Corona virus: ମଣିଷଙ୍କ ପରେ ଏବେ ଆକ୍ରାନ୍ତ ହେଲା ବଜାର, Auto ଇଣ୍ଡଷ୍ଟ୍ରି ଗୁରୁତର ପ୍ରଭାବିତ

Published By : Prameya-News7 Bureau | February 07, 2020 IST

ସିଓଲ ୭।୨:  ଚୀନରେ ସୃଷ୍ଟି ହୋଇଥିବା ନ୍ୟୁ କରୋନା ଭାଇରସର ପ୍ରଭାବ ଏବେ ବିଶ୍ୱ ବଜାରକୁ ସଂକ୍ରମିତ କରିବ। ଯାହାର ପ୍ରଭାବ ଅର୍ଥନୀତି ଉପରେ ପଡିବାର ଆଶଙ୍କା କରାଗଲାଣି। ଦକ୍ଷିଣ କୋରିଆ ବାହାନ ନିର୍ମାତା ହ୍ୟୁଣ୍ଡାଇ ଶୁକ୍ରବାର ତାର ସର୍ବାଧିକ ଉତ୍ପାଦନ କ୍ଷମ ଉଲସାନ ପ୍ଲାଣ୍ଟକୁ ଅସ୍ଥାୟୀ ଭାବେ ବନ୍ଦ ଘୋଷଣା କରିଛି। ଚୀନରେ କରୋନା ସଂକ୍ରମଣ ଯୋଗୁ ଔଦ୍ୟୋଗିକ ଉତ୍ପାଦନ ପ୍ରଭାବିତ ହୋଇଛି। ଏଣୁ ବାହାନର ଯନ୍ତ୍ରାଂଶ ପ୍ରସ୍ତୁତି ଲାଗି ଆବଶ୍ୟକ ସାମଗ୍ରୀ ମହଜୁଦ ନଥିବାରୁ ହ୍ୟୁଣ୍ଡାଇ ପ୍ଲାଣ୍ଟ ବନ୍ଦ କରିବାକୁ ବାଧ୍ୟ ହୋଇଛି।

{"id":221511,"sizeSlug":"large"}

ବାର୍ଷିକ ୧୪ ଲକ୍ଷ ବାହନ ଉତ୍ପାଦନ କ୍ଷମତା ରଖୁଥିବା ଉଲସାନ ପ୍ଲାଣ୍ଟ ଯଦି ୫ ଦିନ ବନ୍ଦ ହୁଏ ତେବେ ୫୦ କୋଟି ଡଲାର କ୍ଷତିର ଆଶଙ୍କା କରାଯାଉଛି। ଚୀନରୁ ବ୍ୟାପୁଥିବା ଭୂତାଣୁ ସଂକ୍ରମଣ ରୋକିବା ଲାଗି ପ୍ଲାଣ୍ଟ କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଥିବା କହିଛନ୍ତି। ହେଲେ ବାସ୍ତବ କଥା ହେଉଛି  ଚୀନରୁ ରପ୍ତାନୀ ବନ୍ଦ ଯୋଗୁ ଇଲେକ୍ଟ୍ରୋନିକ୍ ଉପକରଣକୁ ପରସ୍ପର ସହ ସଂଯୁକ୍ତ କରିବା ଲାଗି ସାମଗ୍ରୀର ଏବେ ଘୋର ଅଭାବ ଦେଖାଦେଇଛି। ଏଣୁ ହ୍ୟୁଣ୍ଡାଇ ସମେତ ଅନ୍ୟ ମୋଟର କମ୍ପାନୀମାନେ ସେମାନଙ୍କ ଉତ୍ପାଦନ ବନ୍ଦ କରିବାକୁ ଏବେ ନିଷ୍ପତ୍ତି ନେଇଛନ୍ତି।

{"id":221512,"sizeSlug":"large"}

୨୫ ହଜାର କର୍ମଚାରୀଙ୍କୁ ଅସମୟରେ ଦିଆଗଲା ଛୁଟି
ଚୀନରେ ଭୂତାଣୁ ସଂକ୍ରମଣ ଯୋଗୁ କେବଳ ଦକ୍ଷିଣ କୋରିଆ ୨୫ ହଜାର କର୍ମଚାରୀଙ୍କୁ ବିନା କାରଣରେ ଛୁଟିରେ ପଠାଇ ଦିଆଯାଇଛି। ଉଲସାନ ପ୍ଲାଣ୍ଟର କର୍ମଚାରୀମାନେ ଏଥିଲାଗି କ୍ଷୋଭ ପ୍ରକାଶ କରିଥିବା ବେଳେ ଛୁଟି ଯୋଗୁ ବେତନ କାଟ୍‌କୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ତେବେ କରୋନା ଭାଇରସ ଯୋଗୁ ଚୀନ ବାହାରେ ପ୍ଲାଣ୍ଟ ବନ୍ଦ ହେବାର ଏହା ପ୍ରଥମ ଘଟଣା ବୋଲି ଜଣାପଡିଛି।

