Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ପ୍ରାକୃତିକ କାରଣ ଯୋଗୁ ଏବେ ଗଲୱାନ ଘାଟିରେ ପଛକୁ ହଟିବ ଚୀନ୍ , ଚାହିଁଲେ ବି ରଖିପାରିବନି ପୋଷ୍ଟ

5/07/2020 at 2:49 PM

ଲେହ: ପୂର୍ବ ଲଦ୍ଦାଖର ଗଲୱାନ ଘାଟିରେ ସୀମାକୁ ନେଇ ଚୀନ୍‌ ସେନା ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିଛନ୍ତି। ଏଥିରେ ଚୀନ୍‌ କମ୍ୟୁନିଷ୍ଟ ସରକାର ମଧ୍ୟ ସେନାକୁ ଉପର୍ଦ୍ଧ ଦେଇଛନ୍ତି। ଫଳରେ ଚୀନ୍‌ ସେନା ସୀମାରେ ଭାରି ଯୁଦ୍ଧାସ୍ତ୍ର ମୁତୟନ କରୁଛି। ତେବେ ଏଲଏସିର ଯେଉଁସ୍ଥାନରେ ଚୀନ୍‌ ସେନା ଅଛି ତାହା ତାର ବାସ୍ତବ ସ୍ଥିତି କି ନା ତାହା ଏବେ ପ୍ରକୃତିକ ପ୍ରମାଣିତ ହେବାକୁ ଯାଉଛି। ଉତ୍ତାପ ବୃଦ୍ଧି ଯୋଗୁ ଘାଟିରେ ବରଫ ତରଳୁଥିବା ବେଳେ ଗଲୱାନ୍‌ ନଦୀର ଜଳସ୍ତର ବଢି ଚୀନ୍‌ ସେନାଙ୍କ ତମ୍ବୁ ବୁଡାଇ ଦେଲାଣି।

ଡ୍ରୋନରୁ ନିଆଯାଇଥିବା ଫଟୋ ଚିତ୍ରରୁ ତମ୍ବୁ ସବୁ ଏବେ ପାଣିର ବୁଡିଯାଇଥିବା ଦେଖାଯାଇଛି। ଆଗକୁ ନଦୀର ଜଳସ୍ତର ଆହୁରି ବଢିବ। ଏଣୁ ଚୀନ୍‌କୁ ପୁଣି ନିଜ ଜାଗାକୁ ଫେରିବା ବ୍ୟତୀତ ଅନ୍ୟ ଉପାୟ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି। ବନ୍ୟା ଯୋଗୁ  ଚୀନ୍‌ ସୀମାରେ ଯେଉଁଠାକୁ ତାର ଛାଉଣୀ ସ୍ଥାନାନ୍ତର କରିବ ତାହାହିଁ ତାର ନିଜସ୍ୱ ଉପସ୍ଥିତି। ତେବେ ସୃଷ୍ଟି କରିଥିବା ଉତ୍ତେଜନା ଏବେ ତା ନିଜ ଲାଗି ଘାତକ ପାଲଟିଥିବା ପ୍ରମାଣିତ ହୋଇଛି।

ସେପଟେ ଚୀନ୍‌ ସହ ଉପୁଜିଥିବା ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାଷ୍ଟ୍ରପତି ରାମନଥ କବିନ୍ଦଙ୍କୁ  ଭେଟିଥିବାର ଜଣାପଡିଛି। ରଷ୍ଟ୍ରପତି ଭବନରେ ପ୍ରାୟ ଅଧଘଣ୍ଟାର ଏହି ସାକ୍ଷାତ ଆଲୋଚନାରେ ରାଷ୍ଟ୍ରପତିଙ୍କୁ ଚୀନ୍‌ ସମେତ ଅନ୍ତର୍ଜାତୀୟ ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚିତ କରିଛନ୍ତି।  

   Related Posts