ରବିବାର ଦିଲ୍ଲୀର କେଉଁଠି ବି ଘଟିନି କିଛି ଅଘଟଣ, କେବଳ କିଛି ସମୟ ଲାଗି ବନ୍ଦ ଥିଲା ୭ ମେଟ୍ରୋ

Published By : Prameya-News7 Bureau | March 01, 2020 IST

ନୂଆଦିଲ୍ଲୀ ୧।୩: ରାଜଧାନୀ ଦିଲ୍ଲୀ ଶନିବାର ଭଳି ରବିବାର ମଧ୍ୟ ଶାନ୍ତିପୂର୍ଣ୍ଣ ରହିଛି। କୌଣସି ଠାରେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ଉପୁଜି ନାହିଁ। ତେବେ ଶାହିନବାଗ୍‌ରେ ପ୍ରଦର୍ଶନକାରୀଙ୍କ ସୁରକ୍ଷା କଡାକଡି କରାଯାଇଥିବା ବେଳେ କିଛି ସମୟ ଲାଗି ୭ଟି ମେଟ୍ରୋ ଷ୍ଟେସନ ବନ୍ଦ ଥିଲା। ହେଲେ ସୋସିଆଲ ମିଡିଆ ଖବରକୁ ନେଇ କିଛି ଲୋକେ ଆତଙ୍କିତ ହୋଇପଡିଥିଲେ। ପୋଲିସକୁ ଫୋନ କରି ଘଟଣାର ସତ୍ୟାସତ୍ୟ ଜାଣିବାକୁ ଚାହିଁଥିଲେ। ଏଣୁ ଦିଲ୍ଲୀ ପୋଲିସ ନିଜ ଟ୍ୱିଟର ହ୍ୟାଣ୍ଡେଲର ଉପଯୋଗ କରି ଲୋକଙ୍କୁ ଆଶ୍ୱସ୍ତ କରିଥିବା ବେଳେ ଏଭଳି ଗୁଜବ ରଟାଉଥିବା ଲୋକଙ୍କୁ ସତର୍କ କରିଦେଇଛନ୍ତି।

wp:html /wp:html

ତେବେ ଅରାଜକ ତତ୍ୱମାନେ ଏବେବି ରାଜଧାନୀରେ ସକ୍ରିୟ ଥିବା ପୋଲିସ ସ୍ପଷ୍ଟ ହୋଇଥିବା ବେଳେ ଲୋକଙ୍କୁ ସେମାନଙ୍କ ପ୍ରତି ଧ୍ୟାନ ନଦେବା ଲାଗି କୁହାଯାଇଛି। ସୁରକ୍ଷାଗତ କାରଣ ଲାଗି କିଛିସମୟ ନିମନ୍ତେ ନାଙ୍ଗଲୋଇ, ସୂରଜମଲ ଷ୍ଟାଡିୟମ, ତୁଗଲକାବାଦ, ବଦରପୁର,ଉତ୍ତମ ନଗର ୱେଷ୍ଟ ଓ ନାବଦା ମେଟ୍ରୋ ଷ୍ଟେସନଗୁଡିକ ବନ୍ଦ ଥିଲା। ଯାହାକୁ ପରେ ଖୋଲି ଦିଆଯାଇଛି। ହେଲେ ଷ୍ଟେସନ ବନ୍ଦକୁ ନେଇ ଲୋକେ ପୁଣି ହିଂସା ଆଶଙ୍କା କରି ଛାନିଆ ହୋଇପଡିଥିଲେ।   

wp:html /wp:html

ଏଣୁ ପଶ୍ଚିମ ଦିଲ୍ଲୀ, ଦକ୍ଷିଣ-ପୂର୍ବ ଦିଲ୍ଲୀ, ମଦନପୁର ଖାଦର, ରାଜୌରୀ ଗାର୍ଡନ, ଖୟାଲା ଅଞ୍ଚଳରୁ ଲୋରେ ବାରମ୍ବାର କଣ୍ଟ୍ରୋଲ ରୁମକୁ ଫୋନ କରି ପରିସ୍ଥିତିର ସୂଚନା ନେଇଥିଲେ। ଦିଲ୍ଲୀର ପ୍ରାୟ ଅଞ୍ଚଳର ଅବସ୍ଥା ଏବେ ସମ୍ପୂର୍ଣ୍ଣ ସ୍ୱଭାବିକ କୌଣସି ଠାରେ କୌଣସି ପ୍ରକାରର ଅପ୍ରିୟ ଖବର ନଥିବାର ପୋଲିସ ସ୍ପଷ୍ଟ କରିଛି। ତେବେ ସୋସିଆଲ ମିଡିଆରେ ଏପରି ଖବର ପ୍ରସାର କରୁଥିବା ଲୋକେ ଯଦି ଏବେଠୁ ସତର୍କ ନ ହେବେ ଆଗକୁ ପୋଲିସ କଡା କାର୍ଯ୍ୟାନୁଷ୍ଠାନ କରିବ ବୋଲି ସତର୍କ କରାଇଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.