Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଗଛବାଣ ଭଳିଆ ଫୁଟୁଛି କଂଗ୍ରେସର ବିବାଦ-ବାଉନ୍‌ସର ପଶିବା ଘଟଣାକୁ ନେଇ ତମ୍ବିତୁଫାନ ଥମୁନାହିଁ

21/01/2020 at 9:35 PM

ଭୁବନେଶ୍ୱର ୨୧।୦୧ – କଂଗ୍ରେସ ଭବନରେ ବାଉନ୍‌ସର ପଶିବା ଘଟଣାକୁ ନେଇ ତମ୍ବିତୁଫାନ ଥମିନାହିଁ। ଏତିକି ବେଳେ ଆଉ ଏକ ବିବାଦରେ ନିଆଁ ଢାଳିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଦଳର ମିଡିଆ ସେଲ୍‌କୁ ଓଲଟପାଲଟ କରିଦେଇଛନ୍ତି। ଯାହାକୁ ନେଇ ମିଡିଆ ସେଲର ମୁଖପାତ୍ରମାନେ ପୂରା ନିଆଁ ହୁଳା ହୋଇଛନ୍ତି।  ଦଳରେ ତାଙ୍କ ପ୍ରତି ଖୋଲା ଅସନ୍ତୋଷକୁ ଦେଖି ଏବେ ମୁଖିଆ ନିରଞ୍ଜନ ଯେ ଅତି ବିବ୍ରତ ତାହା ଏବେ ସ୍ପଷ୍ଟ ହୋଇଛି, ଏହି ଭାଇରାଲ ଚିଠି ଘଟଣାରୁ…

ଗୋଟିଏ ଲିଭିଲା ବେଳକୁ ଆଉ ଗୋଟେ ଜଳୁଛି। ଗଛବାଣ ଭଳିଆ ଫୁଟୁଛି କଂଗ୍ରେସର ବିବାଦ ।  ଦଳ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଖୋଲା ବିଦ୍ରାହର ବାରୁଦ ଲଗାଇଛନ୍ତି ମେଡିଆସେଲର ତୁଙ୍ଗ ନେତାମାନେ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟଙ୍କ ଦସ୍ତଖତ ଥାଇ ଦଳର ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ଲେଖାଯାଇଥିବା ଏକ ଚିଠି ଏବେ ସେସିଆଲ ମିଡ଼ିଆରେ ଭାଇରାଲ ହୋଇଛି।

ଯାହାକୁ ନେଇ ଦଳର ନେତାମାନେ  ଫାୟାର। ଏଥିରେ ବରିଷ୍ଠ ନେତା ପଞ୍ଚାନନ କାନୁନଗୋଙ୍କୁ କଂଗ୍ରେସ ମିଡିଆ ବିଭାଗର ସଭାପତି ଦର୍ଶାଯାଇଯାଇଛି ଓ ଆର୍ଯ୍ୟ ଜ୍ଞାନେନ୍ଦ୍ର ରହିଛନ୍ତି ଆବାହକ।  ଏହା ସହ ମୁଖପାତ୍ର ଓ ଟିଭି ପାନେଲିଷ୍ଟ ତାଲିକାରୁ ବାଦ ପଡ଼ିଛନ୍ତି  ଅନେକ ବରିଷ୍ଠ ନେତା।

ଦଳର ପୂର୍ବତନ ମୁଖପାତ୍ର ଶୈଳେନ୍ଦୁ ମଜୁମଦାରଙ୍କ ଏହି ବିସ୍ଫୋରକ ବୟାନ ସ୍ପଷ୍ଟ କରୁଛି କଂଗ୍ରେସର କଳି ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ବାଉନସର ବିବାଦ ନଥମୁଣୁ ମିଡିଆ ସେଲ ପୁନର୍ଗଠନ ବିବାଦ ନେଇ ଅସନ୍ତୋଷ ତେଜିଛି। ତେବେ ଏପରି କିଛି ଭାଇରାଲ ଚିଠି କଥା ସେ ଜାଣିନଥିବା ପଞ୍ଚାନନ କାନୁନଗୋ କହିଥିବା ବେଳେ ଆର୍ଯ୍ୟ ଜ୍ଞାନେନ୍ଦ୍ର କଂଗ୍ରେସ ଭଳି ବିରାଟ ଦଳ ଉପରେ ଏହା କିଛି ଫରକ ପକାଇବ ନାହିଁ ବୋଲି ସିଧା କହିଛନ୍ତି। ଇତସ୍ତତ ଅବସ୍ଥାରେ ପିସିସି ମୁଖିଆ କହିଛନ୍ତି ତାଲିକାରେ ବଡ଼ ପରିବର୍ତ୍ତନ ହେବ।

କଂଗ୍ରେସ ଭବନରେ ବାଉନ୍‌ସର ପ୍ରବେଶ ଘଟଣାରେ ହରଡ଼ ଘଟଣାର  ଶିକାର ହୋଇଛନ୍ତି  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଉ ଏବେ ମିଡିଆସେଲ ପୁନର୍ଗଠନ ବିବାଦ ପାଇଁ ପୁଣି ଅକଳରେ ପଡ଼ିଛନ୍ତି ।  

   Related Posts