ବଜାରରେ ମିଳିବ କରୋନା ଔଷଧ, ମାନିବାକୁ ପଡିବ ଏହି ସର୍ତ୍ତ

Published By : Prameya-News7 Bureau | September 12, 2020 IST

ନୂଆଦିଲ୍ଲୀ, ୧୨|୦୯:  ଏଣିକି ବଜାରରେ ମିଳିବ କରୋନା ଔଷଧ । ସାଧାରଣରେ ଔଷଧ ବିକ୍ରି ପାଇଁ ଅନୁମତି ଦେଇଛନ୍ତି DCGI । କେତେକ ସର୍ତ୍ତ ସହ ଦୋକାନରେ ବିକ୍ରି ହେବ କରୋନା ଔଷଧ ଫେଭିପିରାଭର ଟାବଲେଟ୍ ।

ସେହିପରି ରେମଡେସିଭର ଇଞ୍ଜେକସନକୁ ମଧ୍ୟ ବିକ୍ରି କରିବା ଲାଗି ଅନୁମତି ଦେଇଛନ୍ତି DCGI । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସକ୍ରିପସନ୍ ଥିଲେ ମିଳିବ କରୋନା ଔଷଧ । କେଉଁ ଦୋକାନରେ ମିଳିବ ଔଷଧ ତାହା ସ୍ଥିର କରିବେ ଡ୍ରଗ୍ ଇନ୍ସପେକ୍ଟର । ଦୋକାନୀ ପ୍ରେସକ୍ରିପସନ୍ର ଜେରକ୍ସ କପି ରଖି ଔଷଧ ଦେବେ ।

ଏହି ଔଷଧ ବିକ୍ରି ପାଇଁ କିଛି ସର୍ତ୍ତ ରହିବ । ଦୋକାନୀମାନେ ରୋଗୀଙ୍କଠାରୁ ପ୍ରେସକ୍ରିପସନର ଜେରକ୍ସ କପି ରଖିବେ । ଏହାସହ ପରିଚୟପତ୍ର ମଧ୍ୟ ଦେବା ବାଧ୍ୟତାମୂଳକ । ଆକ୍ରାନ୍ତ କିମ୍ବା ଆକ୍ରାନ୍ତଙ୍କ ସମ୍ପର୍କୀୟଙ୍କୁ ସେମାନଙ୍କ ପରିଚୟ ପତ୍ର ଦେବାକୁ ପଡିବ ।

କିନ୍ତୁ କେବଳ ସ୍ୱାସ୍ଥ୍ୟକେନ୍ଦ୍ରରେ ହିଁ ରେମଡେସିଭର ଇଞ୍ଜେକ୍ସନ ବିକ୍ରି ହେବ । ତେବେ କୌଣସି ଆକ୍ରାନ୍ତ କିମ୍ବା ତାଙ୍କ ସମ୍ପର୍କୀୟ ସିଧାସଳଖ ଭାବେ ରେମଡେସିଭର ଇଞ୍ଜେକ୍ସନ କିଣିପାରିବେ ନାହିଁ ବୋଲି ସର୍ତ୍ତ ରହିଛି ।

ଓଡିଶା ସରକାର ମଧ୍ୟ ବଜାରରେ କରୋନା ଔଷଧର ବିକ୍ରୟ ପାଇଁ ସର୍ତ୍ତ ସହ ଅନୁମତି ପ୍ରଦାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.