Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଶାନ୍ତ ପଡିଥିବା କେନ୍ଦ୍ରାପଡାରେ ସକ୍ରିୟ ହେଲେଣି ଅପରାଧୀ, କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

10/09/2019 at 5:59 PM

କେନ୍ଦ୍ରାପଡା ୧୦।୦- ଅପରାଧ ସାମ୍ରାଜ୍ୟ କେନ୍ଦ୍ରାପଡାରେ ଗତ କିଛିଦିନ ତଳେ ଶାନ୍ତ ପଡିଥିବା ବଳେ ପୁଣି ଅପରାଧି ଙ୍କ ଆଡ୍ଡା ସ୍ଥଳି ପାଲଟିଲାଣି ତୁଳସୀକ୍ଷେତ୍ର  ।ସକ୍ରିୟ ହେଲେଣି ଅପରାଧୀ।  ହତ୍ୟା ରାହାଜାନୀ, ଦାଦାବଟି ଓ ଲୁଟ ଭଳି ବିଭିନ୍ନ ଅପରାଧିକ ମାମଲାରେ ଏବେ କେନ୍ଦ୍ରାପଡା ଆଗରେ ରହିଛି । ଦିନ ଦୁଇ ପ୍ରହରରେ ଗୁଳି କାଣ୍ଡ ଘଟଣା ହେଉ କିମ୍ବା ରାତିର କିଟ ମିଟ ଅନ୍ଧାର ରେ ଘରେ ପଶି ଲୁଟ ଓ ଆକ୍ରମଣ , ଯେମିତି ନିତିଦିନିଆ ଘଟଣା ହୋଇଗଲାଣି । ଲୋକେ ତ୍ରାହି ତ୍ରାହି ଡାକିବା ସହିତ ବାହାରକୁ ବାହାରିବାକୁ ଭୟ କଲେଣି   ।

ମାଫିଆ ଙ୍କ ଆଡ୍ଡାସ୍ଥଳୀ କେନ୍ଦ୍ରାପଡା ଗତ କିଛିଦିନ ତଳେ ପୋଲିସ ସ୍ପେଶାଲ ସ୍କାଡ ଓ ଏସ ଟି ଏଫ ଙ୍କ ସହାୟତାରେ ଶାନ୍ତ ପଡିଥିଲା । ଦାଦାବଟି , ରାହାଜାନୀ ଓ ହତ୍ୟା ଭଳି ବିଭିନ୍ନ ସଂଙ୍ଗୀନ ମାମଲାରେ କେନ୍ଦ୍ରାପଡା ଥିଲା ସବା ଆଗରେ ତବେ ସେହି ପୁରୁଣା କଥା ଲୋକ ଙ୍କ ମନରୁ ନଲିଭୁଣୁ ପୁଣି ଏବେ ଦାନା ବାନ୍ଧିବାରେ ଲାଗିଛି ସେହି ଅଜଣା ଭୟ ଆଶଙ୍କାରେ କେନ୍ଦ୍ରାପଡାବାସୀ ରହିଛନ୍ତି ।

। କେତେବେଳେ ଲୁଟ , ଗାଡି ଚୋରି ହୋଇଯିବାର ଅଜଣା ଭୟ । ଚୋରି ଓ ଲୁଟପାଟ ଘଟଣା ଯେମିତି ଏଠାରେ ନିତିଦିନିଆ ଘଟଣା ହୋଇଗଲାଣି । କିଛିଦିନ ତଳେ କଣ୍ଡିରା ଗୁଳିକାଣ୍ଡ ଘଟଣା ହେଉ କିମ୍ବା ପୋଇପାଟ ଗାଁ ରେ  ସ୍ୱାମୀ ସମ୍ମୁଖରେ ସ୍ତ୍ରୀ କୁ ଦୁଷ୍କର୍ମ ପରି ଅମାନୁଷିକ ଘଟଣା ହେଉସବୁ ଗୋଟିଏ ପରେ ଗୋଟିଏ ଘଟିଚାଲିଛି । 

ହଲେ ଏବେ ବି ବହୁ ଅପରାଧୀ ପୋଲିସ ପଞ୍ଝା ରୁ ବାହାରେ ।ପ ଟ୍ଟାମୁଣ୍ଡାଇ ରାଜନଗର ରାସ୍ତାରେ ଯେମିତି ଭାବରେ ଅପରାଧୀଙ୍କ ସଂଖ୍ୟା ବଢିବାରେ ଲାଗିଛି ସମୟ ଆସିବ ଯେମିତି ସାଧାରଣ ଲୋକ ଙ୍କ ଠାରୁ ଅପରାଧଙ୍କ ସଂଖ୍ୟା ଅଧତ୍କ ହୋଇଯିବ ବୋଲି ଆଶଙ୍କା କରାଯାଉଛି । ଅପରାଧି ଅପରାଧ କରିବାରୁ ଭୟ କରୁ ନାହାନ୍ତି, ପୁଲିସ ଓ ଆଇନର ଭୟ  ସେମାନଙ୍କ ନିକଟରେ ଯେମିତି ନାହିଁ ।

ଗତ ୩୦ ତାରିଖ ଦିନ ଭରତପୁର ଗାଁ ର ହାଡିବନ୍ଧୁ ସାହୁ ଙ୍କ ଘରେ ଏକାଧତ୍କ ଦୁର୍ବୃତ୍ତ ଘରେ ପଶି ଲୁଟ କରିବା ସହିତ ପରିବାର ର ସମସ୍ତ ସଦସ୍ୟ ଙ୍କୁ ନିର୍ମମ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ ।  ଏବେବି ଏମାନଙ୍କ ପରିବାର  ଅନେକ ଲୋକ କଟକ ରେ  ଚିକିତ୍ସା ହେଉଛନ୍ତି । ପୋଲିସ ସମସ୍ତ  ଅପରାଧିଙ୍କୁ ଧରିବାରେ ବିଫଳ ହୋଇଛି । ଅନ୍ୟପଟେ ପୋଲିସ ଛୋଟ ଛୋଟ କଥା ଉପରେ ଦୃଷ୍ଟି ଦେବା ବେଳକୁ ବଡ ବଡ ଘଟଣା ଘଟିଚାଲୁଛି । ଗତ ସପ୍ତାହ ରେ ଆଳି ଅଂଚଳରେ  ମାଇକ ନବଜାଇବା ଭଳି ଘଟଣା ଉପରେ  ଦେଉଥିବା ବେଳେ କିଛି ଦୁର୍ବୃତ୍ତ ପୁଲିସ କୁ ଆକ୍ରମଣ କରିଥିଲେ  ଯେଉଁଠାରେ ପୁଲିସ ସୁରକ୍ଷିତ ନୁହେଁ ସାଧାରଣ ଲୋକଙ୍କୁ କିପରି ସୁରକ୍ଷା ଦେବ ବୋଲି ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି  । ଅପରାଧୀଙ୍କୁ ବିରୋଧରେ ପୁଲିସ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହେଉଛି । 

   Related Posts