Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

କଙ୍ଗୋ ରିପବ୍ଲିକ୍‌ରେ ବ୍ୟାପୁଛି ‘ଇବୋଲା’, ପରିସ୍ଥିତି ନିୟନ୍ତ୍ରଣ ଲାଗି ଚିନ୍ତାରେ WHO

18/07/2020 at 5:14 PM

ଜେନେଭା : ଗୋଟିଏପଟେ ବୈଶ୍ୱିକ ମହାମାରୀ କରୋନାଭାଇରସ୍ ଏପର୍ଯ୍ୟନ୍ତ ନିୟନ୍ତ୍ରିତ ହୋଇନଥିବା ବେଳେ ଇବୋଲା ସଂକ୍ରମଣ ଆରମ୍ଭ ହୋଇଯାଇଛି। ଏଥିଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ସତର୍କ କରିଥିବା ବେଳେ ମହାମାରୀର ମୁକାବିଲାରେ ପାଣ୍ଠି ଅଭାବ ଚିନ୍ତାର କାରଣ ହେଲାଣି ବୋଲି ଜଣାଇଛନ୍ତି।  କଙ୍ଗୋ ରିପବ୍ଲିକ୍‌ରେ ଇବୋଲା ବ୍ୟାପୁଥିବାର ଡବ୍ଲୁଏଚଓ ଜଣାଇଛନ୍ତି। କରୋନା ଭଳି ଏହା ମଧ୍ୟ ଏକ ଘାତକ ସଂକ୍ରମଣ।  ଏଣୁ ଇବୋଲା ମୁକାବିଲା ଲାଗି ଦେଶମାନେ ନିଜନିଜକୁ  ପ୍ରସ୍ତୁତ କରିନିଅନ୍ତୁ ବୋଲି ଡବ୍ଲୁଏଚଓ ଜଣାଇ ଦେଇଛନ୍ତି।

ସଙ୍ଗଠନଙ୍କ ସୂଚନା ଅନୁସାରେ ଏପର୍ଯ୍ୟନ୍ତ ଇବୋଲାର ମୋଟ ୫୬ ଅଭିଯୋଗ ମିଳିଲାଣି। ଗତଥର ଇବୋଲା ସଂକ୍ରମଣକାଳର ସମାପ୍ତି ସମୟରେ ଯେତିକି ସଂଖ୍ୟକ ସଂକ୍ରମିତ ଚିକିତ୍ସିତ ହେଉଥିଲେ ତା ଠାରୁ ମଧ୍ୟ ଏହି ସଂଖ୍ୟା ଅଧିକ ବୋଲି ଡବ୍ଲୁଏଚଓ କହିଛନ୍ତି। ଆଫ୍ରିକା ଲାଗି ସଙ୍ଗଠନର ଆଞ୍ଚଳିକ ନିର୍ଦ୍ଦେଶକ ଡା.ମାତ୍ସିଦିଶୋ ମୋଇତିଙ୍କ ଅନୁସାରେ କରୋନା ଭାଇରସ ମହାମାରୀ ରୋକିବା ଲାଗି ଉଦ୍ୟମରେ ଇବୋଲା ସଂକ୍ରମଣକୁ ଜଟିଳ କରିଦେଇଛି। ହେଡୱିଣ୍ଡସ୍‌ରେ ଇବୋଲା ସଂକ୍ରମଣ ବ୍ୟାପୁଥିବାର  ସେ କହିଛନ୍ତି।

ତେବେ ଇବୋଲା ମୁକାବିଲା ଲାଗି ଡବ୍ଲୁଏଚଓ ୧.୭୫ ମିଲିୟନ ଡଲାର ସଂଗ୍ରହ କରିଥିବା ଡବ୍ଲୁଏଚଓ କହିଛନ୍ତି। ତେବେ ସଂଗୃହୀତ ପାଣ୍ଠି ଉପୁଜିଥିବା ପରିସ୍ଥିତି ଲାଗି ପର୍ଯ୍ୟାପ୍ତ ନୁହେଁ। ଇବୋଲା ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବା ଆରମ୍ଭ ହେଲାଣି। ଟେଷ୍ଟିଂ, କଣ୍ଟାକ୍ଟ ଟ୍ରେସିଂ, ଟିକା କରଣ ହୋଇ ପାରୁନଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଅନେକ ଲୋକେ ଇବୋଲା ସଂକ୍ରମିତ ହୋଇଛନ୍ତି। ତେବେ ସେମାନଙ୍କ ନିକଟକୁ ସ୍ୱାସ୍ଥ୍ୟ କର୍ମୀ ପହଞ୍ଚି ପାରୁନଥିବାରୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇପାରୁନି। ରେନଫରେଷ୍ଟ ଭିତରେ ଥିବା ଗ୍ରାମାଞ୍ଚଳନ ସବୁ ଇବୋଲାରେ ଗୁରୁତର ପ୍ରଭାବିତ ହୋଇଥିବା ମୋଇତି କହିଛନ୍ତି।  

   Related Posts