Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯୁବକଙ୍କୁ ଆଉ ନିଯୁକ୍ତି ଦେଇପାରିବନି ଦେଶ ! ‘ଯଦି ମୋ କଥାରେ ବିଶ୍ୱାସ ହେଉନି ୬-୭ ମାସ ଅପେକ୍ଷା କର’ କହିଲେ ରାହୁଲ

20/08/2020 at 4:42 PM

ନୂଆଦିଲ୍ଲୀ ୨୦।୮: ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧି ଯୁବକଙ୍କ କର୍ମନିଯୁକ୍ତିକୁ ନେଇ ଗୁରୁବାର ପୁଣି ଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି ଦେଶ ଆଉ ନିଯୁକ୍ତି ଦେଇପାରିବନି। ଯେତେବେଳେ କୋଭିଡ-୧୯ ଯୋଗୁ ଦେଶ ଗୁରୁତର କ୍ଷତିଗ୍ରସ୍ତ ହେବ ବୋଲି କହିଲି, ସେତେବେଳେ ଗଣମାଧ୍ୟମ ମୋ କଥାକୁ ହସରେ ଉଡାଇଲେ । ଆଜି କହୁଛି ଆମ ଦେଶ ଆଉ ରୋଜଗାର ଦେଇ ପାରିବନି, ଯଦି ମୋ କଥାରେ ସହମତ ନୁହନ୍ତି ତେବେ ୬-୭ମାସ ଅପେକ୍ଷା କରନ୍ତୁ କହିଛନ୍ତି ରାହୁଲ।

ରାଜୀବ ଗାନ୍ଧିଙ୍କ ଜୟନ୍ତୀ ଅବସରରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ରାହୁଲ ଏହା କହିଛନ୍ତି। କରୋନା ଭାଇରସକୁ ନେଇ ସରକାର ସତର୍କ ନୁହନ୍ତି ଓ ଦେଶକୁ ଏହାର ଦଣ୍ଡ ଭୋଗିବାକୁ ପଡିବ ବୋଲି  ରାହୁଲ ପ୍ରଥମରୁ କହିଥିଲେ। ଏବେ କରୋନାକୁ ନେଇ ମୋଦି ସରକାର ସବୁ ମାର୍ଗରେ ବିଫଳ ହୋଇଥିବା ରାହୁଲ କହିଛନ୍ତି।

ଗତ ୬ ବର୍ଷରେ କେନ୍ଦ୍ରର ମୋଦି ସରକାର ଦେଶର ଆର୍ଥିକ ଭିତ୍ତିଭୂମିକୁ ଉଜାଡି ଦେଇଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ଦେଶରେ କରୋନା ପ୍ରକୋପ ସରକାରଙ୍କ ଦୁର୍ବଳତାକୁ ବାହାରେ କାଢି ଫିଙ୍ଗିଥିବା ବେଳେ ଦେଶ ଏବେ ଲୋକଙ୍କୁ ରୋଜଗାର ଦେବାକୁ ଅସମର୍ଥ ବୋଲି କହିଛନ୍ତି। ଯଦି ଏକଥାରେ ବିଶ୍ୱସ ନ ହେଉଛି ତେବେ ୬ ମାସ ଅପେକ୍ଷା କର ବାସ୍ତବତା ଆପଣାଛାଏଁ ସାମ୍ନାକୁ ଆସିଯିବ ବୋଲି  ରାହୁଲ କହିଛନ୍ତି। 

   Related Posts