{"id":221513,"sizeSlug":"large"}

କିୟା ମୋଟର୍ସର ବନ୍ଦ କରିବ ୩ ପ୍ଲାଣ୍ଟ
କିୟା ମୋଟର୍ସ ଗତ ସୋମବାର ଠାରୁ ତାର ୩ଟି ପ୍ଲାଣ୍ଟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହା ଛଡା ରେନଲ୍ଟର ଦକ୍ଷିଣ କୋରିଆ ସହଯୋଗୀ ବୁଷାନ ପ୍ଲାଣ୍ଟ ଆଗାମୀ ସପ୍ତାହରୁ ବନ୍ଦ ହେବ । ଏଥିରେ ଫିଏଟ୍ କ୍ରାଇସଲର ତାର ଏକ ୟୁରୋପୀୟ କାରଖାନାର ପରିଚାଳନା ଏବେ ବନ୍ଦ କରିବ ବୋଲି କହିଛି। ଚୀନରେ କରୋନା ସଂକ୍ରମଣକୁ ଏପର୍ଯ୍ୟନ୍ତ ନିୟନ୍ତ୍ରିତ କରାଯିବା ଦୂରର କଥା ଏଥିଲାଗି ଉପାୟ ମଧ୍ୟ ବାହାରିନି। ଦକ୍ଷିଣ କୋରିଆର ଅଧିକାଂଶ କମ୍ପାନୀ ଚୀନ ଉପରେ ନିର୍ଭରଶୀଳ। ଏଥିରେ ଚୀନରୁ ରପ୍ତାନୀ ବନ୍ଦ ଥିବାରୁ ଏଠାରେ କଳକାରଖାନା ବି ବନ୍ଦ ହେବା ଅବସ୍ଥାରେ ପହଞ୍ଚିଯାଇଛି।

{"id":221514,"sizeSlug":"large"}

ସମଗ୍ର ବିଶ୍ୱ ଉପରେ ପଡିପାରେ ପ୍ରଭାବ
ତେବେ ଦକ୍ଷିଣ କୋରିଆରେ ଉପୁଜିଥିବା ପରିସ୍ଥିତି କେବଳ ଏକ ଉଦାହରଣ ହେଲେ ଆଗକୁ ସମଗ୍ର ବିଶ୍ୱ ଏଥିଯୋଗୁ ପ୍ରଭବିତ ହେବ ବୋଲି ଏବେଠୁ ସତର୍କ କରିଛନ୍ତି ମୁଡିଜ୍ ଆନାଲିଟିକ୍ସର ମୁଖ୍ୟ ଇକନୋମିଷ୍ଟ ମାର୍କ ଜଣ୍ଡି। ସେ କହିଛନ୍ତି ଯେ ମାନୁଫେକ୍ଚରିଂ ଲାଗି ଆବଶ୍ୟକ ସାମଗ୍ରୀ ଯୋଗାଣ ଶୃଙ୍ଖଳାର ଚୀନ ଏବେ ଅଭିନ୍ନ ଅଂଶ ପାଲଟିଯାଇଛି ଓ ସାରା ବିଶ୍ୱରେ ତାର ଭାଗିଦାରୀ ପ୍ରାୟ ୨୦ ପ୍ରତିଶତ। ଏଣୁ ଚୀନରେ କାରଖାନା ବନ୍ଦର ପ୍ରଥମେ ପ୍ରଭାବ ତାର ପଡୋଶୀ ତାଇୱାନ, ଭିଏତନାମ ଓ ଏବେ ମାଲେସିଆ ଓ ଦକ୍ଷିଣ କୋରିଆକୁ ପ୍ରଭାବିତ କରିଛି। ତେବେ ବିଳମ୍ବରେ ହେଲେବି ଆମେରିକା ଓ ଅନ୍ୟ ଦେଶଙ୍କ ଉପରେ ନିଶ୍ଟିତ ଏହାର ପ୍ରଭାବ ପଡିବ ବୋସଲି ଜଣ୍ଡି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.