ବଦଳିଗଲା ମହାରାଷ୍ଟ୍ର ରାଜନୀତିରେ ସମୀକରଣ, ଏବେ ନିଜନିଜ ବିଧାୟକଙ୍କୁ ସାଉଁଟୁଛନ୍ତି କଂଗ୍ରେସ ଓ ଏନସିପି

Published By : Prameya-News7 Bureau | November 23, 2019 IST

ମୁମ୍ବାଇ ୨୩।୧୧ :  ଅପ୍ରତ୍ୟାଶିତ ଘଟଣାକ୍ରମରେ ଶନିବାର ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡନବୀଶ ଓ ବରିଷ୍ଠ ଏନସିପି ନେତା ଅଜିତ ପାୱାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି। ଫଡନବୀଶ ନଭେମ୍ବର ୩୦ ତାରିଖ ଦିନ ବିଧାନସଭାରେ ତାଙ୍କର ବହୁମତ ସାବ୍ୟସ୍ତ କରିବେ। ତେବେ ତା ପୂର୍ବରୁ ଶିବସେନା ସହ ମେଣ୍ଟ କରି ରାଜ୍ୟରେ ସରକାର ଗଢିବା ଲାଗି ଉଦ୍ୟମ ଚଳାଇଥିବା ଏନସିପି ଓ କଂଗ୍ରେସ ଏବେ ନିଜ ଦଳର ବିଧାୟକଙ୍କୁ ସାଉଁଟିବାରେ ଲାଗିଛନ୍ତି। 

{"id":188734,"sizeSlug":"large"}

କଂଗ୍ରେସ ନିଜ ଦଳର ବିଧାୟକଙ୍କୁ ଭୋପାଲରେ ଲୁଚେଇବାକୁ ପ୍ରଥମେ ଯୋଜନା କରିଥିଲା। ତେବେ କମଲନାଥଙ୍କ ରାଜ୍ୟରେ ବି ମହାରାଷ୍ଟ୍ର କଂଗ୍ରେସ ନିଜକୁ ସୁରକ୍ଷିତ ମଣି ନାହିଁ। ଏଣୁ ନିଜ ବିଧାୟକମାନଙ୍କୁ ଜୟପୁର ପଠାଇଦେଇଛି। ସେହିପରି ଚାର୍ଟଡ ବିମାନ ଯୋଗେ ଏନସିପି ୮ ଜଣ ବିଦ୍ରୋହୀ ବିଧାୟକଙ୍କୁ ଆଜି ଦିଲ୍ଲୀ ନେଇଯାଇଛି। ରାଜ୍ୟ ରାଜନୀତିରେ ଅଚାନକ ପରିବର୍ତ୍ତନ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ମଧ୍ୟ ଚକିତ କରିଛି। ବିଜେପିର ସରକାର ଗଠନ ନେଇ ଗଣମାଧ୍ୟମରେ ହୋହଲ୍ଲା  ପରେ ଶରଦ ସାମ୍ବାଦିକଙ୍କୁ ଭେଟିଥିଲେ,  ଅଜିତ ତାଙ୍କ ବିଶ୍ୱାସ ଭଙ୍ଗ କରିଥିବା ବେଳେ ଏନସିପି ବି ଭଙ୍ଗ ହୋଇଥିବା କହିବା ସହ ଅଜିତଙ୍କ ମାମଲାର ତଦନ୍ତ ଲାଗି ସେ ପାର୍ଟି ଅନୁଶାସନ ସମିତିକୁ ସୁପାରିଶ କରିଛନ୍ତି ବୋଲି କହିଥିଲେ।

{"id":188735,"width":581,"height":390,"sizeSlug":"large"}

ଅଜିତ ପାୱାରଙ୍କୁ ମହାରାଷ୍ଟ୍ର ଏନସିପିର ବିଧାୟକ ଦଳ ନେତା ମନୋନୟନ କରାଯାଇଥିଲା। ତେବେ ଶରଦ ତାଙ୍କୁ ପାର୍ଟିରୁ ବହିଷ୍କାର କରିନାହାନ୍ତି। ଏଣୁ ଅଜିତ ଏବେବି ଏନସିପି ବିଧାୟକ ଦଳ ନେତା ଥିବା ବେଳେ ଫଡନବୀଶ ବିଧାନସଭାରେ ଫ୍ଲୋରଟେଷ୍ଟ ଦେବେ। ଏଥିରେ ଏନସିପିର ସମସ୍ତ ବିଧାୟକ ଅଜିତଙ୍କ ଇଶାରାରେ ଭୋଟିଂ କରିବା ନିଶ୍ଟିତ। ଏଥିରେ ଯଦି ବିଧାୟକ ଏପଟସେପଟ କରନ୍ତି ତେବେ ଦଳବଦଳ ଆଇନରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନିଶ୍ଚିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.