Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଦନାନ ସାମୀଙ୍କ ‘ପଦ୍ମଶ୍ରୀ’କୁ ନେଇ ଏବେ ପ୍ରଶ୍ନ ଉଠାଇଲା କଂଗ୍ରେସ, ଦେଖନ୍ତୁ କ’ଣ କହୁଛନ୍ତି ମୁଖପାତ୍ର

ନୂଆଦିଲ୍ଲୀ ୨୬।୧: ମହାରାଷ୍ଟ୍ରରେ ଏମଏନଏସ୍ ପରେ ଏବେ କଂଗ୍ରେସ ଅଦନାନ ସାମୀଙ୍କୁ ‘ପଦ୍ମ’ ପୁରସ୍କାର ନେଇ ପ୍ରଶ୍ନ ଉଠାଇଛି। ପାର୍ଟିର ମୁଖପାତ୍ର ଜୟବୀର ଶେରଗିଲ ଏହି ପ୍ରଶ୍ନ କରିଥିବା ବେଳେ ଭାରତ ଉପରେ ଆକ୍ରମଣ କରିଥିବା ପାକ୍ ବାୟୁସେନାର ଜଣେ ଅଧିକାରୀଙ୍କ ପୁଅକୁ କେନ୍ଦ୍ରର ବିଜେପି ସରକାର ପଦ୍ମଶ୍ରୀ ସମ୍ମାନ ଲାଗି ମନୋନୀତ କରିଛନ୍ତି। ହେଲେ କାର୍ଗିଲରେ ଦେଶ ଲାଗି ଲଢିଥିବା ଆସାମର ବୀର ସୈନିକ ସନାଉଲ୍ଲାଙ୍କୁ କିପରି ଅନୁପ୍ରବେଶକାରୀ ଘୋଷିତ କରିଛନ୍ତି ସେ ନେଇ ପ୍ରଶ୍ନ ଉଠାଇଛନ୍ତି। ତେବେ ଏହାକୁ ବିଜେପି ସରକାରଙ୍କ ‘ଚାମଚାଗିରୀ ନୁହେଁତ ଆଉ କ’ଣ କୁହାଯିବ?’ ବୋଲି ଶେରଗିଲ କହିଛନ୍ତି।

ଏ ନେଇ ଶେରଗିଲ ଏକ ଭିଡିଓ ଜାରି କରି ଉଲ୍ଲେଖ କରିଛନ୍ତି ଯେ ପାକିସ୍ତାନ ବିରୋଧରେ କାର୍ଗିଲ ଯୁଦ୍ଧ ଲଢିଥିବା ଭାରତୀୟ ଜବାନ ମହମ୍ମଦ ସନାଉଲ୍ଲାଙ୍କୁ ଆସାମରେ ଏନଆରସି କୋର୍ଟ ଅନୁପ୍ରବେଶକାରୀ ଘୋଷିତ କରିଛନ୍ତି। ଏହି ସରକାର ଅଦନାନ ସାମୀଙ୍କୁ ପଦ୍ମଶ୍ରୀ ଲାଗି ମନୋନୟନ କରିଛନ୍ତି ଯାହାଙ୍କ ପିତା ପାକ୍ ବାୟୁସେନାର ଅଧିକାରୀ ଭାବେ ଭାରତ ଉପରେ ଗୋଳା ମାଡ କରିଥିଲେ । ଜଣେ ସିପାହୀ ଅନୁପ୍ରବେଶ କାରୀ ଓ ପାକ୍ ବାୟୁସେନା ଅଧିକାରୀଙ୍କ ପୁଅଙ୍କୁ ସମ୍ମାନ କାହିଁକି ବୋଲି ଶେରଗିଲ ପ୍ରଶ୍ନ କରିଛନ୍ତି।

ଶେରଗିଲ ଆହୁରି କହିଛନ୍ତି ଯେ ପଦ୍ମଶ୍ରୀ ଲାଗି ସମାଜରେ ଯୋଗଦାନ ଆବଶ୍ୟକ ନା ସରକାରଙ୍କ ଗୁଣଗାନ? ପଦ୍ମଶ୍ରୀ ସମ୍ମାନର ମାନଦଣ୍ଡ କ’ଣ ? ତାହା ମୋଦି ସରକାର ପ୍ରଥମେ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି। ସୂଚନା ଯୋଗ୍ୟଯେ କିଛି ବର୍ଷ ପୂର୍ବେ ପାକିସ୍ତାନୀ କଳାକାର ଅଦନାନ ସାମୀ ଭାରତର ନାଗରିକତା ହାସଲ କରିଛନ୍ତି। ତେବେ ତାଙ୍କ ନାଗରିକତା ପ୍ରାପ୍ତିକୁ ୪ ବର୍ଷ ବି ପୁରଣ ହୋଇନି ତାଙ୍କୁ ସରକାର ଦେଶର ଶୀର୍ଷ ନାଗରିକ ସମ୍ମାନ ଦେବା ଲାଗି ଚୟନ କରିଥିବାରୁ ମହାରାଷ୍ଟ୍ରର ଏମଏନଏସ୍ ମଧ୍ୟ ବିରୋଧ କରିଛି।

ତେବେ ସାମୀ ଭାରତର ନାଗରିକ ନୁହଁନ୍ତି ବୋଲି ଏମଏନଏସ ଦାବି କରିଛି। ସାମୀଙ୍କ ପାସପୋର୍ଟ ୨୬ ମେ ୨୦୧୫ରେ ଏକ୍ସପାୟର ହୋଇଯାଇଥିଲା। ସେ ଦ୍ୱିତୀୟବାର ଏହାର ନବିକରଣ କରିନଥିଲେ। ତେବେ ୧ ଜାନୁୟାରୀ ୨୦୧୬ରେ ଭାରତ ସରକାର ତାଙ୍କୁ ନାଗରିକତା ଦେଇଦେଇଥିଲେ ବୋଲି ଏମଏନଏସ୍ ଫିଲ୍ମ ପ୍ରଭାଗର ପ୍ରମୁଖ ଅଭିଯୋଗ କରିଛନ୍ତି।   

   Related Posts