ଭାରତକୁ ଚୀନ୍‌ର ସିଧା ଧମକ୍ ! ଡୋକଲାମ ନୁହଁ ଲଦ୍ଦାଖ, ଯୁଦ୍ଧଲାଗି ଆମେ ପ୍ରସ୍ତୁତ

Published By : Prameya-News7 Bureau | June 03, 2020 IST

ନୂଆଦିଲ୍ଲୀ ୩।୬: ସୀମା ବିବାଦ ପ୍ରସଙ୍ଗରେ ଭାରତକୁ ଆମେରିକାର ସମର୍ଥନରେ ଚୀନ ପ୍ରତିକ୍ରିୟାଶୀଳ ହୋଇଉଠିଛି। ଏପର୍ଯ୍ୟନ୍ତ ଲୁଚି ଛପି ସୀମାକୁ ପଶି ଆସୁଥିବା ଚୀନ୍ ଏବେ ଭାରତକୁ ସିଧା ଧମକ୍ ଦେବା ଆରମ୍ଭ କରିଛି।  ଲଦ୍ଦାଖ ଡୋକଲାମ ନୁହେଁ ଓ ଚୀନ୍ ସେନା ପାହାଡରୁ ଭାରତ ସହ ଯୁଦ୍ଧ ଲାଗି ପ୍ରସ୍ତୁତ ନେଇ ଚୀନ ସରକାରୀ ସମ୍ବାଦପତ୍ର କୁହାଯାଉଥିବା ‘ଗ୍ଲୋବାଲ ଟାଇମ୍ସ’ ସୂତ୍ରରୁ ଜଣାପଡିଛି। ଏଥିରେ ଚୀନର ବାହାଦୁରି ବଖାଣିବାକୁ ଯାଇ ଡୋକଲାମ ପରଠାରୁ ପିଏଲଏ ସେନାରେ ଟ୍ୟାଙ୍କଠୁ ଆରମ୍ଭ କରି ଅତ୍ୟାଧୁନିକ ଡ୍ରୋନ ସାମିଲ କରିଛି ବୋଲି ମଧ୍ୟ ଉଲ୍ଲେଖ  ରହିଛି। 

{"id":280785,"sizeSlug":"large"}

ପ୍ରତିରକ୍ଷା ବିଶ୍ଲେଷଙ୍କ ସୂତ୍ରକୁ ଉଦ୍ଧାର କରି ଗ୍ଲୋବାଲ ଟାଇମ୍ସ ଉଲ୍ଲେଖ  କରିଛି ଯେ  ନୂଆ ଅସ୍ତ୍ରଶସ୍ତ୍ରରେ ସେନା ଟାଇପ୍-୧୫ ଟ୍ୟାଙ୍କ, ଜେଡ-୨୦ ହେଲିକପ୍ଟର, ଜିଜେ-୨ଡ୍ରୋନ ଆଦି ସାମିଲ କରାଯାଇଛି। ଏଣୁ ପର୍ବତ୍ୟାଞ୍ଚଳରେ ଶତ୍ରୁର ମୁକାବିଲା ଲାଗି ଚୀନ ସେନା ଏବେ ସକ୍ଷମ ବୋଲି ଏଥିରେ କୁହାଯାଇଛି। ଟାଇପ୍‌-୧୫ ଟ୍ୟାଙ୍କ ଗତବର୍ଷ ସେନାରେ ସାମିଲ ହୋଇଛି। ଚିବ୍ବତ୍ ପାହାଡମାନଙ୍କରେ ଏହି ହାଲୁକା ଟ୍ୟାଙ୍କ ବେଶ ସହଜରେ କାର୍ଯ୍ୟକରୁଛି ଯାହା ବଡ ଟ୍ୟାଙ୍କମାନଙ୍କ ଲାଗି କଷ୍ଟକର ବୋଲି ପ୍ରତିରକ୍ଷା ସମୀକ୍ଷକ କହିଛନ୍ତି। ତେବେ ମିଡିଆ ରିପୋର୍ଟ ଅନୁସାରେ ପିଏଲଏ ସେନାରେ ଅତ୍ୟାଧୁନିକ ପିସିଏଲ-୧୮୧ ତୋପ ମୁତୟନ କରିଛି। ୨୫ ଟନ ଓଜନର ଏହି ତୋପକୁ ଯେ କୌଣସି ସ୍ଥାନକୁ ସୁବିଧାରେ ପରିବହନ କରି ହେଉଛି । ହାଲୁକା ହୋଇଥିବାରୁ ତୋପ ଦ୍ୱାରା ପାହାଡରେ ଘାତକ ଆକ୍ରମଣ ମଧ୍ୟ କରାଯାଇପାରେ। ଏହି ତୋପ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଓ ଅର୍ଦ୍ଧସ୍ୱୟଂଚାଳିତ ବୋଲି ଜଣାପଡିଛି।

