ଓଡ଼ିଶାରେ ଏବେ ଆସିନି ଥାର୍ଡ ଓ୍ୱେଭ୍ : ଡିଏମଇଟି

Published By : Prameya-News7 Bureau | July 19, 2021 IST

ଭୁବନେଶ୍ୱର ୧୯/୭ : ଓଡ଼ିଶାରେ କରୋନାର ସ୍ଥିତି ଠିକ ଟେଲି ଫେନୋମେନନ ଅବସ୍ଥାରେ ରହିଛି । ଅର୍ଥାତ ସଂକ୍ରମଣ କମି ସ୍ଥିର ଅବସ୍ଥାରେ ରହିଛି । ଗତ କିଛି ଦିନ ଧରି ଏହି ଟ୍ରେଣ୍ଡ ଲାଗିରହିଛି । ଅନ୍ୟ କିଛି ରାଜ୍ୟରେ ବି ଏହି ସ୍ଥିତି ଲାଗିରହିଛି । ଆଶା ଆଗକୁ ସଂକ୍ରମଣ କମିବ। ଏଥିପାଇଁ ସମସ୍ତଙ୍କୁ କୋଭିଡ଼ ନିୟମ ମାନିବାକୁ ପଡ଼ିବ । ଥାର୍ଡ଼ ୱେଭ ଆକଳନ କରାଯାଇଛି କିନ୍ତୁ ଆସିନାହିଁ ।ଆମେ ବର୍ତ୍ତମାନ ସେକେଣ୍ଡ ୱେଭରେ ଅଛୁ । ମାଡ଼୍ରାସ ଇନଷ୍ଟିଚ୍ୟୁଟ ଯେଉଁ ଆର ଭ୍ୟାଲୁ କଥା କହୁଛି ତାହା ଗ୍ରାଉଣ୍ଡରେ ପ୍ରତିଫଳିତ ହେଉନାହିଁ । ସଂକ୍ରମଣ କମିଥିବାରୁ କେମିତି ଆର ଭ୍ୟାଲୁ ଅଛି ବୋଲି କୁହାଯିବ । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ସି.ବି.କେ ମହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.