ଶିକୁଳିରେ ବନ୍ଧା ପଡିଛି ସ୍ୱପ୍ନ- ୭ବର୍ଷ ହେଲାଣି ମହିଳାଙ୍କ ଗୋଡରେ ପଡିଛି ବେଡି , ଏବେ ସାହାଯ୍ୟକୁ ଅପେକ୍ଷା

Published By : Prameya-News7 Bureau | November 28, 2019 IST

ଆନନ୍ଦପୁର : ସବୁ ଯୁବତୀ ଙ୍କ ପରି ଲିଲି ର ମଧ୍ଯ ସମାନ ଇଚ୍ଛା, ସମାନ ସ୍ୱପ୍ନ ରହିଥିଲା ଉଚିତ୍ ସମୟରେ ପରିବାର ଲୋକେ ଲିଲିର ବିବାହ କରିଥିଲେ । ଘରର ବଡ ଝିଅ ହୋଇଥିବାରୁ ଲିଲିକୁ ଜଲଦି ବାହା କରାଇ ଦେଇଥିଲେ ବାପା ମା । ବାହାଘର ସରିବା ପରେ ବେଶ୍‌ ହସଖୁସୀରେ ନିଜ ବୈବାହିକ ଜୀବନ ବିତାଉଥିଲା । ହେଲେ ତା ଜୀବନରେ ଅଚାନକ ଚଡକ ପଡିଲା ଠିକ୍ ସେତିକିବେଳେ ଯେବେ ନାରୀ ତା ଜୀବନର ପୂର୍ଣତା ପାଇଥାଏ । ଲିଲି ମା ହେଲା, ଗୋଟିଏ ପୁତ୍ର ସନ୍ତାନଟିଏ ଜନ୍ମ ଦେଲା । ହେଲେ ସନ୍ତାନ ପ୍ରସବ ପରେ କଅଣ ହେଲା କେଜାଣି ଲିଲି ଠାରେ ମାନସିକ ବିକୃତି ର ଲକ୍ଷଣ ଦେଖିବାକୁ ମିଳିଲା । କ୍ରମଶଃ ଏହି ଲକ୍ଷଣ ବୃଦ୍ଧି ପାଇବାରେ ଲାଗିବା ଯୋଗୁଁ ସ୍ବାମୀ ତାକୁ ପରକରିଦେଲା । ତାକୁ ଆଣି ବାପଘରେ ଛାଡି ଚାଲିଗଲା , ଆଉ କେବେ ଫେରି ତାର ଭଲ ମନ୍ଦ ବୁଝିଲା ନାହିଁ । ଏବେ ଦୀର୍ଘ ୭ ବର୍ଷ ହେବ ଗୋଡରେ ବେଡି ବନ୍ଧାହୋଇ ବାପଘରେ ପଡିରହିଛି ।
ଆନନ୍ଦପୁର ପୌରାଞ୍ଚଳ ୧୪ ନଂ ଓ୍ବାର୍ଡ ଘସିପୁରା ପାତ୍ରସାହୀ ର କାଠିଆ ପାତ୍ର ଓ ପାର୍ବତୀ ପାତ୍ର ଙ୍କ ବଡ ଝିଅ ଲିଲି , ବୟସ ମାତ୍ର ୨୪ ବର୍ଷ । ମାନସିକ ବିକୃତି ରୁ ସ୍ବାମୀ ଛାଡିଦେବାପରେ ଦୀର୍ଘ ୮ବର୍ଷ ହେବ ପଡିରହିଛି ବାପ ଘରେ । ମୁଣ୍ଡ କାମ କରୁ ନଥିବାରୁ ବେଳେବେଳେ ଏଣେତେଣେ ପଳାଉଥିବାରୁ ପରିବାର ଲୋକେ ତାଙ୍କ ଗୋଡରେ ବେଡି ବାନ୍ଧିବାକୁ ବାଧ୍ୟ ହେଉଛନ୍ତି । ପ୍ରାଥମିକ ସ୍ତରରେ ମା ବାପା ଅନେକ ଯାଗାକୁନେଇ ଲିଲି ର ଚିକିତ୍ସା ପାଇଁ ପ୍ରୟାସ କରିଛନ୍ତି । କଟକ ବଡ ଡାକ୍ତରଖାନା ରେ ଭର୍ତ୍ତି କରି କିଛି ମାସ ଚିକିତ୍ସା କରାଇଥିଲେ । ପରେ ପରେ ରାଞ୍ଚି ରେ ମଧ୍ୟ ଲିଲି ର ଚିକିତ୍ସା କରିଥିଲେ ପରିବାର ଲୋକେ । ରାଞ୍ଚି ର ଚିକିତ୍ସା ଓ ମେଡିସିନ ରେ କିଛିମାତ୍ରା ରେ ତାର ସୁଧାର ଆସିଥିବା କହିଛନ୍ତି ପରିବାର ଲୋକେ ।

ବାପା କାଠିଆ ପାତ୍ର ଜଣେ ରିକ୍ସା ଚାଳକ ହୋଇଥିବାରୁ ଆର୍ଥିକ ଅନାଟନ କାରଣରୁ ଆଉ ରାଞ୍ଚି ରେ ଆଉ ଚିକିତ୍ସା କରାଇବା ସମ୍ଭବ ହୋଇ ପାରୁନାହିଁ ତାଙ୍କ ପକ୍ଷରେ । ସରକାରୀ ସହାୟତା ମିଳିଲେ କିମ୍ବା କୌଣସି ବ୍ଯକ୍ତି ବିଶେଷ କିମ୍ବା ଅନୁଷ୍ଠାନ ତରଫରୁ ସହାୟତା ମିଳିଲେ ହୁଏତ ଲିଲି ପୁଣି ଥରେ ଭଲ ହୋଇ ହସ ଖୁସୀରେ ସଂସାର କରିପାରନ୍ତା ହୋଇପାରନ୍ତା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.