{"id":280786,"sizeSlug":"large"}

ଏହା ଛଡା  ତିବ୍ବତର ଭାରତ ସୀମାରେ ଚୀନ୍‌ ମଲ୍ଟିପୁଲ ରକେଟ୍ ଲଞ୍ଚର ସିଷ୍ଟମ ମଧ୍ୟ ମୁତୟନ କରିଥିବା ପ୍ରତିରକ୍ଷା ସମୀକ୍ଷକ କହିଛନ୍ତି। ଏହି ରକେଟ ଲଞ୍ଚରରୁ ୩୭୦ ଏମ୍ଏମ୍ ରକେଟ ନିକ୍ଷେପ କରାଯାଇପାରେ। ଏହା ଛଡା ଗ୍ଲୋବାଲ ଟାଇମ୍ସ ରିପୋର୍ଟ ଅନୁସାରେ ତୀବ୍ବତ୍‌ରେ ଚୀନ ଜେଡ୍-୨୦ ମାଲବାହକ ହେଲିକପ୍ଟର ମଧ୍ୟ ମୁତୟନ କରିଛି। ଯେକୌଣସି ପାଗ ଓ ପରିସ୍ଥିତିରେ ଏହି ହେଲିକପ୍ଟର ସୈନ୍ୟ ଓ ସୈନ୍ୟ ସରଞ୍ଜାମକୁ ଯେ କୌଣସି ସ୍ଥାନକୁ ପରିବହନ କରିପାରେ।

{"id":280787,"sizeSlug":"large"}

ଚୀନ ସମ୍ବାଦପତ୍ର ଅନୁସାରେ ଏହି ସବୁ ଅସ୍ତ୍ରଶସ୍ତ୍ର ବଳରେ ଅତ୍ୟୁଚ୍ଚ ଅଞ୍ଚଳରେ ଯେକୌଣସି ପ୍ରକାର ଆକ୍ରମଣର ମୁକାବିଲା ଲାଗି ଚୀନ ସେନା ପ୍ରସ୍ତୁତ ବୋଲି କୁହାଯାଇଛି।  ସୂଚନା ଯୋଗ୍ୟଯେ ଗତ ମାର୍ଚ୍ଚମାସରେ କିଛି ସୈନ୍ୟ କରୋନା ସଂକ୍ରମିତ ହେବା ଯୋଗୁ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ଭାରତର ସମରାଭ୍ୟାସ ସ୍ଥଗିତ ରହିଥିଲା। ତେବେ ସୀମାରେ ସୈନିକଙ୍କ ଅନୁପସ୍ଥିତିର ଫାଇଦା ନେଇ ଚୀନ ସେନା ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଭାରତୀୟ ସେନାର ପାଟ୍ରୋଲିଂ ଅଞ୍ଚଳରେ ନିଜର ପୋଜିସନ ମଜଭୁତ କରିଦେଇଛି।

{"id":280792,"sizeSlug":"large"}

ଫାଟ୍ରୋଲିଂ ଅଞ୍ଚଳରେ ଚୀନର ସେନାକୁ ନେଇ ଏବେ ଦୁଇ ଦେଶଙ୍କ ମଧ୍ୟରେ ଉତ୍ତେଜନା ଚରମ ପର୍ଯ୍ୟାୟରେ ପହଞ୍ଚିଛି। ଏଥିରେ ଆକ୍ରମଣ ଲାଗି ଭାରତକୁ ଧମକ୍ ଦେଉଛି ଚୀନ୍ । ହେଲେ ଭାରତୀୟ ସେନା ବି ଛାଡିବାର ନୁହେଁ। ଭାରତ ପକ୍ଷରୁ ଲଦ୍ଦାଖ ସୀମାରେ ସୈନ୍ୟ ଠୁଳ କରାଯିବା ସହ ଚୀନ୍‌କୁ ଏଲଏସି ସେପାଖକୁ ତଡିବାକୁ  ସାମର୍ଥ୍ୟ ବୃଦ୍ଧି କରାଯାଉଛି। କେନ୍ଦ୍ର  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପରିସ୍ଥିତିର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଏବେ ଆଲୋଚନା ଜାରି ଥିବା କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.