲିଟର ପେଟ୍ରୋଲ ଓ ଡିଜେଲ, ଶୀଘ୍ର ଉଠାନ୍ତୁ ସୁବିଧାର ଫାଇଦା

27/09/2019 at 9:06 PM

ନୂଆଦିଲ୍ଲୀ୨୭|୯: ଭାରତରେ  ପେଟ୍ରୋଲ ଓ ଡିଜେଲ ଦର ଦିନକୁ ଦିନ ହୁହୁ ହୋଇ ବୃଦ୍ଧି ହେବାରେ ଲାଗିଛି। ଗାଡ଼ି ଚାଳକଙ୍କୁ ଯଦି କେହି ଫ୍ରିରେ ୫୦ ଲିଟର ପେଟ୍ରୋଲ ଓ ଡିଜେଲ ମିଳିବା କଥା କହେ ତେବେ ସହଜରେ କେହି ବିଶ୍ୱାସ କରିବେ ନାହିଁ। କିନ୍ତୁ ବିଶ୍ୱାସ ନହେଲେ ବି ସତ HDFC ବ୍ୟାଙ୍କ ଏକ ଖାସ କ୍ରେଡିଟ୍ କାର୍ଡ ଲଞ୍ଚ କରିଛନ୍ତି । ଯେଉଁଥିରେ ଗ୍ରାହକଙ୍କୁ ୫୦ ଲିଟର ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ ଫ୍ରିରେ ମିଳି ପାରିବ। ଆସନ୍ତୁ ଜାଣିବା ଏହି ସ୍କିମ ସମ୍ପର୍କରେ ।

HDFC ବ୍ୟାଙ୍କ ଓ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ(Iocl) ମିଳିତ ଭାବେ ଏକ ନୂଆ କ୍ରେଡିଟ୍‌ କାର୍ଡ ଲଞ୍ଚ କରିଛନ୍ତି।  ଏହି କାର୍ଡର ନାଁ ଇଣ୍ଡିଆନ ଅଏଲ HDFC ବ୍ୟାଙ୍କ କ୍ରେଡିଟ୍‌ କାର୍ଡ। ଏହି କାର୍ଡରେ ତେଲ କିଣିଲେ ଗ୍ରାହକଙ୍କୁ ବେନିଫିଟସ ସାଙ୍ଗକୁ ରିୱାର୍ଡ ମଧ୍ୟ ମିଳିବ।

ଏହି କ୍ରେଡିଟ୍ କାର୍ଡ ମାଧ୍ୟମରେ ଗ୍ରାହକ ୨୭ ହଜାରରୁ ଅଧିକ ଆଇଓସିଏଲ ଆଉଟଲେଟ୍ସରେ  ଫୁଏଲ ପଏଣ୍ଟସ ନାମକ ପୁରସ୍କାର ହାସଲ କରି ପାରିବେ। ଏତିକି ନୁହେଁ ଗ୍ରୋସରି ଓ ସପିଂ ଭଳି ଅନ୍ୟ ଖର୍ଚ୍ଚରେ ମଧ୍ୟ କାର୍ଡରୁ ବିଲ ପୈଠ କରି ଫୁଏଲପଏଣ୍ଟସ ହାସଲ କରିପାରିବେ।   ଏହି ଫ୍ୟୁଲ ପଏଣ୍ଟସରେ ଗ୍ରାହକଙ୍କୁ  ବହୁତ ଫାଇଦା ମିଳିବ। ବର୍ଷକୁ ୫୦ ଲିଟର ପର୍ଯ୍ୟନ୍ତ ଫୁଏଲ ଲାଗି ରିଡିମ ହୋଇପାରିବ। ଏହା ଦ୍ୱାରା ଗ୍ରାହକଙ୍କୁ ୫୦ ଲିଟର ପେଟ୍ରୋଲ କିମ୍ବା ଡିଜେଲ ଫ୍ରିରେ ବି ମିଳି ପାରିବ।  ଇଣ୍ଡିଆନ ଅଏଲ HDFC ବ୍ୟାଙ୍କ କ୍ରେଡିଟ୍ କାର୍ଡ କରିବା ଲାଗି ବ୍ୟାଙ୍କ ଓ୍ବେବସାଇଟ୍(www.hdfcbank.com)ରେ ଆବେଦନ କରନ୍ତୁ। କିମ୍ବା ନିକଟତମ ଏଚଡିଏଫସି ଶାଖାରେ ଆବେଦନ କରି ପାରିବେ।

ସୂଚନାଯୋଗ୍ୟ ଯେ,  ହି କ୍ରେଡିଟ୍ କାର୍ଡର ଫାଇଦା  କେବଳ ନନ- ମେଟ୍ରୋ ସହର ଓ ଛୋଟ ଛୋଟ ଏରିଆର ଗ୍ରାହକଙ୍କୁ ମିଳି ପାରିବ। କାର୍ଡ ବାବଦକୁ ବାର୍ଷିକ ୫୦୦ ଟଙ୍କା ଦେବାକୁ ପଡିବ। ଏ ସଂପର୍କରେ ଅଧିକ ଜାଣିବା ଲାଗି ଚାହୁଁଥିଲେ ଏଚଡିଏଫସି ବ୍ୟାଙ୍କର ଅଫିସିଆଲି ସାଇଟ୍‌ କିମ୍ବା ନିଟତମ ଶାଖାରେ ବୁଝି ପାରିବେ।

   Related Posts