ଏଣିକି ଓ୍ଵେବସାଇଟ୍‌ରେ ମିଳିବ କରୋନା ଟେଷ୍ଟ ରିପୋର୍ଟ, ଆଉ କେନ୍ଦ୍ରକୁ ଯିବାକୁ ପଡିବ ନାହିଁ

Published By : Prameya-News7 Bureau | May 22, 2021 IST

ଭୁବନେଶ୍ଵର ୨୨।୦୫: କରୋନାର ଦ୍ଵିତୀୟ ଲହରର ମୁକାବିଲା ପାଇଁ ରାଜ୍ୟ ସରକାର ଅନେକ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି। ଲୋକେ କେମିତି ସହଜରେ ଟିକାକରଣ ନେଇ ପାରିବେ ଏବଂ କରୋନା ଟେଷ୍ଟ କରି ପାରିବେ ସେ ସଂପର୍କରେ ବ୍ୟବସ୍ଥା କରାଯାଇଛି। ଏହି କ୍ରମରେ କରୋନା ଟେଷ୍ଟ ରିପୋର୍ଟକୁ ନେଇ ରାଜ୍ୟ ସରକାର ନୂତନ ବ୍ୟବସ୍ଥା କରିଛନ୍ତି। ଏଣିକି ଓ୍ଵେବସାଇଟ୍‌ରେ କରୋନା ଟେଷ୍ଟ ରିପୋର୍ଟ ମିଳିବ। ଓ୍ଵେବସାଇଟ୍‌ରେ ଏ ସଂପର୍କରେ ସମସ୍ତ ସୁବିଧା ମିଳିବ।

ରାଜ୍ୟ ସରକାରଙ୍କ ଅନୁଯାୟୀ, ଉଭୟ ଆଣ୍ଟିଜେନ୍ ଓ ଆଟି ପିସିଆର ଟେଷ୍ଟ ରିପୋର୍ଟ ଓ୍ଵେବସାଇଟ୍‌ରେ ମିଳିବ। ନୂତନ ବ୍ୟବସ୍ଥା ନେଇ ସୂଚନା ପ୍ରଯୁକ୍ତି ସଚିବ ମନୋଜ ମିଶ୍ର ଶନିବାର ସୂଚନା ଦେଇଛନ୍ତି। statedashboard.odisha.gov.in ଓ covid19odisha.gov.in ଓ୍ଵେବସାଇଟ୍‌ରେ ଟେଷ୍ଟ ରିପୋର୍ଟ ବ୍ୟବସ୍ଥା କରାଯାଇଛି। ଓ୍ଵେବସାଇଟ୍‌ ଯାଇ know your test report ଉପରେ କ୍ଲିକ୍ କରନ୍ତୁ। ଏହା ପରେ ନମୂନା ସଂଗ୍ରହ ବେଳେ ଦେଇଥିବା ନିଜ ମୋବାଇଲ ନମ୍ବର ଦିଅନ୍ତୁ। ମୋବାଇଲ ନମ୍ବର ଦେବା ପରେ ଆପଣଙ୍କ ମୋବାଇଲକୁ ଏକ ଓଟିପି ଆସିବ। ଓଟିପି ନମ୍ବର ସବମିଟ୍ କଲା ପରେ ଟେଷ୍ଟ ରିପୋର୍ଟ ସାଇଟ୍‌ରେ ଆସିଯିବ। ଲ୍ୟାବ୍‌ରୁ ଗହଳି କମାଇବାକୁ ସ୍ଵାସ୍ଥ୍ୟ ଓ ଆଇଟି ବିଭାଗ ଏମିତି ନିଷ୍ପତ୍ତି ନେଇଛନ୍ତି।

{"id":455763,"sizeSlug":"large","linkDestination":"none"}

ଅନ୍ୟ ଏକ ନିଷ୍ପତ୍ତି କ୍ରମେ ବୟସ୍କଙ୍କ ଭଳି ଭିନ୍ନକ୍ଷମକୁ ମଧ୍ୟ ମିଳିବ ଡୋର ସର୍ଭିସ ସୁବିଧା। ଏହି ସୁବିଧା ଭୁବନେଶ୍ଵର ସହରରେ ମିଳିବ ବୋଲି ବିଏମସି କମିଶନର ସଞ୍ଜୟ ସିଂହ କହିଛନ୍ତି। ପୂର୍ବରୁ କେବଳ ବୟସ୍କ ଲୋକଙ୍କ ଘରକୁ ଯାଇ ନମୂନା ସଂଗ୍ରହ କରାଯାଉଥିଲା। ଏପରିକି ବୟସ୍କ ଲୋକଙ୍କୁ ଟିକାକରଣ କେନ୍ଦ୍ରକୁ ନେଇ ଟିକା ଦେବା ପରେ ଘରେ ଛାଡି ଦିଆଯାଉଥିଲା। ସେହି ପରି ଆସନ୍ତାକାଲିଠୁ ଚାଲିବାକୁ ସଂପୂର୍ଣ୍ଣ ଅକ୍ଷମ ଭିନ୍ନକ୍ଷମଙ୍କୁ ଏହି ସୁବିଧା ମିଳିବ ବୋଲି କମିଶନର ସଞ୍ଜୟ ସିଂହ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.